ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ପ୍ରାୟ ବ୍ୟକ୍ତି ନିଜର ପାପୁଲିର ରେଖାକୁ ଦେଖି ନିଜର ଭବିଷ୍ୟତ ବିଷୟରେ ଜାଣିପାରନ୍ତି, ଏହି ପାପୁଲି ରେଖାରେ ପ୍ରାୟ ସମସ୍ତେ ବିଶ୍ୱାସ କରନ୍ତି |କେତେକ ପଣ୍ଡିତ ମାନେ ପାପୁଲିର ରେଖାକୁ ଦେଖି ନିଜର ଭବିଷ୍ୟତ ବିଷୟରେ ଜାଣି ସତର୍କ ହୋଇଯାନ୍ତି, ସେହିପରି ଆମ ଆଙ୍ଗୁଠିରୁ ଜାଣି ହୁଏ ଆମର ସୌଭାଗ୍ୟ ବିଷୟରେ କିନ୍ତୁ ଆପଣ ଜାଣିଛନ୍ତି କି ଯେ ଆପଣଙ୍କ ନଖରେ ମଧ୍ୟ ଏମିତି କିଛି ଚିହ୍ନ ଦେଖିବାକୁ ମିଳେ ଯାହା ଆପଣଙ୍କ ଶରୀର ବିଷୟରେ ସୂଚାଇ ଦିଏ |ମୁଁ ଆଜି ଆପଣକୁ ଆପଣଙ୍କ ଆଙ୍ଗୁଠିରେ ଦେଖା ଯାଉଥିବା ଅର୍ଦ୍ଧ ଚନ୍ଦ୍ର ଚି଼ହ୍ନ ଆପଣକୁ କଣ ସବୁ ସୂଚନା ଦିଏ ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଜାଣିବା ଏହି ଅର୍ଦ୍ଧ ଚନ୍ଦ୍ର ଚି଼ହ୍ନର ରହସ୍ୟ ବିଷୟରେ |
ଏହି ଅର୍ଦ୍ଧ ଚନ୍ଦ୍ର ଚିହ୍ନ ପ୍ରାୟ ସମସ୍ତଙ୍କ ଆଙ୍ଗୁଠିରେ ନଥାଏ, କେତେ କେତେ ଲୋକଙ୍କ ଠାରେ ଏହା ଦେଖିବାକୁ ମିଳିଥାଏ |ଏହି ଚି଼ହ୍ନ ଆମ ଶରୀରର ଅନେକ କଥା ବିଷୟରେ ଆମକୁ ଜଣାଇଥାଏ,ଏହି ଚିହ୍ନ ଆପଣଙ୍କ ସ୍ୱାସ୍ଥ୍ୟକୁ ମାପିବାର ପାରା ମିଟର ଅଟେ |ଏହାର ସ୍ଥିତି ଆପଣଙ୍କ ସ୍ୱାସ୍ଥ୍ୟର ସୂଚକ ଅଟେ,ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ତେବେ ଏହି ଚିହ୍ନ ଆପଣଙ୍କ ନଖରୁ ଅଦୃଶ୍ୟ ହୋଇଯାଏ |ଅର୍ଥାତ ଏହି ଚିହ୍ନ ଆପଣଙ୍କ ଠାରେ ଯଦି ଦୃଶ୍ୟ ହେଉନଥାଏ ତେବେ ଆପଣ ବୁଝି ନେବା ଉଚିତ ଯେ ଆପଣଙ୍କ ସ୍ୱାସ୍ଥ୍ୟ କିଛି ମାତ୍ରାରେ ଖରାପ ହେବକୁ ଯାଉଛି |ତେଣୁ ଆପଣ ଏହି ଚି଼ହ୍ନର ଅଦୃଶ୍ୟତାକୁ ଦେଖି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକେ ସାବଧାନ ହୋଇଯିବା ଉଚିତ |
ଏହି ଅର୍ଦ୍ଧ ଚନ୍ଦ୍ର ଚି଼ହ୍ନ ଯଦି ଆପଣଙ୍କ ଦଶଟି ଆଙ୍ଗୁଠିରୁ ଆଠଟି ଆଙ୍ଗୁଠିରେ ରହିଛି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ |ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଯଦି ଆପଣଙ୍କ ଆଙ୍ଗୁଠିରୁ ଏହି ଚି଼ହ୍ନ ବାରମ୍ବାର ଉଭେଇ ଯାଉଛି କିମ୍ବା ଏହା ଆପଣଙ୍କ ବୁଢ଼ା ଆଙ୍ଗୁଠିରେ ରହି ଯାଉଛି ତେବେ ଆପଣକୁ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଭାବିବାକୁ ପଡିବ |ଏହି ଚି଼ହ୍ନ ବାରମ୍ବାର ଅଦୃଶ୍ୟ ହେଲେ ଆପଣ ସୂଚାଇ ଦିଏ ଯେ ଆପଣ ଠାରେ କୌଣସି ଏକ ବଡ଼ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ ତେଣୁ ଆପଣ ଏଥିପ୍ରତି ସାବଧାନ ରୁହନ୍ତୁ |ମେଡିକାଲ ଏକ୍ସପଟ ଅନୁସାରେ ଜଣା ଯାଇଛି ଯେ ଏହା ଆପଣଙ୍କ ଶରୀରକୁ ଜଡିତ କେତେକ କଥା ଓ ରୋଗ ବିଷୟରେ କହିଥାଏ |ଏହା ଆପଣଙ୍କ ଶରୀରରେ ରୋଗ ସହିତ ଆଇରନ ଓ ଥାଇରଡ଼ ବିଷୟରେ ମଧ୍ୟ ଜଣାଇ ଥାଏ |ଆପଣଙ୍କ ଶାରୀରରେ ରକ୍ତ ହୀନତାର ଏହା ଏକ ମୁଖ୍ୟ ସୂଚନା ଦେଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
