ଆଜି ରାତି ପାହିଲେ ଧନ ତେରସ ( Dhanteras ) 5ଟି ରାଶି ହୋଇଯିବେ ମାଲାମାଲ – Vastu Shastra

ବନ୍ଧୁଗଣ ଆମେ ଯେତେ ଅତ୍ୟାଧୁନିକତା ର ଶୀର୍ଷରେ ପାଦ ଦେଲେ ମଧ୍ୟ ଆମର ଶାସ୍ତ୍ର , ପୁରାଣ ଓ ସଂସ୍କୃତି କୁ କେବେବି ଭୁଲିପାରିବା ନାହିଁ। କାରଣ ଏହା ଆମ ଜୀବନ ରେ ଅନେକ ସମସ୍ୟା ର ସମାଧାନ କରିବା ସହ ଆମକୁ ଧନ ସମ୍ପତ୍ତି ପ୍ରାପ୍ତ କରିବାରେ ସାହାଯ୍ୟ କରିଥାଏ।ତେବେ ଏହି ଦୀପାବଳୀ ଉପଲକ୍ଷେ ଆମେ ଆପଣଙ୍କୁ ଏପରି କିଛି ଗୁପ୍ତ ତଥ୍ୟ ଜଣେଇବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ମଧ୍ୟ ଘରେ ମାତା ଲକ୍ଷ୍ମୀ ଙ୍କର ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ।ତେବେ ତାହା ହେଉଛି ଧନତେରସ ପର୍ବ, ଆସନ୍ତୁ ଜାଣିବା ଏହା କଣ ଅଟେ ।

ବନ୍ଧୁଗଣ ଧନତେରସ ପର୍ବ ହେଉଛି ଏକ ଓଡ଼ିଶାର ସଂସ୍କୃତି ଯାହାକି ଦୀପାବଳୀ ର ଦୁଇ ଦିନ ପୂର୍ବରୁ ପାଳନ କରାଯାଏ। ଏହି ପର୍ବରେ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶ ଙ୍କର ପୂଜାର୍ଚ୍ଚନା କରାଯାଏ।ତେବେ ଏହି ଧନତେରସ୍ୱ ରେ ୫ ଟି ରାଶି ର ବ୍ୟକ୍ତି ଙ୍କ ପାଇଁ ଆସିଛି ମହାସଂଯୋଗ ଏବଂ ହେବା କୁ ଯାଉଛି ବଡ଼ ପରିବର୍ତ୍ତନ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ଭାଗ୍ୟଶାଳୀ ରାଶି ର ବ୍ୟକ୍ତି ଙ୍କ ବିଷୟରେ।

୧.ବୃଷ ରାଶି:-
ଏହି ଧନତେରସ୍ୱ ରେ ବୃହସ୍ପତି ଙ୍କ ର ପ୍ରବେଶ ଏହି ରାଶି ମଧ୍ୟକୁ ହୋଇଥିବାରୁ , ବୃଷ ରାଶିର ବ୍ୟକ୍ତିଙ୍କ ର ଜୀବନ ରେ କେତେକ ପରିବର୍ତ୍ତନ ଆସିବାକୁ ଯାଉଛି।ତେଣୁ ଆପଣଙ୍କ ର ଚାକିରୀ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏବଂ ଏହାର ପ୍ରଭାବରେ ଆପଣଙ୍କ ପରିବାର ରେ କଳି ଝଗଡା ହୋଇପାରେ। ଆପଣ କୁଆଡେ ଯିବା ସମୟରେ ଘରୁ ସୋରିଷ ପାଟିରେ ପକାଇ ବହାତ ନ୍ତୁ ଶୁଭ ଅଟେ ।

୨.କନ୍ୟା ରାଶି:-
ଧନତେରସ୍ୱ ରେ ରାଶି ଚଳନ ଯୋଗୁଁ କନ୍ୟା ରାଶିର ବ୍ୟକ୍ତି ଙ୍କର ପାରିବାରିକ ସୁଖ ଶାନ୍ତି ଦେଖାଯିବ ।ପତ୍ନୀ ଓ ସଂତାନ ଙ୍କର ଠାରୁ ଶୁଭ ସମାଚାର ମିଳିବ ।ତା ସହ ଆପଣଙ୍କ ର ଭ୍ରମଣ କରିବାର ସୁଯୋଗ ମଧ୍ୟ ମିଳିବ ଓ ଆପଣଙ୍କୁ କିଛି ନୂଆ ମଧ୍ୟ ଶିକ୍ଷିବା ର ସୁଯୋଗ ମିଳିବ।

୩.ମିଥୁନ ରାଶି:-
ଆପଣଙ୍କ ର ଅଟକି ଯାଇଥିବା କାର୍ଯ୍ୟରେ ଶୁଭ ଫଳ ମିଳିବ। ସୁଖ ସଂମାନ ସହ ଧନ ସମ୍ପତ୍ତି ପ୍ରାପ୍ତ କରିବାର ଯୋଗ ମଧ୍ୟ ରହିଛି ।ନିଜ କାର୍ଯ୍ୟ କଳାପର ସମୀକ୍ଷା କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ।

୪.କୁମ୍ଭ ରାଶି:-
କେତେକ କ୍ଷେତ୍ରରେ ଉନ୍ନତି ମିଳିବା ବେଳେ କେତେକ କ୍ଷେତ୍ରରେ ବିଫଳତା ରହିଛି। ଭୁଲ ବୁଝାମଣା ହେବାର ସମ୍ଭାବନା ଅଛି ।ପରିଶ୍ରମ ର ଫଳ ମିଳିବ କିନ୍ତୁ ମାନସିକ ସ୍ତରରେ ଅଶାନ୍ତି ଦେଖାଦେବ।

୫.ମୀନ ରାଶି:-
ଆପଣଙ୍କ ର ଅଟକି ଯାଇଥିବା ଭୁସମ୍ପତ୍ତି କାର୍ଯ୍ୟ ଆଗକୁ ବଢିବ। ପ୍ରେମୀଜନ ଙ୍କ ଠାରୁ ସୁଖ ସଂମାନ ମିଳିବ ଓ ବ୍ୟବସାୟ ରେ ସଫଳତା ମିଳିବ ।ବହୁତ ଦିନରୁ ଅଟକି ଥିବା କାର୍ଯ୍ୟ ରେ ସଫଳତା ମିଳିବ। କ୍ୟାରିୟର ରେ ଉନ୍ନତି ହେବା ସହ ଖର୍ଚ୍ଚ ବଢିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment