କଳିଙ୍ଗ ଗଣନାଟ୍ୟ ଷ୍ଟେଜରେ ଗୀତ ଆଉ ନାଚ ରେ ଧୁମ ମଚାଇଲେ ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା…

“ମୋ ଓଠରେ ତୁ ତୋ ଅଠରେ ମୁଁ” ଗୀତର ତାଳେ ତାଳେ ଝୁମିଲେ ଦର୍ଶକ,ଅର୍ଚ୍ଚିତା ଙ୍କ କଣ୍ଠରୁ ଏହି ଶୁଣିଲେ ଆପଣ ବି ତାଙ୍କ ଦିବାନା ହେଇଯିବେ ।ତେବେ ବନ୍ଧୁମାନେ ଆମେ ଯେତେବେଳେ କୋଉ ସେଲିବ୍ରେଟି ଙ୍କ କଥା ଶୁଣୁ ବା ତାଙ୍କୁ ଦେଖିବାର ମଉକା ମିଳିଯାଏ ସେତେବେଳେ ଆମ ଖୁସି କହିଲେ ନସରେ ।ଆଉ ଯଦି ଆମ ପ୍ରିୟ ସେଲିବ୍ରେଟି ଆମ ପାଇଁ ଗୀତ ଗାଇଥାନ୍ତି ଡ୍ୟାନ୍ସ କରିଥାନ୍ତି ତାହେଲେ ତ ତାହାର ଖୁସି କହିବା ମୁସ୍କିଲ ।ତେବେ ବର୍ତ୍ତମାନ ଅଲିଉଡ଼ ହିରୋଇନ ଅର୍ଚ୍ଚିତା ଙ୍କୁ ବର୍ତ୍ତମାନ ଏକ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ।ଆଉ ସେ ଦର୍ଶକ ମାନଙ୍କ ପାଇଁ ଯେମିତି ଗୀତ ଗାଇବା ସହିତ ଆଉ କଣ କରୁଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା ।

ତେବେ ଅଲିଉଡ଼ ହିରୋଇନ ଅର୍ଚ୍ଚିତା ଙ୍କୁ କିଏ ବା ନଜାଣିଛି, ସାରା ଓଡ଼ିଶାରେ ସେ ଘରେ ଘରେ ପରିଚିତ ।ତାଙ୍କୁ ଥରେ ପାଖରୁ ଦେଖିବା ଦର୍ଶକଙ୍କ ପାଇଁ ସ୍ୱପ୍ନ ଅଟେ, କିନ୍ତୁ ବର୍ତ୍ତମାନ ଏହି ସେଲିବ୍ରେଟି ଙ୍କୁ ଗୋଟିଏ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଥିଲା ।ତେବେ ଅର୍ଚ୍ଚିତା ଅନେକ ସପୁରହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହା ଆଜି ଦର୍ଶକ ଦେଖିବାକୁ ଖୁବ ପସନ୍ଦ କରନ୍ତି ।ଆଉ ଅର୍ଚ୍ଚିତା ଯାତ୍ରା ମଞ୍ଚରେ ଦର୍ଶକ ଙ୍କ ପାଇଁ ତାଙ୍କର ଫିଲ୍ମ ର ଗୀତ ଗାଇବା ସହିତ କିଛି ପପୁଲାର ଡାଇଲଗ କହି ଦର୍ଶକଙ୍କୁ ଆନନ୍ଦିତ କରିଥିଲେ ।ତେବେ ଅର୍ଚ୍ଚିତା ଙ୍କ ପାଇଁ କଳିଙ୍ଗ ଗଣନାଟ୍ୟ ର ଏହି ଭିଡ଼ିଓ ଟି ଖୁବ ଭାଇରଲ ହେବାରେ ଲାଗିଛି ।

କଳିଙ୍ଗ ଗଣନାଟ୍ୟ ଏକ ବହୁତ ବଡ଼ ଯାତ୍ରାର ମଞ୍ଚ ଯେଉଁଥି ଅନେକ ସେଲିବ୍ରେଟି ଙ୍କୁ ଦେଖିବାକୁ ମିଳିଥାଏ ।ତେବେ ନିକଟରେ ଅର୍ଚ୍ଚିତା ଏହି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଥିଲେ, ଅର୍ଚ୍ଚିତା ଷ୍ଟେଜ ଉପରେ ରହି କିଛି କହିବା ଆଗରୁ ଯାତ୍ରାର କମିଟି ମେମ୍ବର ଙ୍କୁ ପ୍ରଥମେ ଧନ୍ୟବାଦ ଦେଇଥିଲେ ।ତାପରେ ସେ ବହୁତ ସମୟ ଧରି ଦର୍ଶକ ମାନଙ୍କ ସହିତ କଥା ହେବା ସହିତ ଦର୍ଶକ ଙ୍କ ପାଇଁ ଗୋଟିଏ ଗୀତ ଗାଇଥିଲେ ।ଯେଉଁ ଗୀତ ଟି ତାଙ୍କରି ଫିଲ୍ମ ର ଥିଲା ଯାହା “ମୋ ଓଠରେ ତୁ ତୋ ଅଠରେ ମୁଁ” ।ଏହାପରେ ଦର୍ଶକ ଯେମିତି ତାଙ୍କୁ କିଛି ଡାଇଲଗ କହିବାକୁ କହିଥିଲେ ଅର୍ଚ୍ଚିତା ସେମିତି କିଛି ଡାଇଲଗ କହିଥିଲେ ଯେମିତି “ସୁନା ଠାରୁ ଦାମିକା ମୁଁ ରୁପା ଠାରୁ ଦାମୀ, ମୋତେ ପାଇବା ନୁହେଁ ସହଜ ତୋ ପରି ପ୍ରେମୀ ।

ଏମିତି କଥା କହିବା ଭିତରେ ବହୁତ ଅର୍ଚ୍ଚିତା ଦର୍ଶକ ସହିତ ଖୁବ ମଜା ନେଉଥିବାର ଜଣା ପଡୁଛନ୍ତି ।ଆଉ ଦର୍ଶକ ମାନେ ବି ଅର୍ଚ୍ଚିତା ଙ୍କୁ ଏତେ ପାଖରେ ପାଇ ଖୁବ ଖୁସି ହେଇଥିଲେ ଓ ମନ ଇଚ୍ଛା କଥା ହେଇଥିଲେ ।ତେବେ ଭିଡ଼ିଓ ଟିକୁ ଦେଖନ୍ତୁ ତାହେଲେ ଜାଣି ପାରିବେ ଅର୍ଚ୍ଚିତା କେମିତି ଦର୍ଶକଙ୍କୁ ଏଣ୍ଟନେଟ କରୁଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment