କିଡନିକୁ କେମିତି ରଖିବେ ସୁସ୍ଥ? Dr .M Dharanya

ଯଦି ଆମେ ଆମ ଶରୀର କଥା କହିବା ଆଉ ଯଦି ଆମେ ଆମ ଶରୀରର ମୁଖ୍ୟ ଅଙ୍ଗକୁ ଦେଖିବା ତାହା ହେଉଛି କିଡନୀ ଯାହା ଆମ ଶରୀରର ବର୍ଜ୍ୟ ବସ୍ତୁକୁ ନିଷ୍କାସନ କରିଥାଏ। ତେବେ ଆଜିର ଦିନରେ ପ୍ରାୟ ଲୋକଙ୍କ ପାଖରେ ଏହି କିଡ଼ନୀ ରୋଗ ଜନିତ ସମସ୍ୟା ଦେଖିବାକୁ ମିଳୁଛି। ଏହା ଏକ ଏମିତି ରୋଗ ଯାହାକୁ ନେଇ ଅନେକ ଲୋକଙ୍କ ମନରେ ଡର ରହିଥାଏ। ତେବେ ଏହି କିଡ଼ନୀ ଖରାପ କଣ ପାଇଁ ହୋଇଥାଏ ଏହାର କାରଣ କଣ ସେ ବାବଦରେ ଆଜି ଆମେ ଆପଣ ମାନଙ୍କ ସହିତ ଆଲୋଚନା କରିବୁ। ତେବେ ଆସନ୍ତୁ ଜାଣିବା ଏହି କିଡ଼ନୀ ଜଣିତ ରୋଗ କାହିଁକି ହୁଏ କଣ ପାଇଁ ହୋଇଥାଏ ଏବଂ ଏହାର ଲକ୍ଷଣ କଣ ରହିଛି।

କିଡ଼ନୀ ରୋଗ ର କାରଣ :-

ଭଗବାନ ମନୁଷ୍ୟକୁ ଦୁଇଟି କିଡ଼ନୀ ଦେଇଛନ୍ତି ତାହର କାରଣ ହେଉଛି କିଡ଼ନୀ ଆମ ରକ୍ତରେ ରହି ଥିବା ସମସ୍ତ ପ୍ରକାର ବର୍ଜ୍ୟ ବସ୍ତୁକୁ ନିଷ୍କାସନ କରି ମୃତ୍ର ଆକାରରେ ବାହାରକୁ ବାହାର କରି ଥାଏ। କିନ୍ତୁ ଏହା ଯଦି ବାହରକୁ ବାହାରି ନଥାଏ ତେବେ କିଡ଼ନୀ ନଷ୍ଟ ହେବାର ସମ୍ଭାବନା ଯଥେଷ୍ଟ ରହିଥାଏ। ଏହା ଛଡା କିଡନୀ ରୋଗ ହେବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଡାଇବେଟିସ ଯାହାକୁ କଣ୍ଟ୍ରୋଲ ନକଲେ କିଡନୀ ଫେଲ୍ ହେବାର ଚାନ୍ସ ଅଧିକ ରହିଥାଏ। ଏହାଛଡା ୟୁରିନ ଇନ୍ଫେକ୍ସନ, ଫିଭର୍ , ଉଚ୍ଚରକ୍ତଚାପ ଭଳି ସମସ୍ୟା ରହିଥିଲେ ମଧ୍ୟ କିଡନୀ ଫେଲ ହେବାର ଆଶଙ୍କା ରହିଥାଏ। ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଅତ୍ୟଧିକ ପେନ୍ କିଲର୍ ର ସେବନ।

କିଡ଼ନୀ ରୋଗର ଲକ୍ଷଣ :-

କିଡନୀ ଫେଲ ହେଲେ ଦୁର୍ବଳ ଲାଗିବା,ମୁହଁ, ପାଦ ଫୁଲିଯିବା ,ପରିସ୍ରା କମିଯିବା ,ଚାଲିଲେ ଧଇଁ ସଇଁ ହେବା ରକ୍ତ ହୀନତା ଆଦି ଲକ୍ଷଣ ମାନ ପରିଲକ୍ଷିତ ହୋଇଥାଏ।
କିଡ଼ନୀ ରୋଗ ର ଚିକିତ୍ସା :-

ତେବେ ଏହି କିଡ଼ନୀ ରୋଗ ର ତିନଟି ଷ୍ଟେଜ ରହିଛି।କିଡ଼ନୀ ସାମାନ୍ୟ ଖରାପ୍ ହୋଇଥିଲେ କିଛି ମେଡ଼ିସିନ୍ ଖାଇବାକୁ ପଡି ନଥାଏ।ଯେଉଁ ମାନଙ୍କର କିଡ଼ନୀ ଖରାପ ଅଛି ସେମାନଙ୍କୁ ମେଡ଼ିସିନ ଦ୍ୱାରା ସେମାନଙ୍କ ଚିକିତ୍ସା କରା ଯାଇପାରିବ। ଅନ୍ୟ କେତେକ ରହିଥାନ୍ତି ଯେଉଁମାନଙ୍କର ମେଡିସିନ କିଛି କାମ କରୁନି ସେହି କ୍ଷେତ୍ରରେ ଡାଏଲେସିସ୍ କରା ଯାଇଥାଏ। କିନ୍ତୁ ଏହା କିଡ଼ନୀ ରୋଗର ଚିକିତ୍ସା କୁହା ଯାଇ ପାରିବ ନାହିଁ। ଏହାର ଚିକିତ୍ସା ପାଇଁ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡିଥାଏ।ତେବେ ସୁସ୍ଥ ଜୀବନଶୈଳୀ ହିଁ ଆପଣଙ୍କୁ କିଡ଼ନୀ ରୋଗ ଠାରୁ ଦୂରେଇ ରଖି ପାରିବ। ଏଥିପାଇଁ ଆପଣ ପ୍ରତିଦିନ ଯୋଗ କରନ୍ତୁ ବ୍ୟାୟାମ କରନ୍ତୁ। ସବୁଜ ପନିପରିବା ଫଳମୂଳ ଅଧିକ ଖାଆନ୍ତୁ। କମ୍ ଲୁଣ ଖାଆନ୍ତୁ, ପାନ, ଗୁଟୁକା , ମଦ, ଧୁମ୍ରପାନ ଠାରୁ ଦୂରେଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment