ଝୁରୁଛନ୍ତି ଲୋକେ , ଖୋଜୁଛି ସିନେ ଜଗତ… ମିହିର ଦାସ ( Mihir Das ) ଙ୍କ ଶେଷ ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ଅଲିଉଡ ର ଜଣେ ସୁନାମ ଧନ୍ୟ ଅଭିନେତା, ଯାହାର ଅଭିନୟ ରେ ଥିଲା ବାସ୍ତବିକତା ଆଉ ଯାହା ସମସ୍ତ ଓଡ଼ିଆ ବାସୀ ଙ୍କୁ ତାଙ୍କ ପାଖକୁ ଆକୃଷ୍ଟ କରେଇଥିଲା | ତାଙ୍କର ଜୀବନ୍ତ ଅଭିନୟ କେତେବେଳେ ଦର୍ଶକ ମାନଙ୍କୁ ହିସାଇଛି ତ ଆଉ କେତେବେଳେ ତାଙ୍କର ଅଭିନୟ ର ଝାଲକ ଦେଖି ଲୋକେ କାନ୍ଦୀ ପକାଇଛନ୍ତି, ଆଉ ସେହି ମହାନ ବର୍ଷୀୟାନ ଅଭିନେତା ଆଉ ଆମ ଗହଳରେ ନାହାନ୍ତି ଦୀର୍ଘ ଗୋଟିଏ ବର୍ଷ ହେବ ଓଡିଶା ବାସୀ ଙ୍କ ପାଖରୁ ମିହିର ଦାସ ବିଦାୟ ହେଇଛନ୍ତି ସତ କିନ୍ତୁ ପ୍ରତେକ ଓଡ଼ିଆ ଓ ସିନେ ପ୍ରେମୀ ଙ୍କ ହୃଦୟରେ ତାଙ୍କର ସ୍ଥାନ ଏବେ ବି ସଜ୍ଜିତ ହୋଇ ରହିଛି | ତାହେଲେ ଆସନ୍ତୁ ସେହି ମିହିର ଦାସ ଙ୍କ ବିଷୟରେ ଜାଣିବା |

କୁହାଯାଏ ମହି ମଣ୍ଡଳେ ଦେହ ନେଇ ଦେବତା ହେଲେ ବି ମରଇ |ହଁ ଆଜ୍ଞା ଯିଏ ଯେତେ ଭଲ ହେଉ ଆଉ ପ୍ରସଂଶାରେ ଅଧିନୀତ ହେଉ ତାଙ୍କୁ ଦିନେ ନା ଦିନେ ଏହି ଧରା ପୃଷ୍ଠ କୁ ଛାଡି ଯିବାକୁ ପଡିବ | ତେବେ ଯିଏ ସମସ୍ତଙ୍କ ହୃଦୟରେ ଜାଗା ବନାଇ ପାରିଥିବ ସେ କେବଳ ମରିବା ପରେ ମଧ୍ୟ ଚିର ଅମର ହୋଇ ରହିବ ବୋଲି କୁହାଯାଉଛି | ତେବେ ସେହି ଭଳି ଜଣେ ମହାନ ବ୍ୟକ୍ତି ହେଉଛନ୍ତି ମିହିର ଦାସ ଯିଏ କି ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ ଓ ଓଡ଼ିଆ ମାନଙ୍କର ମନ ରଞ୍ଜନ ପାଇଁ ଅନେକ କିଛି ଅବଦାନ ରହିଛି ତାଙ୍କର |

ଆଉ ଯାହା କୁହାଯାଉଛି କି 11 ଫେବୃଆରୀ 1959 ମସିହାରେ ମୟୁରଭଞ୍ଜ ଜିଲ୍ଲା ରେ ଜନ୍ମଗ୍ରହଣ କରିଥିଲେ ମିହିର ଦାସ | ପିଲା ଦିନରୁ ଅଭିନୟ ପ୍ରତି ଥିଲା ତାଙ୍କର ଗଭୀର ଦୁର୍ବଳତା | ଆଉ ଯେଉଁଥିପାଇଁ ସେ ଫ୍ଲିମ ଜଗତକୁ ନିଜେ ଆସିବା ସହିତ ତାଙ୍କର ମାଧ୍ୟମରେ ଅନେକ କୁ ମଧ୍ୟ ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ଆଣିଥିଲେ ବୋଲି କୁହାଯାଉଛି | ତେବେ 3 ଦଶକ ରୁ ଅନେକ ଫ୍ଲିମ ରେ ସେ ନାୟକ, ଖୋଳ ନାୟକ ଓ ହାସ୍ୟ ଅଭିନେତା ଭାବରେ ଅଭିନୟ କରି ଆସିଛନ୍ତି | ଆଉ ସେଗୁଡିକ ମଧ୍ୟରୁ ସ୍କୁଲ ମାଷ୍ଟର ତାଙ୍କର ପ୍ରଥମ ଅଭିନୟ ଥିଲା |

ତେବେ ତାହା ପରେ ପୁଅ ମୋର ଭୋଳା ସାଙ୍ଗର, ସାକ୍ଷୀ ରହିଲା ମ ସିଂହ ଦୁଆର, ଫେରିଆ ମୋ ସୁନା ଭଉଣୀ, ପ୍ରେମ ଅଢେଇ ଅକ୍ଷର ଏମିତି ଅନେକ ଫ୍ଲିମ ରେ ମଧ୍ୟ ସେ ଅଭିନୟ କରିଛନ୍ତି |ତେବେ ଲକ୍ଷ୍ମୀ ପ୍ରତିମା ଫ୍ଲିମ ପାଇଁ ମଧ୍ୟ ଅନେକ ସଂମ୍ମାନ ଆଉ ପୁରସ୍କାର ପାଇଛନ୍ତି |ତେବେ ସେ ଗାୟିକା ଓ ଅଭିନେତ୍ରୀ ସଂଗୀତା ଦାସ ଙ୍କୁ ବିବାହ ମଧ୍ୟ କରିଥିଲେ | ତେବେ ସେହି ଅଭିନେତା ମିହିର ଦାସ 2021 ଡିସେମ୍ବର ରେ ମୃତ୍ୟୁ ବରଣ କରିଛନ୍ତି ଆଉ ସେ ଆମ ମାନଙ୍କ ଗହଳରେ ନାହାନ୍ତି ସତ | କିନ୍ତୁ ତାଙ୍କର ସ୍ମୃତି ଚିର ଜୀବନ୍ତ ହୋଇ ରହିଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment