କେଶ ଝଡ଼ିବା ଓ ଚନ୍ଦାପଣ ( Hairfall & Baldness ) କିପରି ପାଇବେ ମୁକ୍ତି ? Dr .Anita Ratha ….

ଦର୍ଶକ ବନ୍ଧୁ ଆମେ ଜାଣିଛୁ ଆଜିକା ସମୟରେ କେଶ ଝଡ଼ିବା ଯୁବ ପିଢ଼ି ମାନଙ୍କର ପ୍ରମୁଖ ସମସ୍ୟା ପାଲଟିଛି | କମ ବୟସ ରେ କେଶ ଝୋଡ଼ିବା ଫଳରେ ଆଜିର ଯୁବ ପିଢ଼ି ଅଧିକ ଚିନ୍ତାଗ୍ରସ୍ତ ହେବାର ଦେଖାଯାଇଛି | ଏହି କେଶ ଝଡ଼ିବାକୁ ରୋକିବା ପାଇଁ ଅନେକ ଲୋକ ଘରେଇ ଉପଚାର କୁ ଆପଣାଇବା ରେ ମଧ୍ୟ ଦେଖାଯାଇଛି | ତେଣୁ ପ୍ରଥମ ଏହି କେଶ ଝୋଡ଼ିବା ର କାରଣ ଜାଣିବାର ଆବଶ୍ୟକତା ରହିଛି | ଏହାର କାରଣ ଜାଣିଲେ ଯାଇ ଏହାର ନିରାକାରଣ ହେଇପାରିବ | ତାହାଲେ ଆସନ୍ତୁ କେଶ ଝଡ଼ିବା କାରଣର କାରଣ ବିଷୟ ରେ ଜାଣିବା |
କେଶ ଝଡ଼ିବା ର କାରଣ :-

ବର୍ତ୍ତମାନ ସମୟରେ କେଶ ଝୋଡ଼ିବା ର ପ୍ରମୁଖ କାରଣ ହେଉଛି ମାନସିକ ଚିନ୍ତା ବା ଅଧିକ ଷ୍ଟ୍ରେସ ଏଥିପାଇଁ କେଶ ଝୋଡ଼ିବା ଅଧିକ ଦେଖା ଯାଏ ଓ କେଶ ବୃଦ୍ଧି ହେବା କମି ଯାଏ | କେଶ ଝୋଡ଼ିବା ର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ସଠିକ ପୋଷଣ ର ଅଭାବ | ଖାଦ୍ୟପେୟ ଯୋଗୁଁ ମଧ୍ୟ କେଶ ଝିଡ଼ିବା ଦେଖାଯାଇଥାଏ | ଏହା ଛଡ଼ା ଵଂଶଗତ କାରଣ ରୁ ମଧ୍ୟ କେଶ ଝୋଡ଼ିବା ଦେଖା ଯାଇଥାଏ |

କେଶ ଝଡ଼ିବା ଏବଂ ଚନ୍ଦା ପଣ ମଧ୍ୟରେ ଫରକ :-
ଦର୍ଶକ ବନ୍ଧୁ କେଶ ଝଡ଼ିବା ଓ ଚନ୍ଦାପଣ ମଧ୍ୟରେ ଫରକ ରହିଛି | ଦେଖନ୍ତୁ ଯଦି ପୁରୁଷ ଲୋକଙ୍କ କ୍ଷେତ୍ରରେ 5 ଟାରୁ 20 ଟା କେଶ ଝୋଡ଼ିବା ସାଧାରଣ କଥା ହେଇଥିବା ବେଳେ ମହିଳା ଙ୍କ ଠାରେ 50 ରୁ 100 ଟା କେଶ ଝୋଡ଼ି ଥାଏ | ଯଦି ସମୟ ଅନୁସାରେ କେଶର ଗହଳ କମୁଛି ଏବଂ ଅଧିକରୁ ଅଧିକ ରୁ କେଶ ଝୋଡୁଛି ତାକୁ ଚନ୍ଦା ପଣ କୁହାଯାଏ | ତେବେ ଚନ୍ଦାପଣର ବିଭିନ୍ନ ସୋପାନ ମଧ୍ୟ ରହିଛି | ଯେମିତିକି ଯଦି ମୁଣ୍ଡରେ ସାମ୍ନା ରୁ କେଶ ଝୋଡ଼ିବା ରେ ଲାଗିଛି ତାକୁ ଗ୍ରେଡ଼ 1 ଚନ୍ଦା ପଣ କୁହାଯାଏ | ସେମିତି ମୁଣ୍ଡର ମଝି ଅଂଶକୁ ଗ୍ରେଡ଼ 2, ଗ୍ରେଡ଼ 3 ଗ୍ରେଡ଼ 4 ଏମିତି 4 ଟି ଚନ୍ଦାପଣ ରହିଛି | କେଶ ସମସ୍ୟା ଦୂର କରିବା ପାଇଁ ଘରେଇ ଉପଚାର କେତେ ଭଲ?:-କେଶ ଝଡ଼ିବା କୁ ରୋକିବା ପାଇଁ ଲୋକ ମାନେ ବିଭିନ୍ନ ପ୍ରକାର ଘରେଇ ଉପଚାର କୁ ବ୍ୟବହାର କରିଥାନ୍ତି | ଯେମିତିକି ପିଆଜ ରସ ଆଦି ର ବ୍ୟବହାର କରିଥାନ୍ତି | ଯାହାର କୌଣସି ସାଇଣ୍ଟିଫିକ ପ୍ରମାଣ ମିଳିପାରିନାହିଁ | ତେଣୁ ଏହା କେଶ ଝୋଡ଼ିବାକୁ ରକି ନଥାଏ |
କେଶ ଝଡ଼ିବାର ଚିକିତ୍ସା :-

ତେବେ ଦେଖନ୍ତୁ ଯଦି ଆପଣଙ୍କର କେଶ ଝଡ଼ୁଛି ତାହାଲେ ପ୍ରଥମେ ଏହାର କାରଣ କଣ ଜାଣନ୍ତୁ | ତାପରେ ଏହାର ଚିକିତ୍ସା କରନ୍ତୁ | ଏମିତି କି ଯଦି ଖରାପ ଜୀବନଶୌଳୀ ଓ ଖାଦ୍ୟପେୟ ଯୋଗୁଁ କେଶ ଝଡ଼ୁଛି | ତାହାଲେ ଆପଣଙ୍କୁ ପ୍ରଥମେ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ହେବ | ଆଉ ଯଦି ଭିଟାମିନ ଡି ଅଭାବ ଯୋଗୁଁ କେଶ ଝୋଡୁ ଥିଲେ ଏହାକୁ ଚିକିତ୍ସା କରାଯାଏ |ଚନ୍ଦାପଣର ଚିକିତ୍ସା କେମିତି ହୁଏ? :-ଦର୍ଶକ ବନ୍ଧୁ ଚନ୍ଦାପଣର ଚିକିତ୍ସା ମଧ୍ୟ ଭିନ୍ନ ହେଇଥାଏ | ଚନ୍ଦା ପଣ ଦେଖା ଯାଉଥିଲେ ଏ କ୍ଷେତ୍ରରେ କେଶକୁ ଟ୍ରାନ୍ସପ୍ଲାଣ୍ଟ କରି ଆମେ କେଶ ସମସ୍ୟା ରୁ ମଧ୍ୟ ମୁକ୍ତି ପାଇପାରିବା |କେଶ ପାଇଁ ସୁସ୍ଥ ଲାଇଫଷ୍ଟାଇଲ :-ଭଲ କେଶ ପାଇଁ ଡ଼ାଏଟ କରିବା ଜରୁରୀ ର | ବିଭିନ୍ନ ପ୍ରକାରର ସବୁଜ ପନିପରିବା ଖାଇବା ଆବଶ୍ୟକ | ତାହା ସହିତ ବିଭିନ୍ନ ପ୍ରକାର ଫଳ ଆଦି ଖାଆନ୍ତୁ ଓ ନିୟମିତ ଭାବରେ କେଶରେ ଯତ୍ନ ନିଅନ୍ତୁ |

ପୋଷ୍ଟ କୋଭିଡ କେଶ ଝଡ଼ିବାକୁ କିପରି ରୋକିବା :-ଦର୍ଶକ ବନ୍ଧୁ ଏବେ ଦେଖିବାକୁ ମିଳିଛି ଯେ କୋଭିଡ ରୁ ସୁସ୍ଥ ହେବା ପରେ ଅଧିକାଂଶ ଲୋକଙ୍କର କେଶ ଝଡ଼ୁଛି | ତେଣୁ କୋଭିଡ ରୁ ସୁସ୍ଥ ହେବା ପରେ ଆଇରନ ଯୁକ୍ତ ଖାଦ୍ୟ, ପ୍ରୋଟିନ ଯୁକ୍ତ ଖାଦ୍ୟ, କ୍ୟାଲସିୟମ, ଭିଟାମିନ ଡି ଆଦି ସେବନ କରନ୍ତୁ |ଏବେ ଏହା ଥିଲା କେଶ ଜନିତ ସମସ୍ୟାକୁ ଦୂର କରିବା ବିଷୟରେ ସମସ୍ତ ସୂଚନା ଯାହାକୁ ଜାଣି ରଖିବା ଆମ ପାଇଁ ଭଲ ହୋଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment