ବନ୍ଧୁମାନେ ଆମେ ଅନେକ ସମୟରେ ସୋସିଆଲ ମେଡିଆ ର ସାହାଯ୍ୟ ନେଇ ଅନେକ କଳା ଓ କଳାକାର ମାନଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥାଉ ।ତେବେ ସେହି କେତେ କଳାକାର ମାନଙ୍କ ଭିତରେ ଏମିତି କିଛି ସଙ୍ଗୀତକାର ମାନେ ସାମିଲ ଅଛନ୍ତି ଯେଉଁମାନଙ୍କ ଗୀତ ଆମ ଜୀବନ କୁ ଖୁବ ସୁନ୍ଦର କରେଇ ପାରିଛି ।ଆଉ ଏମିତି କିଛି ମହାନ ସିଙ୍ଗର ମାନଙ୍କ ଭିତରେ ଆଜି ନିଜକୁ ଛିଡା କରି ପାରିଛନ୍ତି ସିଙ୍ଗର ୟୋତିର୍ମୟୀ ନାୟକ ।ତେବେ ଆଜି ଅନେକ ଶ୍ରୋତା ଓ ଦର୍ଶକ ୟୋତିର୍ମୟୀ ଙ୍କ ଗୀତ ଶୁଣିଛନ୍ତି କିନ୍ତୁ ତାଙ୍କର ଏହି ସଙ୍ଗୀତ ଯାତ୍ରା କେମିତି ଥିଲା ସେ ବିଷୟରେ ଖୁବ କମ ଜାଣିବାକୁ ପାଇଥିବେ।
ଜ୍ୟୋତିର୍ମୟୀ ନାୟକ, ଓଡ଼ିଆ ସିନେ ଦୁନିଆର ଏକ ନୂଆ ପ୍ରତିଭା ଅଟନ୍ତି,ଯିଏ ନିଜ ସ୍ୱର ର ଯାଦୁରେ ଆଜି ଏକ ନୂଆ ପରିଚୟ ପାଇଛନ୍ତି ।ତେବେ ସେ ଜଣେ ଓଡ଼ିଆ ସଙ୍ଗୀତକାର ହେଇଥିବା ବେଳେ ବିଶେଷ କରି ସେ ଆଧ୍ୟାତ୍ମିକ ଓ ଓଡ଼ିଆ ପପ ଗୀତ ଗାଇବାରେ ରୁଚି ରଖନ୍ତି ।ମାତ୍ର 17 ବର୍ଷ ବୟସରେ ସେ ସଙ୍ଗୀତ ପାଇଁ ନିଜର ପରିଚୟ ତିଆରି ପାରିପାରିଥିବା ବେଳେ ସେ ତାଙ୍କର ଗୁରୁ ବୁଦ୍ଧ ପ୍ରସାଦ ରାଓ ଙ୍କ ପାଖରୁ ସାଂସ୍କୃତିକ ସଙ୍ଗୀତ ଶିକ୍ଷା ନେଇଥିଲେ ।ତେବେ ୟୋତିର୍ମୟୀ ଙ୍କ ଗୀତରେ ନୂଆ ନୂଆ ଭାବ ଦେଖିବାକୁ ମିଳିଥାଏ, ଏହା ବ୍ୟତୀତ “ଇସ୍କ ପୁଣି” ତାଙ୍କର ଏକ ହିଟ ଗୀତ ରହିଛି ।
ତେବେ ଜ୍ୟୋତିର୍ମୟୀ ଙ୍କ ଜନ୍ମ ରାଉରକେଲା ରେ ହେଇଥିବା ବେଳେ ତାଙ୍କ ପାଖରେ ଏତେ ସୁନ୍ଦର କଳା ଥିବା ପଛରେ ବହୁତ ବଡ଼ ହାତ ରହିଛି ତାଙ୍କ ବାପାମାଆ ଙ୍କର ।ତାଙ୍କର ବାପା ଚକ୍ରଧର ନାୟକ ଓ ମାଆ ଗୌରୀ ନାୟକ ଉଭୟ କଳା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ ।ଖୁବ କମ ବୟସରୁ ସଙ୍ଗୀତ ପ୍ରରି ରୁଟି ରୁଚି ଥିବା ସହିତ ୟୋତିର୍ମୟୀ ଅନେକ ରିଲିଟି ସୋ ରେ ସାମିଲ ହେଇଥିଲେ । ତେବେ ସେ ଗୋଟିଏ ରିଏଲିଟି ସୋ ରେ 4rth ରନର୍ସ ଅଫ ହେଇଥିବା ସହିତ ସେ
ଇଣ୍ଡିଆନ ଆଇଡ଼ଲ ର ସିଜିନ 9 ରେ 36 ପ୍ରତିଯୋଗି ଥିଲେ ।
ତେବେ ଜ୍ୟୋତିର୍ମୟୀ ଆଜି ଅନେକ ପ୍ରକାର ଗୀତ ଗାଇ ପାରୁଥିବା ସହିତ ନିଜର ସ୍ୱର ସଂଯୋଜନା କରିବାରେ ମାହୀର ଅଟନ୍ତି ।ଜୀବନରେ ବଲିଉଡ ରେ ଗୀତ ଗାଇବାର ସ୍ୱପ୍ନ ଦେଖିଥିବାର ଦେଖିଛନ୍ତି ଜ୍ୟୋତିର୍ମୟୀ ।ଏହା ଛଡା ସେ ଯେତେବେଳେ ବୀକୌ ବି ଷ୍ଟେଜ ସୋ ରେ କାମ କରିଥାନ୍ତି ତାଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ ।ତେବେ ଆମେ ଆଶା କରୁଛୁ ଆଗକୁ ତାଙ୍କର ସ୍ୱପ୍ନ ସାକାର ହେଉ ।ଆପଣଂକୁ ଏମିତି ଜଣେ ସିଙ୍ଗର ବିଷୟରେ ଜାଣି କେମିତି ଲାଗିଲା ତାହାର ମତାମତ ନିଶ୍ଚିତ ଜଣାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।