ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ଖବର ଆସିଥାଏ । ଏବେ ଏକ ଭିଡିଓ ଆସିଛି ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବ । ଲୋକମାନେ ଏହି ଭିଡିଓ ଦେଖିଲେ ଖୁସି ହୋଇଯିବେ । ଏହି ଭିଡିଓରେ ଗୋଟିଏ ମାଆର ସ୍ନେହ ମମତା ଆପଣ ବୁଝିପାରିବେ । ମାଆ ସବୁବେଳେ ମମତାମୟୀ । ଆଉ ସେ ସବୁବେଳେ ଉଚ୍ଚରେ ।
ମାଆର ମହତ୍ତ୍ଵ କେବଳ ମଣିଷ ପାଖରେ ସୀମିତ ନଥାଏ । ଯିଏ ସ୍ନେହ ମମତା ସହ ଅନ୍ତଃ ଫାଡି କ୍ଷୀର ପାନ କରି ପିଆଇଲା ସେ ହେଉଛି ମାଆ । ପଶୁପକ୍ଷୀ, କୀଟ ପତଙ୍ଗ ସମସ୍ତଙ୍କ ମନରେ ମାଆର ଭାବନା ରହିଛି । ମାଆ ହେଉଛି ଏକ ଅସରନ୍ତି ସ୍ରୋତ ଏବଂ ଅସୁମାରୀ ଆକାଶର ନାଁ । ଅସହାୟତା ସମୟରେ ଯେ ସବୁକିଛି ଭୁଲି ତାର ପଣତରେ ଘୋଡାଇ ନିଏ ସେ ହେଉଛି ମାଆ । ମାଆର ମମତାକୁ ମାପିବା ଅସମ୍ଭବ ।ଏମିତି ଏକ ମାଆର ମମତାକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ମାଙ୍କଡ ପ୍ରେମୀ ମୋନାଲିସାଙ୍କୁ ।
ଏହି ମହିଳାଙ୍କ ସହ ମାଙ୍କଡ ଯେପରି ବନ୍ଧୁ ବାନ୍ଧି ସାରିଛନ୍ତି । ସେମାନେ ଏହି ମହିଳାଙ୍କ ସହ ଏଭଳି ରହୁଛନ୍ତି ଯେମିତିକି ସେ ତାଙ୍କୁ ଜନ୍ମ ଦେଇଛନ୍ତି ।
ଏହି ମହିଳା ଜଣକ ଯାଜପୁର ଜିଲ୍ଲାରୁ । ଖାଲି ଜନ୍ମ ଦେଲେ କେହି ମାଆ ହୋଇ ଯାଏ ନାହିଁ । ଯଦି କେହି ଲାଳନ ପାଳନ କରେ ଆଉ ଯତ୍ନ ନିଏ ସେ ହେଉଛି ମାଆ ।ପ୍ରତିଟି ସମୟ ରେ ମାଙ୍କଡ ମାନଙ୍କ ସହ ମୋନାଲିସା ଙ୍କର ଏଭଳି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଏହି ଭିଡିଓ ରେ ମୋନାଲିସା ମାଙ୍କଡ ମାନଙ୍କୁ ପପୁ ବୋତଲ ରେ କ୍ଷୀର ପିଇବା କୁ ଦେଉଛନ୍ତି ।
ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆପଣ ମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଜାଣି ପାରିବେ କି ମାଙ୍କଡ ମାନେ ମୋନାଲିସା ଙ୍କ ସହିତ କେତେ ଖୁସି ଅଛନ୍ତି ଆଉ ମୋନାଲିସା ମାଙ୍କଡ ମାନଙ୍କୁ ବହୁତ ଭଲ ପାଉଛନ୍ତି।ମାଙ୍କଡ଼ଙ୍କୁ ଖାଇବାକୁ ଦେବା ସମୟରେ ସେ ଏକ ଭିଡିଓ ଉତ୍ତୋଳନ କରି ପ୍ରଥମଥର ଛାଡ଼ିଥିଲେ। ତାହାକୁ ବେଶ୍ କିଛି ଲୋକ ପ୍ରଶଂସା କରିଥିଲେ।
ସେବେଠାରୁ ସେ ଦୈନିକ କିଛିନା କିଛି ଭିଡିଓ ଛାଡ଼ିଚାଲିଛନ୍ତି। ବିଶେଷକରି ମୋନାଲିସାଙ୍କ ପଶୁପକ୍ଷୀଙ୍କ ପ୍ରତି ଭଲପାଇବା, ବସ୍, ଟ୍ରକ୍,ଟ୍ରାକ୍ଟର୍, ଡମ୍ପର୍ ଓ ବୁଲେଟ୍ ଆଦି ଚଲାଇବା ଓ ଶାଢ଼ି ପିନ୍ଧି ଘୋଡ଼ା ଦୌଡ଼ାଇବାର ଦୃଶ୍ୟ ତାଙ୍କୁ ପ୍ରସିଦ୍ଧ କରିଛି। ମାତ୍ର ତାଙ୍କ ଘରେ ସେ ଜଣେ ସାଧାରଣ ଗୃହିଣୀ। ସକାଳୁ ରୋଷେଇବାସଠାରୁ ପିଲାଙ୍କୁ ପ୍ରସ୍ତୁତ କରି ପାଠ ପଢ଼ାଇବା ଆଦି ସବୁ କାମ ନିଜେ କରିଥାନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ଆହତ ହୋଇଥିବା ମାଙ୍କଡ଼ଙ୍କ ସେବା ଶୁଶ୍ରୂଷା କରିଥାନ୍ତି। ମୋନାଲିସାଙ୍କ ଏସବୁ କାର୍ଯ୍ୟକୁ ସୁଟିଂ କରି ୟୁଟ୍ୟୁବ୍ ଚ୍ୟାନେଲ୍ରେ ଅପ୍ଲୋଡ୍ କରିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।