Sadhu Bani – କେଉଁ ଚିହ୍ନ କବାଟରେ ଆଙ୍କିଲେ ଘରେ କଳି ଝଗଡ଼ା ଦୂର ହୋଇଥାଏ ଜାଣନ୍ତୁ

ବନ୍ଧୁଗଣ ଆମେ ପ୍ରଯ୍ୟନ୍ତ ଦିନ ଅନେକ କାର୍ଯ୍ୟ କରିଥାଉ କିନ୍ତୁ କେଉଁ କାର୍ଯ୍ୟ କରିବା ଦ୍ଵାରା ଆମକୁ କିପ୍ରକାର ଫଳ ପ୍ରାପ୍ତ ହେଉଛି ତାହା ଆମେ ଜାଣିନଥାଉ |ମୁଁ ଆଜି ଆପଣକୁ କେଉଁ କାଯ୍ୟ କଲେ ଶୁଭ ଫଳ ମିଳିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ସେ ବିଷୟରେ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ କେଉଁ କାର୍ଯ୍ୟ କଲେ ଶୁଭ ଫଳ ପ୍ରାପ୍ତ ହୋଉଥାଏ ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |

1-ଆପଣ କେବେ ବସିଥିବା ସମୟରେ କିମ୍ବା ଶୁଇବା ସମୟରେ ଗୋଡ଼ ଉପରେ ଗୋଡ଼ ପକାନ୍ତୁ ନାହିଁ ଏହାଦ୍ୱାରା ଆୟୁ ହାନି ହେବା ସହିତ ଧନ ମଧ୍ୟ କମିଯାଏ, ଆପଣ ସର୍ବଦା ଅଭାବ ଅନୁଭବ କରନ୍ତି |

2-ନିଜର ମୁଣ୍ଡକୁ ଆପଣ କେବେ ଦୁଇ ହାତରେ କୁଣ୍ଡେଇବା ପରି ଭୁଲ କରନ୍ତୁ ନାହିଁ ଏହାଦ୍ୱାରା ଘରେ ଅଶୁଭତ୍ୱ ବୃଦ୍ଧି ହୋଇଥାଏ |କେବେବି ଆପଣ ନିବସ୍ତ୍ର ହୋଇ ଶୁଇବା କିମ୍ବା ଗାଧୋଇବା ଉଚିତ ନୁହଁ, ଏହା ଦ୍ଵାରା ଆପଣଙ୍କ ଘରେ ସର୍ବଦା ସମସ୍ୟା ଦେଖାଯାଏ |

3-ଆପଣ ମୁଣ୍ଡରେ ତେଲ ଲଗାଇ ସାରିବା ପରେ ବଳକା ତେଲ କେବେ ଦେହରେ ଲଗାନ୍ତୁ ନାହିଁ, ଏହାଦ୍ୱାରା ଘରେ ଅଶାନ୍ତି ବଢିବା ସହିତ ଶରୀର ଅସୁସ୍ଥ ହୋଇଥାଏ |

4-ଆପଣ ଘରେ ଯେବେ ଗଙ୍ଗା ଜଳ ରଖୁଛନ୍ତି ତାହା ସଫା ସୁତୁରା ଜାଗାରେ ରଖନ୍ତୁ, ଆପଣ ଯଦି ପ୍ରତ୍ୟେକ ଦିନ ଅଳ୍ପ ଗଙ୍ଗା ଜଳ ପାନ କରନ୍ତି ତେବେ ସବୁଦିନ ପାଇଁ ନିରୋଗ ରହିବେ |ଘରେ ଗଙ୍ଗାଜଳ ଆପଣ ତମ୍ବା କିମ୍ବା ଚାନ୍ଦିରେ ପ୍ରସ୍ତୁତ ହୋଇଥିବା ପାତ୍ରରେ ରଖନ୍ତୁ ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ |

5-ସୋମବାର ପ୍ରଭୁ ଶିବଙ୍କ ବହୁତ ପ୍ରିୟ ବାର ଅଟେ ଏହି ଦିନ ଆପଣ ଯଦି ଗଙ୍ଗାଜଳରେ ମହାଦେବଙ୍କ ଅଭିଷେକ କରନ୍ତି ତେବେ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ |

6-ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ଯଦି ସ୍ୱସ୍ତିକ ଚି଼ହ୍ନ ଅଙ୍କନ କରନ୍ତି ତେବେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବଜାଇ ରହିବା ସହିତ ଆପଣଙ୍କ ଘରେ କେବେ କଳି ଝଗଡା ହୋଇନଥାଏ |

7-ରବିବାର ଦିନ ଯଦି ଆପଣ ଗାଈକୁ ରୁଟି ଖାଇବା ପାଇଁ ଦିଅନ୍ତୁ ତେବେ ଆପଣ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରିବ ଏବଂ ଘର ଧନ ଧାନ୍ୟରେ ପୂରଣ ହୋଇ ଉଠିବ |

8-ଘରେ ଆପଣ ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜାଳିବା ଦ୍ଵାରା ଘରର ଅଶୁଭତ୍ୱ ଦୂର ହେବା ସହିତ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ |ଘରେ ବ୍ୟବହାର କରୁଥିବା ଲୁଣକୁ ଏକ କାଚ ବୋତଲରେ ରଖି ସେଥିରେ ଲବଙ୍ଗ ପକାଇଲେ କେବେ ଘରେ ଅଭାବ ଦେଖାଯାଏ ନାହିଁ |

9-ମଙ୍ଗଳବାର ଦିନ ଆପଣ କେବେ ଟଙ୍କାର ନେଣ ଦେଣ କରନ୍ତୁ ନାହିଁ, ଏପରି କରିବା ଦ୍ଵାରା ସର୍ବଦା ଅଭାବ ଦେଖାଯାଏ |

10-ରାତିରେ ଶୁଇବାର ଦୁଇ ଘଣ୍ଟା ପୂର୍ବରୁ ଆପଣ ଭୋଜନ କରିନିଅନ୍ତୁ, ଏମିତି କଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଆପଣ କେବେ ରୋଗରେ ପୀଡିତ ହୁଅନ୍ତି ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment