ତେବେ ଆପଣ ମାନେ ଜାଣିଥିବେ କି ମଣିଷ ଶରୀରରେ ସବୁ ବେଳେ କିଛି ନାଁ କିଛି ସମସ୍ୟା ମାନ ଦେଖିବାକୁ ମିଳିଥାଏ | ଆଉ ଯେଉଁ ସବୁ ସମସ୍ୟା ପାଇଁକି ଆମେ ଅନେକ ସମୟରେ ଅନେକ ଚିନ୍ତା ରେ ରହିଥାଉ ବୋଲି କୁହାଯାଉଛି | ତେବେ ଆଜି ଆମେ ଯେଉଁ ସମସ୍ୟା ବିଷୟରେ କହିବାକୁ ଯାଉଛେ ତାହା ହେଉଛି ଯାଦୁ, କାଛୁ ଓ କୁଣ୍ଡିଆଣ ଭଳି କିଛି ସମସ୍ୟା ଯାହା ହେବା ଯୋଗୁଁ ଆମ ଶରୀରରେ ଇନଫେକ୍ଟଏଡ଼ ସ୍ଥାନ ଗୁଡିକ କୁଣ୍ଡାଇବାକୁ ଲାଗିଥାଏ ଆଉ ଯାହା ପାଇଁ ଆମେ ଅନେକ କଷ୍ଟ ମଧ୍ୟ ପାଇଥାଉ |ତେବେ ଏହା ବ୍ୟତୀତ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁକି ଆମେ ମାନେ ଅନେକ ସମୟରେ ମେଡ଼ିସିନ ଗୁଡିକ ଖାଇଥାଉ | ତେବେ ତାହା ଖାଇବା କାରଣରୁ ତାହା ଭଲ ହୋଇ ଯାଇଥାଏ ଓ ତାହା ପରେ ପୁଣି ବାହାରି ଥାଏ |ଆଜି ଆମେ ଜାଣବା ଯାଦୁ, କାଛୁ ଓ କୁଣ୍ଡିଆଣ ଭଳି ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ |
ଆବଶ୍ୟକୀୟ ଉପକରଣ :-
କଞ୍ଚା କଦଳୀ, ଦହି, ହଳଦୀ, ଲେମ୍ବୁ
ପ୍ରସ୍ତୁତି ପ୍ରଣାଳୀ :-
ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି କଞ୍ଚା କଦଳୀ ର | ତେବେ ଆମେ ଏଥିପାଇଁ ପାଚିଲା କଦଳୀ ର ବ୍ୟବହାର କରି ପାରିଵା ନାହିଁ | ଆଉ ଯାହା କୁହାଯାଉଛି ଏହି କଞ୍ଚା କଦଳୀ କୁ ନେଇ ତାହାର ଚୋପା କୁ ଭଲ ଭାବରେ ଛଡାଇ ଦେବା ଆଉ ତାହା ପରେ ସେହି କଦଳୀ କୁ ଗ୍ରାଇଣ୍ଡିଙ୍ଗ କରିବା ଆଉ ପେଷ୍ଟ ପ୍ରସ୍ତୁତ କରିବା |ତାହା ପରେ ସେହି ପେଷ୍ଟ ରେ ଆମେ ମାନେ ମିଶାଇ ପାରିବା ଗୋଟିଏ ରୁ ଦୁଇ ଚାମଚ ଦହି ଓ ପରେ ସେଥିରେ ଆମେ ହଦଳୀ ମିଶାଇ ପାରିବେ | ଆଉ ସବୁକୁ ମିଶାଇ ଏକ ମିଶ୍ରଣ ର ପେଷ୍ଟ ପ୍ରସ୍ତୁତ କରିବା |
ବ୍ୟବହାର :-
ତେବେ ଏହି ପେଷ୍ଟ କୁ ବ୍ୟବହାର କରିବା ପୂର୍ବରୁ ଆମର ଇନଫେକ୍ଟଏଡ଼ ଏରିଆ କୁ ଭଲ ଭାବରେ ଉଷୁମ ପାଣି ରେ ଧୋଇ ଦେବା ଆଉ ତାହା ପରେ ଫାଳେ ଲେମ୍ବୁ କୁ ନେଇକି ସେହି ଯାଦୁ କାଛୁ ବାହାରି ଥିବା ସ୍ଥାନ ରେ ଲଗାଇବା | ଆଉ ତାହା ପରେ ଆମେ ପ୍ରସ୍ତୁତ କରିଥିବା ପେଷ୍ଟ ଟିକୁ ସେହି ସ୍ଥାନ ମାନଙ୍କରେ ଲଗାଇକି ରଖିଦେବା | ତେବେ ଏହି ଉପାୟ କୁ ରାତିରେ କରିବେ ଭଲ କାମ ଦେଇଥାଏ ବୋଲି କୁହାଯାଉଛି |ଆଉ ତାହା ପରେ ସକାଳେ ତାହାକୁ ଭଲ ଭାବରେ ଧୋଇଦେବା |
ତେବେ ଏହା ଥିଲା ଯାଦୁ, କାଛୁ ଓ କୁଣ୍ଡିଆଣ ଭଳି ସମସ୍ୟାରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।