ଅଂଶୁଘାତ ( Heatstroke ) ରୁ କେମିତି ପାଇବେ ରକ୍ଷା ? | Dr. Asha S

ବନ୍ଧୁଗଣ ବର୍ତମାନ ଅଧିକ ଗରମ କାରଣରୁ ଅଂଶୁଘାତ ଭଳି ସମସ୍ୟରେ ଅଧିକ ପୀଡିତ ହେଉଛନ୍ତି, ଯଦି ବ୍ୟକ୍ତି ଅଧିକ ସମୟ ଖରାରେ କାର୍ଯ୍ୟ କରିଥାଏ ତେବେ ତାହା ଦେହରୁ ଅଧିକ ଝାଳ ବାହାରିବା ସହିତ ତାହା ଦେହରେ ପାଣି ଅଂଶ କମିଯାଏ |ଏହିପରି ଅନେକ ସମସ୍ୟା ଦେଖା ଦେଇଥାଏ, ଅଂଶୁଘାତ କାରଣରୁ ବେଳେ ବ୍ୟକ୍ତି ମୃତ୍ୟୁ ମୁଖରେ ମଧ୍ୟ ସମୁଖୀନ ହୋଇଥାଏ |ମୁଁ ଆଜି ଆପଣକୁ ଅଂଶୁଘାତ ହେବାର ମୁଖ୍ୟ କାରଣ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ସମ୍ପୂର୍ଣ କଥା ଜଣେଇବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ସବୁ ବିଷୟରେ ସମ୍ପୂର୍ଣ କଥା ଜାଣିବା |

କାରଣ :-

ବ୍ୟକ୍ତି ଯଦି ଅଧିକ ସମୟରେ ଖରାରେ ରହେ ତେବେ ତାହା ଦେହରେ ପାଣି ଅଂଶ କମି ଯାଇଥାଏ ତେଣୁ ଏହିପରି କ୍ଷେତ୍ରରେ ସେ ଅଙ୍ଗଶୁଘାଟରେ ସମୁଖୀନ ହୋଇଥାଏ |ଏହା ସହିତ ବ୍ୟକ୍ତି ଯଦି ଖରା ସହିତ ଗରମ କାରଣରୁ ପାଣି କମ ସେବନ କରେ ତେବେ ସେହି ବ୍ୟକ୍ତି ଅତି ଶୀଘ୍ର ଅଙ୍ଗଶୁଘାତର ସମୁଖୀନ ହୋଇଥାଏ |

ଲକ୍ଷଣ :-

ଯେତେବେଳେ ଆପଣ କମ ମାତ୍ରାରେ ଏହି ଅଂଶୁଘାତର ସମ୍ମୁଖୀନ ହୋଇଥାନ୍ତି ସେତେବେଳେ ଆପଣଙ୍କ ମୁଣ୍ଡ ବୁଲାଇବା ସହିତ ଦେହ ହାତ ଝିମ ଝିମ ହୋଇଥାଏ |ଏହା ସହିତ ବ୍ୟକ୍ତିକୁ ବାନ୍ତି ଲାଗିବା ସହିତ ବହୁତ ଦୁର୍ବଳ ଲାଗିଥାଏ, ବେଳେ ବେଳେ ଦେହରେ ଜ୍ୱର ମଧ୍ୟ ଆସିଥାଏ |ଏହିପରି ହେବା ଦ୍ଵାରା ଆପଣଙ୍କୁ ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ଭଲ ଲାଗିନଥାଏ,ଯେତେବେଳେ ଏହା ଅଧିକ ମାତ୍ରାରେ ହୋଇଥାଏ ସେତେବେଳେ ବ୍ୟକ୍ତିର ଚେତା ବୁଡିବା ଭଳି ବଡ଼ ସମସ୍ୟା ଦେଖିବାକୁ ମିଳିଥାଏ |ଏହା ସହିତ ବାଡିରୁ ଜଳୀୟ ଅଂଶ କମିଯାଏ ଏବଂ ବ୍ୟକ୍ତି ଦେହରେ ସୋଡିୟମ ପଟାସିୟମ ପରିମାଣ ମଧ୍ୟ କମିବାକୁ ଲାଗିଥାଏ |

ଚିକିତ୍ସା :-

ବ୍ୟକ୍ତି ଯେତେବେଳେ ଅଧିକ ସମୟ ଅଂଶୁଘାତରେ ସମ୍ମୁଖୀନ ହୋଇଥାଏ ସେତେବେଳେ ତାକୁ ଆଇଭି ଫ୍ଲୁଇଡ ଦେବା ପାଇଁ ପଡିଥାଏ,ତାହା ପୂର୍ବରୁ ଆପଣ ଯେତେବେଳେ କମ ପରିମାଣରେ ଅଫେକ୍ଟ ହୋଇଥିବେ ସେତେବେଳେ ଆପଣ ଅଧିକ ପାନୀୟ ଜାତୀୟ ଦ୍ରବ୍ୟ ପିଇବା ପାଇଁ ଚେଷ୍ଟା କରିବେ |ଅଧିକ ପରିମାଣରେ ପାଣି ହେଉ, ଜୁସ କିମ୍ବା ପଣା ଆଦି ପିଇବା ନିହାତି ଆବଶ୍ୟକ,ଏହା ସହିତ ଆପଣ ଖରାକୁ ବାହାରିବ କମ କରିଦେବା ନିହାତି ଆବଶ୍ୟକ |

ଯେତେବେଳେ ଆପଣ ଖରାକୁ ଯାଉଛନ୍ତି ସେତେବେଳେ ଅଧିକ ପାଣି ପିଇ ଯାଆନ୍ତୁ ଏହା ସହିତ ଆପଣକୁ ଯଦି ଅଧିକ ଦୁର୍ବଳ ଲାଗେ ସେତେବେଳେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ |ଏହିପରି ସମସ୍ତ କଥା ମାନି ଚଳିବା ସହିତ ଆପଣ ଖରାକୁ ବାହାରିବ କମ କରି ଦିଅନ୍ତୁ ଯଦି ବାହାରୁଛନ୍ତି ତେବେ ପାଣି ସହିତ ଛତା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ |ଏହିପରି ସମସ୍ତ କଥା ମାନି ଚଳିଲେ ଅଂଶୁଘାତ ହେବାର ଭୟ ମନରେ ରହିବ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment