ଏମିତି କୀର୍ତ୍ତନ ଜୀବନରେ କେବେ ଦେଖି ନଥିବେ… ଥରେ ବଦଳରେ ୧୦ ଥର ଦେଖିବେ…

ଓଡିଆ ଲୋକ କଳାକୁ ସୁଦୃଢ, ସୁରକ୍ଷିତ ଓ ପ୍ରସାରିତ କରାଯାଉ-ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘ ସଂକୀର୍ତ୍ତନ ଧାରା ଗାୟିକା ସୁନୀତା ସାହୁ ଓଡିଶୀ ସଂକୀର୍ତ୍ତନ ଓଡିଶା ର ନିଜସ୍ୱ ମୌଳିକ ଲୋକ ସଂଗୀତର ପରମ୍ପରା। ଏହା ନୃତ୍ୟ, ସଂଗୀତ, ସାହିତ୍ୟ, ଆଧ୍ୟାତ୍ମଭାବ ଓ ଲୋକ ଚଳଣିର ଅନନ୍ୟ ସମନ୍ୱୟ। ଏହା ମାଧ୍ୟମରେ ଓଡିଶାର ଆଧ୍ୟାତ୍ମଭିତ୍ତିକ ପରିଚୟ ଓ ଅସ୍ମିତାର ପ୍ରତିଷ୍ଠା ସମ୍ଭବ ହୋଇପାରିଛି।

କଳା ବଞ୍ଚିଲେ କଳାକାର ବଞ୍ଚିବେ। ଓଡିଆ ଲୋକ କଳା ତଥା ଲୋକ ସଂସ୍କୃତିର ସୁରକ୍ଷା ପାଇଁ ଲୋକ କଳା ଅନୁଷ୍ଠାନ କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଲୋକ କଳାକୁ ସୁଦୃଢ, ସୁରକ୍ଷିତ ଓ ପ୍ରସାରିତ କରାଯାଉ। ଭାଗବତ ଟୁଙ୍ଗିର ପୁନର୍ଦ୍ଧାର ସହ ଗ୍ରାମାଞ୍ଚଳର ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ମଠ ଓ ମନ୍ଦିର କୁ ପୁନଃର୍ଦ୍ଧାର କରି ତାର ଐତିହ୍ୟକୁ ସୁରକ୍ଷା ଦେବା ଆବଶ୍ୟକ ବୋଲି ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ରେ ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି।

ଗାଁରେ ବୈଠକୀ ସଂକୀର୍ତ୍ତନ ସଂଗମ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ କଳା ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ପ୍ରାଚୀନ କାଳରୁ ପୁର ପଲ୍ଲୀ ରେ ଭାଗବତ ଟୁଙ୍ଗି, ମନ୍ଦିର ଆଦିରେ ସଂକୀର୍ତ୍ତନ ପରିବେଷଣ ହୁଏ । ନାମ ଯଜ୍ଞ ରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୁଏ । ତେବେ ଏହି ଆଧ୍ୟାତ୍ମିକ ଚେତନା କଳାର ବର୍ତ୍ତମାନ ଅପଭ୍ରଂସ ହୋଇଛି । ସଂସ୍କୃତି ଓ ସଂସ୍କାରର ଶିକୁଳି ଛିଣ୍ଡେଇ ଏହି ସଂକୀର୍ତ୍ତନ କଳା ଅପ ସଂସ୍କୃତି ଆଡକୁ ଗତି କରୁଛି । ଭାବ ଓ ଭକ୍ତିର ଏହି କଳା ଆଜି ଭିନ୍ନ ଢଙ୍ଗ ରେ ପରିବେଷଣ ହେଉଛି । ଆଧୁନିକ ସଂଗୀତ, ଅଶ୍ଳୀଳ ଢଙ୍ଗରେ ନୃତ୍ୟ ପରିବେଷଣ କରିବା ଫଳରେ ଏହା ଏବେ ମନୋରଞ୍ଜନ ଧର୍ମୀ କଳା ପାଲଟି ଯାଇଛି ।

ଆଜିର କାର୍ଯ୍ୟକ୍ରମ ରେ ଏହାର ପୁନରୁଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଛି ବୋଲି ଆୟୋଜକ କମିଟି ମତ ପ୍ରକାଶ କରିଛି । ଏହି ବୈଠକ ରେ ୨୦ଟି ସଂକୀର୍ତ୍ତନ ଦଳ ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିଥିଲେ, ଯାହା ସଂସ୍କାର ଧର୍ମୀ ଥିଲା । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗାୟିକା ସୁନୀତା ସାହୁ ଓ ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି, ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦାନ କରିଥିଲେ । ବିଶିଷ୍ଟ କଳାକାର ସନ୍ତୋଷ ଦାଶଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାbଯାଇ ଥିଲା ।କିନ୍ତୁ ଆଜି କାଲି ଝିଅ ମାନେ ବି ସଂକୀର୍ତ୍ତନ କଳା ଅପ ସଂସ୍କୃତି ଆଡକୁ ଗତି କରୁଛି । ଭାବ ଓ ଭକ୍ତିର ଏହି କଳା ଆଜି ଭିନ୍ନ ଢଙ୍ଗ ରେ ପରିବେଷଣ ହେଉଛି । ଆଧୁନିକ ସଂଗୀତ, ଅଶ୍ଳୀଳ ଢଙ୍ଗ ରେ ନୃତ୍ୟ ପରିବେଷଣ କରିବା ଫଳରେ ଏହାଏବେ ମନୋରଞ୍ଜନ ଧର୍ମୀ କଳା ପାଲଟି ଯାଇଛି ସେହି ପରି ସୁନୀତା ସାହୁ ଜଣକ ତାଙ୍କ ସୁମଧୁର କଣ୍ଠରୁ ଗୀତ ପ୍ରଦାନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment