ବନ୍ଧୁଗଣ ଏହି ଦୁନିଆରେ ସମସ୍ତ ବ୍ୟକ୍ତି ସମସ୍ତେ ସମସ୍ତଙ୍କ ଠାରୁ ସମ୍ପୂର୍ଣ ଅଲଗା ହୋଇଥାନ୍ତି, ଏହି ବ୍ୟକ୍ତିମାନେ କେଉଁ ବ୍ୟକ୍ତି କେଉଁ ସ୍ଵଭାବର ହୋଇଥାଏ ସେ ବିଷୟରେ ଜାଣିହୁଏ ନାହିଁ |କିନ୍ତୁ ଯଦି ଆପଣ ବ୍ୟକ୍ତିଙ୍କ ସ୍ଵଭାଵ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ବ୍ୟକ୍ତିର ଜନ୍ମ ବର୍ଷ ଅନୁଯାଇ ମଧ୍ୟ କେତେକ କଥା ଜାଣି ହୋଇଥାଏ |ବ୍ୟକ୍ତିର ଜନ୍ମ ବର୍ଷ ସେହି ବ୍ୟକ୍ତି ବିଷୟରେ ଅନେକ କିଛି କଥା କହିଥାଏ,ସେହି ବ୍ୟକ୍ତିର ବର୍ତମାନ ଏବଂ ଭବିଷ୍ୟତ ବିଷୟରେ ଅନେକ କିଛି କଥା ଜଣେଇ ଥାଏ |ମୁ ଆଜି ଆପଣଙ୍କୁ 1980ମସିହାରୁ 2000ମସିହା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାଵ ବିଷୟରେ ଆପଣଙ୍କୁ ଜଣେଇବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ମସିହା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ସମ୍ପୂର୍ଣ କଥା ଜାଣିବା |
1980:-ଏହି ବ୍ୟକ୍ତି ସରଳ ସ୍ଵଭାଵର ହେବା ସହିତ ଏମାନଙ୍କ ପାଖରେ ଚୁମ୍ବକୀୟ ଗୁଣ ରହିଥିବାରୁ ଏମାନେ କଥାରେ ଅନେକ ଲୋକଙ୍କୁ ବହୁତ ଖୁସି କରିପାରନ୍ତି |ଏହି ସ୍ଵଭାଵ କାରଣରୁ ଏମାନଙ୍କୁ ଅନେକ ଲୋକ ବହୁତ ଭଲ ପାଇଥାନ୍ତି |
1981:-ଏହି ବ୍ୟକ୍ତି ବହୁତ ସ୍ମାଟ ହେବା ସହିତ ନିଜେ ପରିଶ୍ରମ କରି ଜୀବନରେ ବହୁତ କିଛି ହାସଲ କରିଥାନ୍ତି |ଏହି ବ୍ୟକ୍ତିମାନେ ଜୀବନରେ କାହା ଉପରେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ |
1982:-ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ସମସ୍ତଙ୍କ ଠାରୁ ଭିନ୍ନ ସ୍ଵଭାବର ହୋଇଥାନ୍ତି, ଏମାନେ ଯାହା ଉପରେ ଥରେ ବିଶ୍ୱାସ କରନ୍ତି ତାହା ପାଇଁ ନିଜ ଜୀବନ ଦେବାପାଇଁ ମଧ୍ୟ ପଛାନ୍ତି ନାହିଁ |
1983:-ଏହି ବ୍ୟକ୍ତି ବହୁତ ଦୟାଳୁ ସ୍ଵଭାବର ହୋଇଥିବାରୁ ଏମାନnku ସମସ୍ତେ ବହୁତ ଭଲ ପାଆନ୍ତି, ଏମାନେ ସମସ୍ତଙ୍କ ସହିତ ବହୁତ ଶୀଘ୍ର ମିଶିଯାଇଥାନ୍ତି |
1984:-ଏହିବ୍ୟକ୍ତି ଲୋକଙ୍କ କଥାରେ ଶୀଘ୍ର ବିଶ୍ୱାସ କରିବା କାରଣରୁ ବେଳେବେଳେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି |
1985:-ଏହି ବ୍ୟକ୍ତି କ୍ରୋଧୀ ସ୍ଵଭାବର ହେଲେ ମଧ୍ୟ ଅନ୍ୟର ଦୁଃଖ ବୁଝିଥାନ୍ତି ତେଣୁ ଆପଣ ନିଜ ରାଗ ଉପରେ ଆୟତ୍ତ ରଖନ୍ତୁ |
1986:-ଏହି ବ୍ୟକ୍ତି ସରଳ ସ୍ଵଭାଵ ହୋଇଥିବାରୁ ଏମାନେ ବେଳେବେଳେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି |
1987:-ଏହି ବ୍ୟକ୍ତିମାନେ ପ୍ରେମୀ ସ୍ଵଭାବର ହୋଇଥିବାରୁ ଥରେ ଯାହାକି ପସନ୍ଦ କରନ୍ତି କେବେ ନିଜଠାରୁ ଦୂର କରନ୍ତି ନାହିଁ |
1988:-ଏମାନେ ରୋମାଣ୍ଟିକ ସ୍ଵଭାବର ହୋଇଥିବାରୁ ଏମାନଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି |
1989:-ଏହିବ୍ୟକ୍ତିମାନେ ନିଜ ଲକ୍ଷ୍ୟସ୍ଥଳରେ ସ୍ଥିର ରହି ଜୀବନରେ ଆଗକୁ ବଢିବା ପାଇଁ ଭଲପାଇଥାନ୍ତି |
1990:-ଏମାନେ ନିଜଉପରେ ଅଧିକ ବିଶ୍ୱାସ କରନ୍ତି ତେଣୁ ଅନ୍ୟ କାହାର କଥାକୁ ଧ୍ୟାନ ଦିଅନ୍ତିନାହିଁ |
1991 – 1992 :-ଏମାନଙ୍କ ଦକ୍ଷ ବ୍ୟକ୍ତି ହୋଇଥିବାରୁ ଜୀବନରେ ଅନେକ ସଫଳତା ହାସଲ କରିଥାନ୍ତି |
1993:-ଏମାନେ ନିଜର ଭୁଲ ଅତି ଶୀଘ୍ର ମାନିବାରୁ ଏମାନେ କେବେ ଅସୁବିଧାରେ ପଡନ୍ତିନାହିଁ |
1994:-ଏହିବ୍ୟକ୍ତି ବହୁତ ଭଲ ହୋଇଥିବାରୁ ଏମାନଙ୍କୁ ନିଜ ପାଖରେ ରଖିବା ପାଇଁ ସମସ୍ତେ ଚାହାଁନ୍ତି |
1995:-ଏହି ବ୍ୟକ୍ତି ପରିଶ୍ରମ ବଳରେ ନିଜ ଗୋଡ଼ରେ ଛିଡାହେବ ପାଇଁ ଚାହାଁନ୍ତି |
1996:-ଏହିବ୍ୟକ୍ତି ନିଜର ଲକ୍ଷ୍ୟ ପଥରେ ଆଗେଇଯାଇଥାନ୍ତି ତେଣୁ ଏମାନେ କାହାର କଥା ଶୁଣନ୍ତି ନାହିଁ |
1998:-ଏହିବ୍ୟକ୍ତିମାନେ ରଚନାତ୍ମକ ଅଟନ୍ତି, ଏହା ସହିତ ଏମାନେ ଆଧୁନିକ ମଧ୍ୟ ଅଟନ୍ତି |
1999:-ଏମାନେ ସମ୍ବେଦନଶିଳ ହୋଇଥିବାରୁ ଏମାନଙ୍କୁ କେହି ଖରାପ ଭାବନ୍ତି ନାହିଁ |
2000:-ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ଆତ୍ମାବିଶ୍ୱାସୀ ହୋଇଥିବାରୁ ଏମାନେ ନିଜ ଗୋଡ଼ରେ ନିଜେ ଛିଡା ହେବାକୁ ପସନ୍ଦ କରିଥାନ୍ତି |