ବନ୍ଧୁମାନେ ଏହି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଏପ୍ରିଲ ମାସ 30 ତାରିଖ ଦିନ ହେବାକୁ ଯାଉଛି ।ତେବେ ଏହି ଗ୍ରହଣରେ ସୂର୍ଯ୍ୟ ଓ ଚନ୍ଦ୍ର ମେଷ ରାଶିରେ ରହିବେ,ମଙ୍ଗଳ ଗ୍ରହ ନିଜର ରାଶି ବଡ଼ଲେଇବେ ।ତେବେ ଏହି ସମୟରେ ରାହୁ ଓ କେତୁ ବକ୍ର ସ୍ଥିତିରେ ରହିବେ ଓ ତୁଳା ରାଶିରେ ମଙ୍ଗଳ ରହିବେ ।ବୁଧ ଓ ସୂର୍ଯ୍ୟ ଧନୁ ରାଶିର ରହିବେ,ମକର ଓ କୁମ୍ଭ ରାଶିରେ ଶନି ରହିବେ ।ତେବେ ଏହି ଗ୍ରହଣ କିଛି ରାଶି ପାଇଁ ଖୁବ ଭଲ ସାବ୍ୟସ୍ତ ହେବାକୁ ଯାଉଛି ।
ତେବେ ଏହି ଗ୍ରହଣ ଭାରତ ସହିତ ପ୍ରଶାନ୍ତ ମହାସାଗର, ଆଣ୍ଟଲାଣ୍ଟିକ ମହାସାଗର, ୟୁରୋପର କିଛି ଅଂଶରେ ଅନ୍ୟ କେତେକ ଜାଗାରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ ।ଆଉ ଗ୍ରହଣର ସମୟ 12.15 ରୁ ଆରମ୍ଭ ହେଇ 4.7 ସମୟରେ ସରିବ ।ତେବେ ଏହି ସମୟରେ କିଛି ନିୟମକୁ ନିତାନ୍ତ ମାନିବା ଦରକାର ଓ ଏହି ସମୟ 6ଟି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
ନିୟମ ଗୁଡିକ:-
-ସୂର୍ଯ୍ୟ ଗ୍ରହଣ ଦିନ ପୂଜାର୍ଚ୍ଚନା କରିବେ ନାହିଁ, ମନ୍ଦିର ଏହିଦିନ ବନ୍ଦ ରହିବ ବିଧି ବିଧାନ ସରିବା ପରେ ମନ୍ଦିର ଦ୍ୱାର ଖୋଲିବା ଉଚିତ ।
-ସୂର୍ଯ୍ୟ ଗ୍ରହଣ ପରେ ଗାଧେଇ କିଛି ବି କାର୍ଯ୍ୟ କରିବା ଉଚିତ ।ଗ୍ରହଣ ସମୟରେ ଇଷ୍ଟ ଦେବଙ୍କୁ ସ୍ମରଣ କରିବା ଉଚିତ ଓ ଏହି ସମୟରେ ଧାତୁ ଓ ପିତଳ ଦାନ କରିବା ଉଚିତ ।
-ଗ୍ରହଣ ସମୟରେ ଖାଦ୍ୟ ଖାଇବା ଓ ଶୋଇବା ଅନୁଚିତ ଅଟେ ।ଗ୍ରହଣ ପରେ ସତେଜ ଖାଦ୍ୟ ବା ଆଗରୁ ତିଆରି କରି ରଖିଥିବା ଖାଦ୍ୟ ଖାଇବା ଉଚିତ ।ତେବେ ସେହି ଖାଦ୍ୟରେ ଗ୍ରହଣ ଆଗରୁ ତୁଳସୀ ପତ୍ର ପକେଇ ରଖିବା ଉଚିତ ।ଗ୍ରହଣ ପରେ ଗାଈକୁ ଘାସ, ଗରିବଙ୍କୁ ଵସ୍ତ୍ର,ପକ୍ଷୀକୁ ଦାନା ଦେବା ଉଚିତ ।
-ଗର୍ଭବତୀ ମହିଳା ମାନେ ଛୁରୀରେ କିଛି କାଟିବା ଅନୁଚିତ ଓ ଏହି ସମୟରେ ସେମାନେ ବାହାରକୁ ବାହାରିବା ଅନୁଚିତ ଅଟେ ।ଏହି ସମୟରେ ମହା ମୃତ୍ୟଞ୍ଜୟ ମନ୍ତ୍ର ଜପ କରିବା ଦରକାର
୧.ମିଥୁନ ରାଶି:- ଗ୍ରହଣ ସମୟରେ ଆପଣଙ୍କୁ ଶତ୍ରୁ ମାନେ ହଇରାଣ କରିବେ କିନ୍ତୁ ଆପଣ ସେଥିରେ ବଜୟୀ ହେବେ ।ଚାକିରୀ,ଅର୍ଥ କ୍ଷେତ୍ରରେ ଉନ୍ନତି କରିବେ ।
୨.ମେଷ ରାଶି:- ଏହି ଗ୍ରହଣ ଆପଣଙ୍କ ଲଭ ଲାଇଫ କୁ ପ୍ରଭାବିତ କରିବ କିନ୍ତୁ ଆପଣ ଏହି ସମୟରେ ଜଣେ ଭଲ ବ୍ୟକ୍ତି ଭାବେ ପରିଚିତ ହେବେ ।ଦରମା ବୃଦ୍ଧି ହେବ ଓ ସନ୍ତାନ ମାନଙ୍କ ପାଇଁ କିଛି ଖୁସି ଖବର ମିଳିପାରେ ।
୩.କନ୍ୟା ରାଶି:-ଏହି ସମୟରେ ଆପଣ ପରିବାର କୁ ନେଇ ଚିନ୍ତିତ ରହିବେ କିନ୍ତୁ ବ୍ୟବସାୟ ବା ଚାକିରୀରେ ଭଲ କରିବେ ।ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ।
୪.କୁମ୍ଭ ରାଶି:-ଏହି ସମୟରେ ବିଦେଶରୁ କିଛି ଭଲ ଖବର ମିଳିବ କିଛି ନିଷ୍ପତ୍ତି ପୂର୍ବରୁ ଭାବିଛନ୍ତି ନିଷ୍ପତ୍ତି ନିଅନ୍ତୁ ।
୫.ମୀନ ରାଶି:- ଆପଣଙ୍କ ପାଇଁ ଏହି ସମୟ ଖୁବ ଭଲ ଅଟେ,ନିଜ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି ।ସବୁ ଦିଗରୁ ଲାଭବାନ ହେବେ ।
୬.ମକର ରାଶି:- ଆପଣ ସମସ୍ତ ନିୟମକୁ ମାନି ଚଲନ୍ତୁ, ଏହି ସମୟରେ ଆପଣ କିଛି ସମସ୍ୟା ର ସମ୍ମୁଖୀନ ହେଇ ପାରନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।