ଆଣ୍ଠୁ ବିନ୍ଧା ( Knee Pain ) ସବୁଦିନ ପାଇଁ ଭଲ ହୋଇଯିବ | Home Remedy

ଆମେ ମାନେ ସମସ୍ତେ ଜାଣିଛୁ କି ବୟସ ବଢିବା ସହିତ ମଣିଷ ଶରୀରରେ ସମସ୍ୟା ମାନ ମଧ୍ୟ ବଢିବାକୁ ଲାଗିଥାଏ | ଆଉ ସେହି ସମସ୍ତ ସମସ୍ୟା କୁ ନେଇକି ଆମେ ଅନେକ ସମୟରେ ଚିନ୍ତିତ ଥାଉ | ତେବେ ବୟସ ବଢିବା ସହିତ ଆଣ୍ଠୁ ଗଣ୍ଠି ଓ ଜୋଏଣ୍ଟ ପେନ ଭଳି ସମସ୍ୟା ମାନ ଦେଖିବାକୁ ମିଳିଥାଏ | ଆଉ ଯେଉଁଥିପାଇଁ ଲୋକ ମାନେ ଅନେକ କଷ୍ଟ ମଧ୍ୟ ସହିଥାନ୍ତି | ଆଉ ଯେଉଁଥିପାଇଁ ଅନେକ ମେଡ଼ିସିନ ମଧ୍ୟ ଖାଇଥାନ୍ତି ଜିନ୍ତୁ ତାହା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇ ନ ଥାଏ |ତେବେ ଏହି ଭଳି କିଛି ସମସ୍ୟା ମାନ ଯଦି ଲାଗି ରହୁଛି ତାହେଲେ ସେଥିରୁ ମୁକ୍ତି ପାଇବା ପାଇ ସହଜ ଘରୋଇ ଉପଚାର ବିଷୟରେ ଆସନ୍ତୁ ଜାଣିବା ଯାହା ଆମର ଜୋଏଣ୍ଟ ପେନ ସହିତ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ଦେବ |

ଆବଶ୍ୟକୀୟ ଉପକରଣ :-

ମେଥି ପାଉଡର, ଶୁଣ୍ଠି ପାଉଡର, ଆସ୍ୱଗନ୍ଧା ପାଉଡ଼ର ଓ ହଳଦୀ ଗୁଣ୍ଡ, ରାଶି ତେଲ, ରସୁଣ

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-

1-ଆଣ୍ଠୁ ଗଣ୍ଠି ସମସ୍ୟା ରୁ ମୁକ୍ତି ପାଇବା ପାଇ ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇ ହେଲେ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଇଛି ମେଥି ପାଉଡର, ତେବେ ମେଥି ପାଉଡର ରେ ଆପଣ ମାନେ ଗୋଟିଏ ଚାମଚ ଶୁଣ୍ଠି ପାଉଡର ତାହା ପରେ ଅଳ୍ପ ହଳଦୀ ଗୁଣ୍ଡ ଓ ଆସ୍ୱଗନ୍ଧା ପାଉଡର ମଧ୍ୟ ସେଥିରେ ମିଶେଇ ଏକ ପାଉଡ଼ର ପ୍ରସ୍ତୁତ କରିବେ | ତାହା ପରେ ଆପଣ ମାନେ ଗୋଟିଏ ଗ୍ଲାସ ପାଣି କିମ୍ବା ଗୋଟିଏ ଗ୍ଲାସ କ୍ଷୀର ନେବେ ଓ ସେଥିରେ ଗୋଟିଏ ଚାମଚ ଏହି ପାଉଡ଼ର କୁ ମିଶାଇ ଖାଇବା ର ଗୋଟିଏ ଘଣ୍ଟା ପୂର୍ବରୁ ଵା ପରେ ସେବନ କରିବେ |

2-ଦ୍ଵିତୀୟ ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇ ହେଲେ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ରାଶି ତେଲ ଵା ସୋରିଷ ତେଲ | ତେବେ ଆପଣ ପ୍ରଥମେ ରାଶି ତେଲ କୁ ଗଢେଇ ରେ ନେବେ ଇଁ ତାହାକୁ ଗରମ କରିବେ ଓ ସେଥିରେ 10 ପାଖୁଡା ରସୁଣ କୁ ଅଳ୍ପ ଛେଞ୍ଚି ସେହି ତେଲ ରେ ପକାଇ ଦେବେ | ଆଉ ତାହା କୁ ଭଲ ଭାବରେ ଲାଲ ହେବା ପର୍ଯ୍ୟନ୍ତ ଫୁଟାଇବେ | ଆଉ ପରେ ତାହାକୁ କାଢି ଆଣି ଅଳ୍ପ ଉଷୁମ ଥିବା ସମୟରେ ଆପଣ ଙ୍କର ଆଣ୍ଠୁ ଗଣ୍ଠି ଓ ଜୋଏଣ୍ଟ ପେନ ର ସମସ୍ୟା ଥିବା ସ୍ଥାନରେ ମାଲିସ କରିବେ |

ତେବେ ଏହା ଥିଲା ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତି ପାଇବାର ଘରୋଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment