Swastik Tv News Odisha

Jyotisa Shastra – ବାଛନ୍ତୁ ଆପଣଙ୍କର ଜନ୍ମ ତାରିଖ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ରେ Love Marriage ହେବ ନା Arrange Marriage

0

ଟେକ୍ନୋଲୋଜିର ପ୍ରଭାବରେ ଧୀରେ ଧିରେ ଆଜିକାଲିର ସମାଜ ଆଧୁନିକ ଆଡ଼କୁ ଗତି କରୁଛି। ତେବେ ଆଜିର ଲୋକମାନେ ଟେକ୍ନୋଲୋଜିରେ ଯେତେ ଆଗକୁ ଯାଇଥିଲେ, ମଧ୍ୟ ଆଜି ବି ଲୋକମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖୁଛନ୍ତି। ଗୃହ ନକ୍ଷେତ୍ର ଚଳଣି ଆମର ରାଶି ବା ଜାତକ ଉପରେ ପ୍ରଭାବ ପଡ଼ିଥାଏ। କାରଣ ଯେତେବେଳେ ପିଲାଟିଏ ଯେତେବେଳେ ଜନ୍ମ ନିଏ ସେତେବେଳେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିଲାର ନାମ କରଣ ଏବଂ ଜାତକ ତିଆରି କରାଯାଇଥାଏ। ବନ୍ଧୁଗଣ ଆପଣ ମାନଙ୍କ ଜନ୍ମ ତିଥି ଏବଂ ସମସୟକୁ ନେଇ ଆପଣଙ୍କ ବାହାଘର ବିଷୟରେ ଜଣା ପଡ଼ିଥାଏ। ମାସର କେଉଁ ତାରିଖରେ ଜନ୍ମ ହୋଇଥିଲେ ପ୍ରେମ ବାହାଘର ହେବ ଏବଂ ଆରେଞ୍ଜ ବାହାଘର ହେବ ଆସନ୍ତୁ ଜାଣିବା;

ଆପଣ ମାନେ ଯଦି ମାସର ଏହି ୧, ୧୦, ୧୯, ୨୮ ତାରିଖରେ ଜନ୍ମ ହୋଇଥିବେ, ତେବେ ଆପଣଙ୍କ ବିବାହ ଆରେଞ୍ଜ ହେବ। ସାଧରଣ ଭାବରେ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି, ଅତ୍ୟନ୍ତ ଶାନ୍ତ ଲାଜକୁଳ ସ୍ୱଭାବର ହୋଇଥାନ୍ତି। ସେଥିପାଇଁ ନିଜର ମନ କଥା ଅନ୍ୟ ମାନଙ୍କ ସମ୍ମୁଖରେ ପ୍ରକାଶ କରିପାରନ୍ତି ନାହିଁ। ତେଣୁ ସେମାନଙ୍କର ଆରେଞ୍ଚ ମ୍ୟାରେଜ ଯେଉଁଠି ବାପା ମାଆ ଠିକ କରିବେ ସେଇଠି ହୋଇଯାନ୍ତି।

ଆପଣ ମାନେ ଯଦି ମାସର ଏହି ୫, ୩୦, ୧୩, ୨୨ ତାରିଖରେ ଜନ୍ମ ହୋଇଥିବେ, ଆପଣଙ୍କ ବିବାହ ଆରେଞ୍ଜ ହୋଇଥାଏ। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ସାଧରଣ ଭାବରେ ପ୍ରେମ ଉପରେ ବିଶ୍ୱାସ ନଥାଏ। ବାପା ମାଆଙ୍କ ପସଦ ଅନୁସାରେ ବିବାହ କରିଥାନ୍ତି। ଏମାନେ ବିବାହ ପରେ ବହୁତ ଭଲ ପାଆନ୍ତି।

ଆପଣ ମାନେ ଯଦି ମାସର ଏହି ୯, ୧୮, ୨୭ ତାରିଖରେ ଜନ୍ମ ହୋଇଥିବେ, ପ୍ରେମ ବିବାହ ଠାରୁ ସମ୍ପୂର୍ଣ୍ଣ ଭାବରେ ଦୁରେଇ ରହନ୍ତି। ପ୍ରେମକୁ ଏକ ବିବାଦୀୟ ନଜରରେ ଦେଖିଥାନ୍ତି। ସେଥିପାଇଁ ସେମାନେ ଆରେଞ୍ଜ ମ୍ୟାରେଜକୁ ବେଶି ପସନ୍ଦ କରନ୍ତି।

ବିଶେଷ କରି ୬, ୧୪, ୨୩ ଆଦି ତାରିଖରେ ଜନ୍ମିତ ବ୍ୟକ୍ତି ପ୍ରେମ ବିବାହ ଠାରୁ ଅନେକ ଦୂରରେ ରହିଥାନ୍ତି ଏବଂ ପରିବାର ବର୍ଗ ଙ୍କ ପସନ୍ଦ ର ଝିଅ କୁ ବିବାହ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। କିନ୍ତୁ ସମ୍ପୂର୍ଣ୍ଣ ଭାବରେ ପ୍ରେମକୁ ଅଣଦେଖା କରନ୍ତି ନାହିଁ।

୪, ୧୬, ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ପ୍ରେମ ବିବାହ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ପ୍ରେମକୁ ଜୀବନରେ ସବୁକିଛି ଭାବିଥାନ୍ତି।

ଏହି ସବୁ ତାରିଖରେ ୮, ୧୭, ୨୪, ୨୬ ଜନ୍ମିତ ବ୍ୟକ୍ତି ବିଶେଷ ଙ୍କର ସ୍ୱାମୀ ଶନି ଦେବ ଅଟନ୍ତି। ସେମାନେ ପ୍ରେମକୁ ବିଶ୍ୱାସ କରନ୍ତି, ନାହିଁ ନିଜ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ପ୍ରେମକୁ ଅତି ତୁଚ୍ଛ ବୋଲି ଭାବିଥାନ୍ତି।

ଯେଉଁ ବ୍ୟକ୍ତି ଏହି ତାରିଖରେ  ୨, ୧୧, ୨୦, ୨୯, ୩, ୭, ୧୨,୧୫, ୨୧ ଜନ୍ମ ଗ୍ରହଣ କରିଥିବେ। ସେମାନେ ନିଶ୍ଚିତ ଭାବରେ ପ୍ରେମ ବିବାହ କରିବେ। ତେବେ ଏହି ସମସ୍ତ ତାରିଖ ରୁ ଆପଣ ଭବିଷ୍ୟତରେ କି ପ୍ରକାର ବିବାହ ବନ୍ଧନରେ ବାନ୍ଧିହେବେ ତାହା ଜାଣିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.