ସକାଳେ ପେଟ ସଫା ( constipation ) କେମିତି ହେବ ଘରୋଇ ଉପଚାର – Health Tips

ବନ୍ଧୁଗଣ ବର୍ତମାନ ସକାଳ ପେଟ ସଫା ନହେବା କିମ୍ବା କିଲଅର ଭାବରେ ଝାଡା ନହେବା ପରି ସମସ୍ୟା ପ୍ରାୟ ଅଧିକାଂଶ ଲୋକମାନଙ୍କ ଠାରେ ଦେଖିବାକୁ ମିଳିଥାଏ |ଏପରି ସମସ୍ୟର କୌଣସି ସମାଧାନ ଆପଣ ଜାଣିଛନ୍ତି କି, ଯଦି ଆପଣଙ୍କର ଏପରି ସମସ୍ୟା ସବୁଦିନ ଲାଗି ରହୁଥାଏ ତେବେ ଆପଣଙ୍କୁ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି |ପେଟ ଜନିତ ସମସ୍ୟା ଆପଣଙ୍କର କେବେବି କମି ନଥାଏ ତାହା ସହିତ ଆପଣଙ୍କର ଏହି ସମସ୍ୟା ବହୁତ ଦିନଧରି ଲାଗି ରହୁଥିଲେ ଅର୍ଶ ପରି ବଡ଼ ରୋଗ ଦେଖାଯାଏ |ତେଣୁ ଆପଣଙ୍କର ଏହି ସମସ୍ୟା ରହିଥିଲେ ତାହାର ସମାଧାନ ଆପଣ ଶୀଘ୍ର କରନ୍ତୁ,ମୁଁ ଆଜି ଆପଣକୁ ଏହି ସମସ୍ୟା କାରଣ ଓ ନିରାକାରଣ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |

ଏହି ସମସ୍ୟା ବଢିବାର ମୁଖ୍ୟ କାରଣ ହେଉଛି ଆପଣ ଯଦି ଦିନରେ ବହୁତ କମ ପାଣି ପିଉଛନ୍ତି କିମ୍ବା ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କ ଠାରେ ଏହି ପେଟ ଜନିତ ସମସ୍ୟା ଦେଖା ଦେଇଥାଏ |ଏହା ସହିତ ଏହାର ଏକ ମୁଖ୍ୟ କାରଣ ଏହିଯେ ଆପଣ ଯଦି ସମକିଙ୍ଗ କିମ୍ବା ଡ୍ରିଂକିଙ୍ଗ ଅର୍ଥାତ ମଦ ଅଧିକ ପିଉଛନ୍ତି ତେବେ ଆପଣଙ୍କର ପେଟ ସଫା ହୋଇନଥାଏ |ପେଟ ସଫା ନହେଲେ ଆମର ପେଟ ସବୁବେଳେ ଫୁଲି ରହିବା ପରି ଲାଗିରହେ, ଦିନଯାକ ବିରକ୍ତି ଲାଗେ ଏବଂ କୌଣସି କାମରେ ମନ ଲାଗିନଥାଏ |ଏହି ସମସ୍ୟା ଅଧିକ ଦିନ ଲାଗିରହିଲେ ଅର୍ଶ ହେବାର ଚାନ୍ସ ରହିଛି,ଏହି ଅର୍ଶ ଥରେ ହେଲା ମାତ୍ରେ ତାହା ସମ୍ପୂର୍ଣ ଭଲ ହେବାପାଇଁ ଆମକୁ ନାକେଦମ ହେବାପାଇଁ ପଡିଥାଏ |

ଏହି ସମସ୍ୟର ସମାଧାନ ପାଇଁ ପ୍ରଥମେ ମୁଁ ଆପଣଙ୍କୁ କହିବି ଯେ ଆପଣ ନିଜର ଖାଇବା ଓ ପିଇବାରେ ପରିବର୍ତନ କରନ୍ତୁ |ଆପଣ ପ୍ରତ୍ୟେକ ଦିନ 4ରୁ 5ଲିଟର ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ ତାହା ସହିତ ତେଲମସଲା ଜାତୀୟ ଖାଦ୍ୟ ଖାଇବା କମ କରନ୍ତୁ |ଆପଣ ଯେତେବେଳେ ଖାଉଛନ୍ତି ସେହି ସମୟରେ ଅର୍ଥାତ ଖାଇବାର ଏକ ଘଣ୍ଟା ପୂର୍ବରୁ ଏବଂ ଖାଇସାରିବାର ଏକ ଘଣ୍ଟା ପରେ ପାଣି ପିଅନ୍ତୁ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ |

ଏଥିପାଇଁ ମୁଁ ଆପଣଙ୍କୁ କିଛି ଟିପ୍ସ ଦେବି -ପ୍ରଥମେ ଆପଣ ଶୁଇବା ରାତିରେ ଯଉଁ ଉଷମ କ୍ଷୀର ପିଉଛନ୍ତି ସେଥିରେ ଏକ ଚାମୋଚ ଦେଶୀ ଘିଅ ଭଲରେ ମିଶାଇ ପିଅନ୍ତୁ |ତାହା କିଛିଦିନ ଲଗାତାର ଭାବରେ କଲେ ଆପଣଂକର ଏହି ସମସ୍ୟା ଦୂର ହୋଇଯିବ |-ଦ୍ୱିତୀୟରେ ଆପଣ ତ୍ରିଫଳା ଗୁଣ୍ଡ ଯଦି କ୍ଷୀରରେ ମିଶାଇ ଖାନ୍ତି ତେବେ ଆପଣଙ୍କ ଏହି ସମସ୍ୟା ଭଲ ହୋଇଯିବ |-ତୃତୀୟରେ ଆପଣ ଦିନରେ ଯେତେଥର ଖାଉଛନ୍ତି ଖାଇ ସାରିବା ପରେ ଅଧା ଚାମୋଚ ଜୁଆଣି ସହିତ ଅଳ୍ପ ବିଟଲୁଣ ମିଶାଇ ତାହାକୁ ଚୁବାଇ ଖାଆନ୍ତୁ |ଏହାଦ୍ୱାରା ଆପଣଙ୍କର ପେଟ ସଫା ଜନିତ ସମସ୍ୟା ଦୂର ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment