ଓଡ଼ିଆ ହିରୋଇନ Lipsa Mishra ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବେଳେବେଳେ ଅନେକ ଭିଡ଼ିଓ ଏମିତି ଆସିଥାଏ ଯେଉଁଥିରେ ଦେଖିବାକୁ ମିଳିଥାଏ ଓଡ଼ିଆ ର ଅନେକ ଫ୍ଲିମ ଏକ୍ଟ୍ରେସ ମାନଙ୍କ ବିଷୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଏହି ଓଡ଼ିଆ କଥାଚିତ୍ର ଅଭିନେତ୍ରୀ‌ ଲିପ୍ସା ମିଶ୍ର‌ ଙ୍କ ବିଷୟରେ ।

‌ଲିପ୍ସା ମିଶ୍ର‌ ଙ୍କର ଜନ୍ମ ଓ ଫ୍ଲିମ କେରିୟର :-

‌ଲିପ୍ସା ମିଶ୍ର‌ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଲିପ୍ସା ତରଙ୍ଗ ଟିଭିରେ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ ରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୫ ରେ ଲିପ୍ସା ଓଡ଼ିଆ କଥାଚିତ୍ର ମାୟା ଜରିଆ ରେ ଓଡ଼ିଆ କଥାଚିତ୍ର ଜଗତ ରେ ଅଭିନୟ ଆରମ୍ଭ କରିଥିଲେ ।ଲିପ୍ସା ମିଶ୍ର ପୁରୀ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ +୨ ପଢ଼ୁ ଥିଲେ । ଏହା ପରେ ସେ ବିଜେବି କଲେଜ ରେ ଓଡ଼ିଆ ସ୍ନାତକରେ ପଢ଼ୁ ଥିଲେ ଏବଂ ସେଠାରେ ସେ ଓଡ଼ିଆ ବିଭାଗ ରେ ସର୍ବାଧିକ ନମ୍ବର ରଖି ୨୦୧୨ ରେ ସ୍ନାତକ ହାସଲ କରିଥିଲେ । ତା’ ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଓଡ଼ିଆ ବିଭାଗ ରେ ପଢ଼ୁଥିଲେ ।ଲିପ୍ସା ସପ୍ତମ ଶ୍ରେଣୀ ରେ ପଢ଼ୁ ଥିବା ବେଳେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରଥିଲେ।

ଅଭିନେତ୍ରୀ ଲିପ୍ସା “ବିଗ୍ ବ୍ରେକ୍” ନାମକ ଏକ ରିଏଲିଟି ସୋ’ ରେ ଅଂଶ ଗ୍ରହଣକାରୀ ଭାବରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ସେ ତରଙ୍ଗ ଟିଭି ରେ “କିଚି ଲୁହ ପିଇଯାଏ ଓଠ” ମାଧ୍ୟମ ରେ ଟେଲିଭିଜନ ଜଗତ ରେ ପାଦ ଦେଇଥିଲେ । ପରେ ପରେ ଜି ସାର୍ଥକରେ ପ୍ରସାରିତ ଟେଲିଭିଜନ ଶୋ’ ତୋ ଅଗଣାର ତୁଳସୀ ମୁଁରେ ତୁଳସୀ ଭାବେ ମୁଖ୍ୟ ଭୂମିକା ରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ । ଏଥିସହ ଲିପ୍ସା ଓଡିଆ, ଛତିଶଗଡୀ ଏବଂ ହିନ୍ଦୀ ଭାଷାରେ 50ରୁ ଅଧିକ ଚଳଚ୍ଚିତ୍ର, ଟିଭି ସିରିଏଲ ଏବଂ ମ୍ୟୁଜିକ୍ ଭିଡିଓ କରିଛନ୍ତି ।

୨୦୧୫ ରେ ଲିପ୍ସାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ପିଲାଟା ବିଗିଡ଼ିଗଲା । ଏହି ଚଳଚ୍ଚିତ୍ରଟି ଗୋଟିଏ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ । ଏହି ଚଳଚ୍ଚିତ୍ର ରେ ଲିପ୍ସା ଙ୍କ ସ‌ହ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ ଅଭିନୟ କରିଥିଲେ ।

୨୦୧୬ ରେ ପୁପିନ୍ଦର ସିଂହଙ୍କ ସ‌ହ ଲିପ୍ସା ଙ୍କର ଗୋଟିଏ ଚଳଚ୍ଚିତ୍ର ଆସିଥିଲା ସମୟ ବଡ଼ ବଳବାନ । ଏହି ଚଳଚ୍ଚିତ୍ରରେ ଅନୁଭା ସୌର୍ଯ୍ୟା ମଧ୍ୟ ଅଭିନୟ କରିଥିଲେ ।୨୦୧୬ ରେ ଲିପ୍ସା କ୍ରିଷ୍ଣା ବେଉରାଙ୍କ ସ‌ହ ଏକ ହିନ୍ଦୀ ଗୀତ ‌ଚେହେରା ତେରା‌ରେ ଅଭିନୟ କରିଥିଲେ । ଏହି ଗୀତ ରେ କ୍ରିଷ୍ଣା କଣ୍ଠଦାନ କରିଥିଲେ ଏବଂ ଅଭିନୟ ମଧ୍ୟ କରିଥିଲେ । ଜି ମ୍ୟୁଜିକ ଦ୍ୱାରା ଏହି ଗୀତ ଟି ନିର୍ମିତ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment