ହନୁମାନଙ୍କର ଏହି ମହା ଶକ୍ତିଶାଳୀ ମନ୍ତ୍ର କୁ ଠାରେ ମାତ୍ର ଜପ କଲେ ସବୁ ଦୁଃଖ ସୁଖରେ ପରିଣତ ହୋଇଯିବ – Vastu Shastra

ତେବେ ଆମେ ଜାଣିଛୁ କି ଆମ ହିନ୍ଦୁ ସଭ୍ୟତା ଅନୁସାରେ 33 କୋଟି ଦେବ ଦେବତା ଙ୍କୁ ଆମେ ମାନେ ପୂଜା କରୁ ଓ ମାନିଥାଉ ମଧ୍ୟ | ତେବେ ଏହି 33 କୋଟି ଦେବତାଙ୍କ ଭିତରେ ମହାବୀର ହନୁମାନ ମଧ୍ୟ ରହିଛନ୍ତି | ଆଉ ଯାହା କୁହାଯାଉଛି କି ପବନ ପୁତ୍ର ବୀର ହନୁମାନ ଙ୍କୁ ଶକ୍ତି ଶାଳୀ ବୋଲି କୁହାଯାଇଥାଏ | ଆଉ କୌଣସି ବି ବିପଦ ସମୟ ଆସୁ ନା କାହିଁକି ଆମେ ହାହାବୀର ଙ୍କ ର ନାମ କୁ ଧରିଲେ ସମସ୍ତ ଅସୁବିଧା ରୁ ସହଜରେ ପାରି ହୋଇ ପାରିଥାଉ ବୋଲି କୁହାଯାଉଛି | ତେବେ ଆସନ୍ତୁ ସେହି ବୀର ହନୁମାନ ଙ୍କ କେଉଁ ମନ୍ତ୍ର କୁ ଜପ କରିଲେ ଆମକୁ ଶୁଭ ଫଳ ମିଳିବ ସେ ବିଷୟରେ ଆଲୋଚନା କରିବା |

ତେବେ କୁହାଯାଏ କି ଆମେ ଯେତେବେଳେ ବିପଦ ରେ ପଡିଥାଉ ଓ ସେଥିରୁ ମୁକ୍ତି ପାଇବା ପାଇଁ କିଛି ରାସ୍ତା ଯେତେବେଳେ ପାଇ ନ ଥାଉ | ସେତେବେଳେ ଆମେ ବୀର ହନୁମାନ ଙ୍କ ନାମ କୁ ସ୍ମରଣ କରିଥାଉ ଓ ତାଙ୍କରି ଆଶୀର୍ବାଦ ରେ ଆମେ ସମସ୍ତ ପ୍ରକାରର ବିପଦ ରୁ ମଧ୍ୟ ମୁକ୍ତି ପାଇଥାଉ | ତେବେ ମହାବୀର ହନୁମାନ ଏତେ ଶକ୍ତିଶାଳୀ ହେବା ପଛରେ ମଧ୍ୟ କାରଣ ରହିଛି | ଆଉ କୁହାଯାଏ ପବନ ପୁତ୍ର ହେଉଛନ୍ତି ହନୁମାନ | ଆଉ ଯେତେବେଳେ ଇନ୍ଦ୍ର ଦେବ ହନୁମାନ ଉପରେ କ୍ରୋଧିତ ହୋଇଥିଲେ ସେତେବେଳେ ବାୟୁ ଦେବ ପବନ ବୋହିବା ବନ୍ଦ କରି ଦେଇଥିଲେ |

ଆଉ ଯେଉଁଥିପାଇଁ ସମସ୍ତ ଦେବା ଦେବୀ ମାନେ ଆସିକି ହନୁମାନ ଙ୍କୁ ବର ଦାନ କରିବାକୁ ଲାଗିଥିଲେ | ଆଉ ବ୍ରହ୍ମ ଦେବ ତାଙ୍କୁ ନିଜର ଇଚ୍ଛା ଅନୁସାରେ ନିଜର ଆକାର ପରିବର୍ତ୍ତନ କରିବାର ବର ଦେଇଥିଲେ | ସେହିଭଳି ଇନ୍ଦ୍ରଦେବ କହିଥିଲେ କି ତାଙ୍କର ବଜ୍ର ର ପ୍ରଭାବ ତାଙ୍କ ଉପରେ କେବେବି ପଡିବ ନାହିଁ |ସେହି ଭଳି ସମସ୍ତ ଦେବତା ଙ୍କ ଆଶୀର୍ବାଦ ରୁ ହନୁମାନ ଏତେ ଶକ୍ତିଶାଳୀ ହୋଇ ପାରିଥିଲେ | ତେବେ ସେଥିପାଇଁ ବିପଦ ସମୟରେ ମହାବୀର ହନୁ ମାନଙ୍କ ର ନାମ କୁ ଜପ କରାଯାଇଥାଏ | ତେବେ 5 ଟି ମନ୍ତ୍ର ରହିଛି ଯାହାକୁ ଆମେ ଯଦି ଜପ କରିବା ତାହେଲେ ଆମକୁ ଶୁଭ ଫଳ ମିଳିଥାଏ | ଆସନ୍ତୁ ସେହି ମନ୍ତ୍ର ବିଷୟରେ ଜାଣିବା |

1-ଭୂତ ପିଶାଚ ନିକଟ ନହିଂ ଆବୌ ମହାବୀର ଜବ ନାମ ସୁନାବୌ

2-ନାସୌ ରୋଗ ହରୌ ସବ ପିରା |ଜପତଂ ନିରଂତର ହନୁମତ ବୀରା |

3-ଅସଦ ସିଦଧି ନୌ ନିଧି କେ ଦାତା |ଅସବର ଦୀନ ଜାନକୀ ମାତା |ଜୟ ସିୟାରାମ , ଜୟ ସିୟାରାମ, ଜୟ ସିୟାରାମ |

4-ବିଦ୍ୟାବାନ ଗୁଣି ଅତି ଚାତୁର ରାମ କାଜ କରିବେ କୋ ଆତୁର |

5-ଭୀମ ରୂପ ଧରି ଅସୁର ସଂହାରେ ରାମଚନ୍ଦ୍ର କେ କାର୍ଯ୍ୟ ସଂବାରେ |

ଏବେ ଏହି ତିନୋଟି ମନ୍ତ୍ର ର ଯଦି ଆମେ ଜପ କରିବା ତାହେଲେ ଧନ, ବିଦ୍ୟା, ସ୍ୱାସ୍ଥ୍ୟ, ତଥା ଡର ଭୟ ଜନିତ ସମସ୍ତ ସମସ୍ୟା ରୁ ଆମେ ମାନେ ମୁକ୍ତି ପାଇପାରିବା | ତେଣୁ ଏହାକୁ ମାନିକି ଚଳିବା ଆମ ପାଇଁ ଶୁଭ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment