ବଲିଉଡର ସୁପରହିଟ୍ ଯୋଡ଼ି ଭାବେ ଖୁବ୍ ଜଣାଶୁଣା କିଙ୍ଗ୍ ଖାନ୍ ଶାହାରୁଖ ଓ ସୁନ୍ଦରୀ କାଜଲ । ୧୯୯୫ରେ ଦୁହିଁଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦିଲୱାଲେ ଦୁଲହନିୟାଁ ଲେ ଜାଏଙ୍ଗେ’ ମୁକ୍ତିଲାଭ କରିଥିଲା । ବକ୍ସ ଅଫିସରେ ଏହା ସଫଳ ହେବା ସହ ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଥିଲା । ଦୁହେଁ ‘କରନ୍-ଅର୍ଜୁନ’, ‘ବାଜିଗର୍’ , ‘କୁଛ୍ କୁଛ୍ ହୋତା ହେ’ , ‘କଭି ଖୁସି କଭି ଗମରେ’ ମଧ୍ୟ ସଫଳ ଯୋଡ଼ିର ଆଖ୍ୟା ପାଇଥିଲେ ।
ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ ୧୯୯୫ ମସିହାରେ ତିଆରି ହିନ୍ଦୀ ଭାଷାର ଚଳଚ୍ଚିତ୍ର ଅଟେ, ଯାହା ଡିଡିଏଲ୍ଜେ ନାମରେ ମଧ୍ୟ ଜଣାଶୁଣା । ଏହି ସିନେମାର ପ୍ରଥମ ପ୍ରଦର୍ଶନ ୧୯ ଅକ୍ଟୋବର ୧୯୯୫ ମସିହାରେ ହୋଇଥିଲା ଏବଂ ୨୦ ଅକ୍ଟୋବର ୧୯୯୫ ମସିହାରେ ଏହା ସମଗ୍ର ଭାରତରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ୟସ ଚୋପ୍ରାଙ୍କ ପୁତ୍ର “ଆଦିତ୍ୟ ଚୋପ୍ରା” କରିଥିଲେ । ଶାହାରୁଖ ଖାଁ, କାଜଲ ଏବଂ ଅମରେଶ ପୁରୀ ଏହି ଚଳଚ୍ଚିତ୍ରର ପ୍ରମୁଖ କଳାକାର ଥିଲେ । ଏହି ଚଳଚ୍ଚିତ୍ରର ନାମ ସବୁଠାରୁ ଅଧିକ ସମୟ ଧରି ଚାଲିବାର ରେକର୍ଡ଼ ଅଛି ।
୨୦୧୯ ମସିହା ସୁଦ୍ଧା ଏହା ମୁମ୍ବାଇର ମରାଠା ମନ୍ଦିରରେ ୨୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁଥିଲା । ମାର୍ଚ୍ଚ ୨୦୦୯ ମସିହାରେ ଏହା ମୁମ୍ବାଇର ମରାଠା ମନ୍ଦିରରେ ୭୦୦ ସପ୍ତାହ ରେକର୍ଡ ତିଆରି କରିଥିଲେ, ଏହା ପୂର୍ବରୁ ଏହି ରେକର୍ଡ “ଶୋଲେ” ଚଳଚ୍ଚିତ୍ର ନାମରେ ଥିଲା ଯାହା ପ୍ରାୟ ସାଢ଼େ ୫ ବର୍ଷ ପର୍ଯ୍ୟନ୍ତ ଏକ ସେନେମା ଘରେ ଚାଲିଥିଲା । ଏହି ଚଳଚ୍ଚିତ୍ର ଭାରତରେ ୫୮ କୋଟି ଟଙ୍କା ଏବଂ ବିଦେଶରେ ୧୭.୫ କୋଟିର ରୋଜଗାର କରିଥିଲା। ଇଣ୍ଡିଆ ଟାଇମ୍ସ ମୁଭି ପତ୍ରିକା, ଏହାକୁ ଭାରତର ୨୫ତମ ଶ୍ରେଷ୍ଠ ଚଳଚ୍ଚିତ୍ରରେ ସାମିଲ କରିଥିଲା ।
ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ ଚଳଚ୍ଚିତ୍ର ରେ ସାତୋଟି ଗୀତ ରହିଛି ଯାହାକୁ ଯତୀନ-ଲଳିତ ଦେଇଥିଲେ । ଆନନ୍ଦ ବଂଶୀ ସଙ୍ଗୀତ ଲେଖିଥିଲେ । ଯେତେବେଳେ ଆଶା ଭୋସଲେ ତାଙ୍କୁ ଦେଖା କରିବା ପରେ ୟସ ଚୋପ୍ରାଙ୍କ ସହିତ ସମ୍ପର୍କ କରିଥିଲେ , ଯାହା ଫଳରେ ଯତୀନ-ଲଳିତଙ୍କୁ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେବା ପାଇଁ ସୁଯୋଗ ମିଳିଲା । ସଙ୍ଗୀତ, ଏହି ଚଳଚ୍ଚିତ୍ରbରେ ଅନେକ ସଫଳତା ଦେବା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
ଏହି ଗୀତକୁ ଦିଲ୍ଲୀର ଗୁରୁ ଗ୍ରାମର ବାହାର ଅଞ୍ଚଳ ରେ ଶାହାରୁଖ ଏବଂ କାଜଲ ଙ୍କ ସହିତ ପ୍ରତିଷ୍ଠିତ ଏକ ବିରାଟ ସୋରିଷ କ୍ଷେତ ରେ ସୁଟିଂ କରିଥିଲେ । ଅନ୍ତିମ ଦୃଶ୍ୟ କୁ ନିର୍ମାଣ କରିବା ସମୟରେ କଳାକାରମାନ ଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା , ଯେଉଁଥିରେ କାଜଲଙ୍କୁ ଚାଲୁଥିବା ଟ୍ରେନଟିକୁ ଦୌଡ଼ି ଦୌଡ଼ି ଧରିବାର ଥିଲା । ଅଧିକ ଗରମରେ ସୁଟିଂ କରିବା ବହୁ କଷ୍ଟସାଧ୍ୟ ହେଉଥିଲା , ଯଦି ଟ୍ରେନ ପାଖେ କିଛି ସୁଟିଂରେ ଅସୁବିଧା ହେଉଥିଲା ତେବେ ପୁନଶ୍ଚ ଟ୍ରେନକୁ ଫେରିବା ପାଇଁ ୨୦ ମିନିଟ ଲାଗୁଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।