ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ବର୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଯୌନ ସଂଚରିତା ରୋଗ ଅଧିକ ଦେଖାଦେଉଛି, କାରଣ ବର୍ତମାନ ମହିଳାମାନେ ଏହି ରୋଗରେ ଅଧିକ ପୀଡିତ ହେବା ସହିତ ଏଥିରେ ସେମାନଙ୍କ ଜୀବନ ମଧ୍ୟ ଯାଉଛି |ମୁଁ ଆଜି ଆପଣଙ୍କୁ ମହିଳାମାନଙ୍କର ସରଭାଇକାଲ କେନସର ବିଷୟରେ ଆପଣଙ୍କୁ ଜଣେଇବି, ଆପଣ ଆଗରୁ ଶୁଣିଥିବେ ଅନେକ ମହିଳା ଏହି ରୋଗରେ ଅଧିକ ପୀଡିତ ହେଉଛନ୍ତି |ଏହି ସରଭାକାଲ କେନସର କଣ ଏହା କିପରି ହୋଇଥାଏ ଆଉ ଏହି କେନସରର କିଛି ନିରାକାରଣ ବିଷୟରେ ଜାଣିବା, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି କେନସର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ସରଭାକାଲ କେନସର କାରଣ :-
ଏହି କେନସର କେବଳ ମହିଳା ମାନଙ୍କ ପାଖରେ ଦେଖାଯାଏ କାରଣ ଯଦି ତାଙ୍କର ସର୍ଭିସ କୌଣସି କାରଣରୁ ଇନଫେକ୍ସନ ହୋଇଥାଏ କିମ୍ବା ତାର କୌଣସି ପ୍ରୋବ୍ଲେମ ରହିଥାଏ ତେବେ ସର୍ଭିସରେ କେନସର ହୋଇଥାଏ |ଏହା ସହିତ ଠାରେ ଯଦି ଭାଇରସ ସର୍ଭିସକୁ ଇନଫେକ୍ସନ କରେ ତେବେ ଏହାକୁ କମାଇବା ବହୁତ କଷ୍ଟ ହୋଇଥାଏ |ସାଧାରତଃ ଏହା ଯଦି କମ ବୟସରୁ ସମ୍ପର୍କ ରଖିଥାନ୍ତି ତେବେ ଏହି ସମସ୍ୟା ଦେଖାଯିବା ସହିତ ମହିଳା ଜଣଙ୍କ ଯଦି ଏକ ରୁ ଅଧିକ ବ୍ୟକ୍ତିଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥାଏ ତେବେ ମଧ୍ୟ ଏହି ପ୍ରୋବ୍ଲେମ ତାହା ପାଖରେ ଦେଖା ଦେଇଥାଏ |ଏହା ସହିତ ଯଦି ଜଣେ ପୁରୁଷ ସେକେଣ୍ଡ ସ୍ତ୍ରୀ ଗ୍ରହଣ କରୁଛନ୍ତି ଏବଂ ତାଙ୍କର ପ୍ରଥମ ସ୍ତ୍ରୀ ଠାରେ ଏହି ପ୍ରୋବ୍ଲେମ ରହିଥିଲା ତେବେ ମଧ୍ୟ ସେହି ମହିଳାକୁ ସରଭାକାଲ କେନସର ହେବାର ବହୁତ ଚାନ୍ସ ରହିଥାଏ |
ସର୍ଭିସ କେନସରକୁ କିପରି ରୋକିହେବ :-
ଯଦି ଏଥିରେ ଅଫେକ୍ଟ ଥିବା ବ୍ୟକ୍ତି କିଛି ପ୍ରୋଟେକ୍ସନ ବ୍ୟବହାର କରିଥାଏ ତେବେ ସେହି ମହିଳା ଜଣଙ୍କ ଏଥିରେ ଆଉ ଅଫେକ୍ଟ ହୋଇନଥାଏ |ଏହା ସହିତ ଆପଣ ଯଦି ଆଗରୁ ଏହି ସମସ୍ୟାର ବିଷୟରେ ଅବଗତ ରହିଥିବେ ତେବେ ଆପଣ ଏଥିପାଇଁ ଜଣେ ଭଲ ଡାକ୍ତର ପରାମର୍ଶ ନେବା ସହିତ କିପରି ସମ୍ପର୍କ ରଖିବା ଉଚିତ ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା ନିହାତି ଆବଶ୍ୟକ ଅଟେ |
ଟୀକାକରଣ :-
ଏହି ରୋଗ ଏକ ଭାଇରସ ଦ୍ଵାରା ବ୍ୟାପି ଥିବାରୁ ଏହାପାଇଁ ଆମର ଏକ ସ୍ୱତନ୍ତ୍ର ବ୍ୟବସ୍ତା ରହିଛି, ଏହି ଭାଇରସକୁ ପପିଲମା ଭାଇରସ ବୋଲି କୁହାଯାଏ |ଏଥିପାଇଁ ଏକ ଟିକାକରଣର ବ୍ୟବସ୍ତା ରହିଛି, ଜଣେ ଝିଅ ଯେତେବେଳେ ସେକ୍ସସୁଆଲ ହର୍ମୋନ ସିକ୍ରେସନ ହୋଇନଥାଏ ସେତେବେଳେ ତାକୁ ଟୀକା ଦେବା ଆବଶ୍ୟକ |ଯାହାଦ୍ୱାରା ତାକୁ ଏମିତି ଅସୁବିଧା ଆଗକୁ ସମ୍ମୁଖୀନ କରିବାକୁ ପଡିବ ନାହିଁ,ତେଣୁ ଯେଉଁ ଝିଅମାନେ ପନ୍ଦର ବର୍ଷରୁ କମ ଅଛନ୍ତି ସେମାନଙ୍କୁ ନିୟମ ଅନୁଯାଇ ଦୁଇଟି ଡୋଜ ଦେବା ସହିତ ପନ୍ଦର ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ତିନୋଟି ଡୋଜ ସମୟ ବ୍ୟବଧାନରେ ଦେବା ନିହାତି ଆବଶ୍ୟକ |ଏହିପରି ସମସ୍ତେ କଥା ମାନି ଚଳିଲେ ଆପଣଙ୍କ ଏହି ଯୌନ ସଂକ୍ରମଣ ହେବାର କୌଣସି ଚାନ୍ସ ନଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।