Sadhu Bani – କେଉଁ କାମ କଲେ ଘରେ ସବୁବେଳେ ସୁଖ ଶାନ୍ତି ବଢେ ? ଆଜିର ୩୦+ ଅନୁଚିନ୍ତା

ବନ୍ଧୁଗଣ ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ଅନେକ କାର୍ଯ୍ୟ କରୁଥାଏ କିନ୍ତୁ ତାହା ଆମ ପାଇଁ ଭଲ କି ଖରାପ ତାହା ଆମେ ଜାଣି ନଥାଉ |ଆମେ ପ୍ରତ୍ୟେକ ଦିନ ଏମିତି କିଛି କାର୍ଯ୍ୟ କରିଥାଉ ଯାହା ଦ୍ଵାରା ଆମ ଘରେ ବହୁତ ଅଶାନ୍ତି ଦେଖାଯାଏ |ମୁଁ ଆଜି ଆପଣକୁ ଏମିତି କିଛି କଥା କହିବି ଯାହା ଆପଣଙ୍କ ଜୀବନରେ ପ୍ରତ୍ୟେକ ସମୟରେ କାର୍ଯ୍ୟ ଆସିବ, ଆପଣ ଯଦି ଏହି କଥା ଗୁଡିକ ଯଦି ମାନନ୍ତି ତେବେ ଘରେ କେବେ ଆସନ୍ତି ଦେଖା ଦେଇନଥାଏ ଏବଂ ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି ପାଇ ଥାଏ |ତେବେ ଆସନ୍ତୁ ଜାଣିବା ଏହି କଥା ଗୁଡିକ ବିଷୟରେ |

1-ଘରେ ପ୍ରତ୍ୟେକ ଦିନ ସକାଳ ଯଦି ଆପଣ ଭଜନ ଓ କୀର୍ତ୍ତନ କରନ୍ତି ତେବେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ |

2-ଘରେ ଆପଣ ଯଦି ଝାଡୁକୁ ଠିଆ କରି ରଖନ୍ତି କିମ୍ବା ଝାଡ଼ୁରେ ଗୋଡ ମାରନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଘରେ ସର୍ବଦା ଅଶାନ୍ତି ଦେଖାଯାଏ ତେଣୁ ଆପଣ ଏପରି ଭୁଲ କେବେ କରନ୍ତୁ ନାହିଁ |

3-ସୁଇବା ଘରେ ଆପଣ କେବେ ଆଇନା ରଖନ୍ତୁ ନାହିଁ ଯଦି ରଖୁଛନ୍ତି ତେବେ ତାହାକୁ କପଡା ଘୋଡାଇ ରଖିବା ଉଚିତ, ଏହାଦ୍ୱାରା ଘରେ କୌଣସି ଅଶୁଭ ଶକ୍ତିର ବୃଦ୍ଧି ହୋଇନଥାଏ |

4-ଘରେ ଆପଣ ସୁଖ ଶାନ୍ତିର ବୃଦ୍ଧି ପାଇଁ ଖାଇବା ପାଇଁ ପ୍ରସ୍ତୁତ କରୁଥିବା ରୁଟି ପ୍ରଥମେ ଗାଇଙ୍କୁ ଦିଅନ୍ତୁ ଏହାଦ୍ୱାରା ବହୁତ ଶୁଭ ହୋଇଥାଏ |

5-ଆପଣ କେବେ ଶୁଇବା ଖଟ ଉପରେ ବସି ଖାଆନ୍ତୁ ନାହିଁ ଏହା ଭଲ ଅଭ୍ୟାସ ନୁହଁ ତାହା ସହିତ ଆପଣ ଏପରି କରିବା ଦ୍ଵାରା ଦରିଦ୍ରତା ବୃଦ୍ଧି ହେବା ସହିତ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ |

6-ସବୁବେଳେ ପୂଜା କରିଥିବା ସ୍ଥାନରେ କିମ୍ବା ପୂଜା ଘରେ ସର୍ବଦା ପାଣି ଭର୍ତି ଥିବା କଳସ ରଖନ୍ତୁ, ଏହାଦ୍ୱାରା ଘର ପାଇଁ ସର୍ବଦା ସୁଖ ଶାନ୍ତି ଆସିଥାଏ |

7-ଆପଣ ଘରର ମୁଖ୍ୟ ଦ୍ଵାରାର ଡାହାଣ ପାଖରେ ଯଦି ଆପଣ ସ୍ୱସ୍ତିକ ଚି଼ହ୍ନଟିଏ କରନ୍ତି ତେବେ ଆପଣଙ୍କ ଘରେ ସର୍ବଦା ଶୁଖ ଶାନ୍ତିର ବାତାବରଣ ଦେଖା ଦେଇଥାଏ |

8-ଆପଣ ଘରେ ଯଦି ଔଷଧ ଖାଉଥାନ୍ତି ତେବେ ଏହି ଔଷଧକୁ ଉତ୍ତର -ପୂର୍ଵ କୋଣରେ ରଖନ୍ତୁ ଯାହା ଦ୍ଵାରା ଔଷଧର ପ୍ରଭାବ ଭଲ ହୋଇଥାଏ ଏବଂ ଆପଣ ଶୀଘ୍ର ସୁସ୍ଥ ହୋଇଯାନ୍ତି |

9-ଆପଣ ନିଜ ଘରେ କେବେ ବୁଢିଆଣୀ ବସା କିମ୍ବା ଧୂଳି ହବା ପାଇଁ ଦିଅନ୍ତୁ ନାହିଁ ଏହି ସବୁ ରହିବା ଦ୍ଵାରା ଘରେ ସର୍ବଦା କଳହ ଓ ଅଶାନ୍ତି ବୃଦ୍ଧି ହୋଇଥାଏ |

10-ଘର ସାମ୍ନାରେ କେବେ ଆପଣ ଶୁଖି ଯାଇଥିବା ଗଛ ରଖନ୍ତୁ ନାହିଁ,ଏହାର ଖରାପ ପ୍ରଭାବ ଘର ଉପରେ ପଡିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment