Pregnancy Tips – ଜାଣନ୍ତୁ ସୁନ୍ଦର୍ ଶିଶୁର ଜନ୍ମ ପାଇଁ କଣ କରିବାକୁ ହୁଏ ? Dr. Soumya Nanda

ମାତୃତ୍ଵ ଲାଭ କରିବା ଜଣେ ନାରୀ ପାଇଁ ତା ଜୀବନର ସୌଭାଗ୍ୟ ହୋଇଥାଏ। ଜଣେ ନାରୀ ତା ଜୀବନର ସାର୍ଥକତା କୁ ଉପଭୋଗ କରିଥାଏ ମାଆ ହେବା ପରେ। ଶିଶୁଟିଏ ପାଇଁ ବାପା ମାଆ ଅନେକ ଆଶା ରଖିଥାଆନ୍ତି ଏବଂ ବହୁତ୍ ଖୁସି ମଧ୍ଯ ହୋଇଥାଆନ୍ତି। ତେବେ ମାତୃତ୍ଵ ଲାଭ କରିବା ପୁର୍ବରୁ ସେମାନଂକୁ ଅନେକ କଥାପ୍ରତି ଧ୍ୟାନ ଦେବାକୁ ପଡିଥାଏ। କିପରି ଏକ ସୁସ୍ଥ ସବଳ ଶିଶୁ ଟିଏ ଜନ୍ମ ହେବ, ସେଥିପ୍ରତି ସେମାନେ ବହୁତ୍ ଯତ୍ନଶୀଳ ହୋଇଥାଆନ୍ତି। ତେବେ ଗର୍ଭ ଧାରଣ ପାଇଁ ଉପଯୁକ୍ତ ସମୟ ହେଉଛି ୨୦ ରୁ ୩୦ ବର୍ଷ ମଧ୍ୟରେ।ଏହି ବୟସ ଭିତରେ ମାତୃତ୍ଵ ଲାଭ କରିବା ଦ୍ୱାରା ମହିଳାଙ୍କ ପାଇଁ ଏହା ଭଲ ହୋଇଥାଏ।

ତେବେ ଗର୍ଭ ଧାରଣ କରିବା ପୁର୍ବରୁ ଜଣେ ମହିଳାଙ୍କୁ ଅନେକ କିଛି ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପଡ଼ିଥାଏ। ଯାହା ଦ୍ଵାରା ପରେ ଏହା ଶିଶୁ ଉପରେ ଖରାପ୍ ପ୍ରଭାବ ପକାଇ ନଥାଏ। ଅନେକ ସମୟରେ ଏହା ଦେଖାଯାଏ ଯେ ଗର୍ଭଧାରଣ ପରେ ଯାଇ ମାଆ ମାନେ ସ୍ବାସ୍ଥ୍ୟ ପରୀକ୍ଷା କରିଥାନ୍ତି। ତେବେ ସୁସ୍ଥ ଏବଂ ସୁନ୍ଦର୍ ଶିଶୁ ପାଇଁ ମହିଳା ପ୍ରଥମେ ଜାଣିବା ଦରକାର୍ ଯେ ସେ ମାନସିକ ଭାବରେ ସୁସ୍ଥ ଏବଂ ପ୍ରସ୍ତୁତ ଅଛନ୍ତି କି ନାହିଁ। ତେବେ ଜଣେ ମହିଲା ଗର୍ଭବତୀ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ସେମାନେ ପ୍ରଥମେ ତାଙ୍କର ପିରିଆଡ୍ସ ମିସ୍ ହେଉଛି କି ନାହିଁ ତାହା ଜାଣିବା ଆବଶ୍ୟକ।ଏହା ଏକ ପଜିତିଭ ସାଇନ୍ ଅଟେ ଗର୍ଭଧାରଣ କରିବାର।

ଏହାଛଡ଼ା ୟୁରିନ ପ୍ରେଗ୍ନେନ୍ସି ଟେଷ୍ଟ କିଟ୍ ମାଧ୍ୟମରେ ମଧ୍ୟ ଜଣେ ମହିଳା ଏହା ନିଶ୍ଚିତ ହୋଇ ପାରିବେ ଯେ ସେ ଗର୍ଭବତୀ ଅଛନ୍ତି କି ନାହିଁ। ତେବେ ଜଣେ ମହିଳା ଗର୍ଭ ଧାରଣ କରିବା ପରେ ସେ କିପରି ଶିଶୁର ଉପଯୁକ୍ତ ଯତ୍ନ ନେବେ ସେଥିପାଇଁ ଡାକ୍ତରଙ୍କ ପାଖକୁ ଚେକ୍ ଅପ୍ ପାଇଁ ଯିବାକୁ ପଡିବ। ଏହାପରେ ଡାକ୍ତର ତାଙ୍କର ବର୍ତ୍ତମାନ ଏବଂ ପୂର୍ବର ସମ୍ପୂର୍ଣ୍ଣ ହିଷ୍ଟ୍ରି କୁ ଅନୁଧ୍ୟାନ କରିବା ପରେ ଯାଇ ଚିକିତ୍ସା କରିବା ଦରକାର୍। ତେବେ ଏହାର ଆବଶ୍ୟକତା ନିଶ୍ଚୟ ରହିଛି କାରଣ କଣ ରୋଗ ଆଗରୁ ରହିଥିଲା ଏବଂ ଏବେ କଣ ସମସ୍ୟା ରହିଛି ସେସବୁକୁ ଜାଣି ଡାକ୍ତର ସେହି ଅନୁସାରେ ଚିକିତ୍ସା ପଦ୍ଧତି କୁ ଆଗକୁ ନେବେ।

ତେବେ ଡାକ୍ତରଙ୍କ ସହ ପ୍ରଥମ ଭିଯିଟ ରେ ମହିଳାଙ୍କୁ କିଛି ଟେଷ୍ଟ କରିବାକୁ ପଡ଼ିଥାଏ ଯେମିତି ବ୍ଲଡ଼ ପ୍ରେସର୍, ହିମୋଗ୍ଲୋବିନ, ଆର୍ ଏଚ ଟାଇପିଙ୍ଗ୍, ଏଚ୍ ଆଇ ଭି, ବ୍ଲଡ଼ ସୁଗାର ଆଦି ପରୀକ୍ଷା କରାଯାଏ। ତେବେ ପ୍ରଥମ ପରୀକ୍ଷା ରେ ଜଣେ ମହିଳାଙ୍କୁ ତାଙ୍କର ପୁର୍ବରୁ କିଛି ରୋଗ ରହିଛି କି ନାହିଁ ତାହା ପଚରାଯାଏ ଯଦି କିଛି ସମସ୍ୟା ଜଣା ପଡେ ତେବେ ପରୀକ୍ଷା କରି ଏହାର ସମାଧାନ ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଆବଶ୍ୟକ ଏବଂ ଚିକିତ୍ସା ପଦ୍ଧତିକୁ ଅବଲମ୍ବନ କରିବା ଉଚିତ ଅଟେ। କିଛି ସମସ୍ୟା ଗର୍ଭଧାରଣ ର ପ୍ରଥମ ଚେକ୍ ଅପ୍ ରେ ବାହାରି ନଥାଏ, ଯାହା ପରେ ଜଣା ପଡ଼ିଥାଏ ଏବଂ ତାହା ମଧ୍ଯ ସମାଧାନ କଲେ ହିଁ ଜଣେ ଶିଶୁକୁ ଉପଯୁକ୍ତ ଭାବରେ ଗଠନ ହେବାପାଇଁ ସହାୟକ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment