ବନ୍ଧୁଗଣ ଆପଣ ଘରେ ଝିଟିପିଟି ନିଶ୍ଚିତ ଆପଣ ଦେଖୁଥିବେ, ଆପଣ ଏହା ମଧ୍ୟ ଝିଟିପିଟି ଦେହରେ ପଡିବା କେତେକ ସମୟରେ ଭଲ ହୋଇଥିବା ସମୟରେ ଅନ୍ୟ କେତେବେଳେ ଅଶୁଭ ମଧ୍ୟ୍ୟ ହୋଇଥାଏ |ଶାସ୍ତ୍ର ଓ ନକ୍ଷତ୍ର ଅନୁସାରେ ଝିଟିପିଟି ଆମ ଶରୀର ଉପରେ ଖସିବା ଶୁଭ କି ଅଶୁଭ ତାହା ଦିନ ଓ ବାରରୁ ଜଣାଯାଏ |ଆମ ସହ ଏ ଜନ୍ମରେ ଯାହାବି ଘଟୁଛି ତାହା ଆମର ଆଗ ଜନ୍ମର ଫଳ ହୋଇଥାଏ, ମୁଁ ଆଜି ଝିଟିପିଟି ଆପଣଙ୍କ କଉଁ ଅଙ୍ଗରେ ପଡିଲେ ତାହା ଫଳ କଣ ହୋଇଥାଏ ଆଉ ଏହା ଶୁଭ କି ଅଶୁଭ ହୁଏ ସେ ବିଷୟରେ ମୁଁ ଆପଣକୁ ଜଣାଇବି |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ବିଷୟ |
ପ୍ରଥମେତ ଝିଟିପିଟି ଯଦି ନଖରେ ପଡିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ, ଏହା ଆପଣଙ୍କୁ ଧନ ଓ ସୁଖ ମିଳିବାର ସୂଚନା ଦେଇଥାଏ |ଯଦି ଝିଟିପିଟି ଆପଣଙ୍କ ପେଟ ଉପରେ ପଡେ ତେବେ ଆପଣକୁ ଗହଣା ମିଳିବାର ସୁଯୋଗ ମିଳିଥାଏ ଏବଂ ଏହି ଝିଟିପିଟି ଆପଣଙ୍କ ଓଠରେ ପଡେ ଧନବାନ ହେବାର ସଂକେତ ଡ଼େଇଥାଏ |
ଝିଟିପିଟି ଯଦି ଆପଣଙ୍କ କମରରେ ପଡେ ତେବେ ଆପଣ ଶୀଘ୍ର ଗଡି ଆଣିବାର ସମ୍ଭାବନା ରହିଛି,ଡାହାଣ କାନ୍ଧରେ ଝିଟିପିଟି ଖସିଲେ ଅପଣ କୌଣସି ଏକ ମହତ୍ୱ କାର୍ଯ୍ୟ କରିବାର ସମ୍ଭାବନା ରହିଥାଏ ଏବଂ ଏଥିରେ ସଫଳତା ମିଳିବାର ସୂଚନା ମଧ୍ୟ ଦେଇଥାଏ ବାମ କାନ୍ଧରେ ଝିଟିପିଟି ଖସିବା ମଧ୍ୟ ଶୁଭ ହୋଇଥାଏ ତାହା ସହିତ ଆପଣକୁ ଧନ ମିଳିଥାଏ,ଯଦି ଆପଣଙ୍କ ମଥାରେ ଝିଟିପିଟି ପଡେ ତେବେ ଆପଣ ସମ୍ପତି ଲାଭ କରିପାରନ୍ତି |ଝିଟିପିଟି ଆପଣଙ୍କ କେଶରେ ପଡିଲେ ଏହା ବହୁତ ସଂକଟର ସୂଚନା ଦେଇଥାଏ ଏମିତିବି ଏହା ଦ୍ଵାରା ମୃତ୍ୟୁବି ହୋଇପାରେ |
ଯଦି ଝିଟିପିଟି ଆପଣଙ୍କ ଡାହାଣ କାନରେ ପଡିଥାଏ ତେବେ ଏହା ଆପଣକୁ ଆଭୂଷଣ ପ୍ରାପ୍ତ କରିବାର ସୋଯଗ ଦେଇଥାଏ, ଯଦି ବାମ କାନରେ ଝିଟିପିଟି ପଡେ ତେବେ ଆପଣଙ୍କ ଆୟୁଷ ବୃଦ୍ଧି ହେବାର ସମ୍ଭାବନା ରହିଥାଏ |ଝିଟିପିଟି ଆପଣଙ୍କ ବେକରେ ଯଦି ପଡିଥାଏ ତେବେ ଆପଣଙ୍କ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ |ଯଦି ଆପଣଙ୍କ ହାତରେ ପଡେ ତେବେ ଆପଣଙ୍କୁ ଧନ ପ୍ରାପ୍ତି ହେବ,ଆପଣଙ୍କ ଗୋଡ଼ରେ ଝିଟିପିଟି ପଡ଼ିଥିଲେ ଅପଣଂକର ଶୁଭାଯାତ୍ରାରେ ସମ୍ଭାବନା ରହିଥାଏ |ଝିଟିପିଟି ଝଗଡା ଲାଗିବାର ଆପଣ ଦେଖନ୍ତି ତେବେ ଆପଣଙ୍କ ପ୍ରିୟ ଜନସହିତ ଅପ୍ରୀତି ହୋଇପାରେ |
ଯଦି ଝିଟିପିଟି ଆପଣଙ୍କ ଉପରେ ସୋମବାର ଦିନ ଯଉଁ ଅଙ୍ଗରେ ବି ପଡିଥାଏ ତେବେ ଏହାର ପରିଣାମ ସାମାନ୍ୟ ହୋଇଥାଏ,ମଙ୍ଗଳବାର ଦିନ ଏହାର ପରିଣାମ ଖରାପ ହୋଇଥାଏ |ବୁଧବାର ଓ ଗୁରୁବାର ଦିନ ଏହାର ପରିଣାମ ଅତ୍ୟନ୍ତ ଶୁଭ ହୋଇଥାଏ,ଶୁକ୍ରବାର ଦିନ ସାମାନ୍ୟ ଫଳ ମିଳିଥାଏ, ଶନିବାର ଓ ରବିବାର ଦିନ ଯଦି ଝିଟିପିଟି ଆପଣଙ୍କ ଉପରେ ପଡେ ତେବେ ଶୁଭ ଫଳ ମଧ୍ୟ ଅଶୁଭ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।