Swastik Tv News Odisha

Health Tips – ପେଟ ରୋଗ ଏବଂ କବଜ ଭଳି ସମସ୍ୟା ୧୦ ଦିନରେ ମୂଳରୁ ଶେଷ ହେବ, ଆଉ ଜୀବନରେ କେବେ ହେବନି

0

ଆମେ ଯେତେ ବି ଖାଦ୍ୟ ଖାଇଥାଉ ତାହା ଆମ ପେଟ ଭିତରକୁ ଯାଇ ଥାଏ କିନ୍ତୁ ଯେତେବେଳେ ଆମ ପେଟରେ ହଜମ ଠିକରେ ହେଇ ନଥାଏ ସେତେବେଳେ ଆମ ପେଟ ଯନ୍ତ୍ରଣା ହେବା ଆରମ୍ଭ ହୁଏ ।ଆଉ ଆସ୍ତେ ଆସ୍ତେ ଏମିତି ସବୁ ସମସ୍ୟା ଆସେ ଯେ ଆମେ ଆମର ଖଡି ଖାଇବାକୁ କମେଇ ଦେଉ, ଖାଦ୍ୟ ଖାଇବା ପରେ ଖାଦ୍ୟ ଥିରେ ହଜମ ନହେବା, ପାଟିରେ ଖଟା ଲାଗିବା ଯାହା ଏସିଡିଟିର ସୂଚନା ଦିଏ ।ଝାଡା ଟାଣ ହେବା ଓ କ୍ଲିଅର ଝାଡା ନହେବା ,ଗ୍ୟାସ,ଓ ପେଟ ଅଧିକ ବାହାରକୁ ବାହାରିବା ପରି ଦେଖା ଗଲେ ଆମେ ବହୁତ ଯନ୍ତ୍ରଣା ଅନୁଭବ କରିଥାଉ ।

ତେବେ ଆଜିକାଲି ବହୁତ ଔଷଧ ଓ ଉପଚାର ମିଳିଲାନି ପେଟ ରୋହରୁ ମୁକ୍ତି ପାଇବା ପାଇଁ ତେବେ ଯେତେବେଳେ ଆମେ ଅଧିକ ଔଷଧ ଖାଉଛୁ ତାହା ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ କୁ ବହୁତ କ୍ଷତି କରିଥାଏ ।ଆଉ କୌଣସି ଉପଚାର ରେ ବିଶେଷ କିଛି ଲାଭ ବି ମିଳି ନଥାଏ ଆଉ ଆପଣଙ୍କର ସେହି ପେଟ ଜନିତ ସମସ୍ୟା ଜୀଵନ ସାରା ଲାଗି ରହିଥାଏ ।ତେବେ ବନ୍ଧୁମାନେ ଆମେ ଏମିତି ଗୋଟାଏ ଉପାୟ କହିବୁ ଯାହାକୁ ମାନିଲେ ଆପଣଙ୍କ ର ପେଟ ସମସ୍ୟା ମାତ୍ର 10 ଦିନରେ ଭଲ ହେଇଯିବ ।

ତେଣୁ ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ଯାହା ପେଟ ରୋଗ ଦୁର କରିବା ପାଇଁ କୋଉ ମ୍ୟାଜିକ ଠାରୁ କମ ନୁହେ ।

ଆବଶ୍ୟକ ସାମଗ୍ରୀ:-

1.ପାନ ମଧୁରୀ

2.ମୁନକା

ପ୍ରସ୍ତୁତି ପ୍ରଣାଳୀ:-

-ପ୍ରଥମେ କିଛି ପାନ ମଧୁରୀ ନିଅନ୍ତୁ,ତେବେ ଏହା ସମସ୍ତ ପେଟ ରୋଗ ପାଇଁ ରାମବାଣ ପରି କାମ କରିଥାଏ ।ତେବେ ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ଆଖି ପାଇଁ ବି ବହୁତ ଉପକାରୀ । ତେବେ ଏକ ଚାମୁଚ ପଣ ମଧୁରୀକୁ ନିଜର ଦୁଇ ହାତର ପାପୁଲି ଭିତରେ ରଖି ତଖୁ ଭଲ ଭାବେ ଦଳନ୍ତୁ ।ତା ପରେ ସେହି ପଣ ମଧୁରୀକୁ ଆପଣ ଦିନରେ ଭାତ ଖାଇ ସାରି ଖାଆନ୍ତୁ ।

-ଏବେ ଆପଣ 5ଟି ମୁନକା ନିଅନ୍ତୁ ଆଉ ରାତିରେ ଖାଇବା ପରେ ଏକ ଚାମୁଚ ପାନ ମଧୁରୀ ଖାଇବା ପରେ ଏହି 5ଟି ମୁନକା କୁ ଚୋବାଇ ଖାଆନ୍ତୁ ।ତେବେ ସେହି ମୁନକା କୁ ଆପଣ ସକାଳେ ପାଣିରେ ଭିଜେଇ ରଖିଥିବେ ଆଉ ଖାଇବାର 30 ମିନିଟ ପରେ ଏହା ରାତିରେ ଖାଇବେ ।ତେବେ ଏହା ଡାଇବେଟିସ ଓ ଉଚ୍ଚ ରକ୍ତ ଚାପଥିବା ଲୋକ ମାନେ ବି ଖାଇ ପାରିବେ ।ତେବେ ଏହା ସହ ଆପଣ ପ୍ରତିଦିନ ଅଧିକରୁ ଅଧିକ ପାଣି ପିଇଲେ ଆଉ ଏହି ଦୁଇଟି ଜିନିଷ ଦଶ ଦିନ ପର୍ଯ୍ୟନ୍ତ ଖାଇଲା ପରେ ଦେଖିବେ ଧୀରେ ଧୀରେ ଆପଣଙ୍କ ର ସବୁ ପେଟ ସମସ୍ୟା ସମ୍ପୂର୍ଣ୍ଣ ଭଲ ହେଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.