ହିନ୍ଦୁ ଧର୍ମ ଅନୁଯାୟୀ ମାର୍ଗଶିର ମାସର ମହତ୍ତ୍ଵ ଖୁବ୍ ଅଧିକ ରହିଛି।ଏହି ମାସରେ ପ୍ରତି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ବା ମାଣବସା ଯାଇଥାଏ। ଓଡ଼ିଶାର ଘରେ ଘରେ ମହିଳା ମାନେ ଏହି ଓଷା କରିଥାନ୍ତି। ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ମାସ ମଧ୍ୟରେ ମାର୍ଗଶିର ସବୁଠାରୁ ଶ୍ରେଷ୍ଠ ଆଉ ଏହି ମାସଟି ମହାଲକ୍ଷ୍ମୀଙ୍କୁ ସମର୍ପିତ ଅଟେ।
ଏକଥା ମଧ୍ୟ ଶାସ୍ତ୍ରରେ କୁହା ଯାଇଛି କି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ଆରାଧନା କଲେ ଘରକୁ ଅନେକ ଖୁସି ଆସିଥାଏ ଏବଂ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଏହା ସହିତ ଗୁରୁବାର ଦିନ କିଛି ଏପରି କାର୍ଯ୍ୟ ରହିଛି ଯାହା କରିବା ଦ୍ୱାରା ଘରେ ଧନଧାନ୍ୟରେ ପୁରି ଉଠିଥାଏ। ଖାସ୍ କରି ମାର୍ଗଶିର ମାସର ଗୁରୁବାରରେ ନିଶ୍ଚିତ ଭାବେ କରନ୍ତୁ ଏହି କାମ। ତେବେ ଆସନ୍ତୁ ଜାଣିବା ଗୁରୁବାରରେ କଣ କରିବା ଆଦୌ ଉଚିତ୍ ନୁହେଁ ଏବଂ ଏମିତି କଣ କରିବା ଦ୍ୱାରା ଘରକୁ ସୁଖ ଶାନ୍ତି ଆସିବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
୧. ଗୁରୁବାର ଦିନ ବ୍ରହ୍ମମୁହୂର୍ତ୍ତ ଖୁବ୍ ଶୁଭ ବିବେଚନା କରାଯାଇଥାଏ। ତେବେ ଗୁରୁବାର ଦିନ ବ୍ରହ୍ମମୁହୂର୍ତ୍ତ ଉଠି ପାଣିରେ ଗଙ୍ଗା ଜଳ ମିଶାଇ ନିଶ୍ଚୟ ସ୍ନାନ କରନ୍ତୁ। ଏବଂ ସ୍ନାନ କରିବା ସମୟରେ ଓମ୍ ବୃହସ୍ପତି ନମ୍ଃ ନିଶ୍ଚିତ କୁହନ୍ତୁ।
୨. ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟାର ଅନ୍ତ ଘଟିଥାଏ।
୩. ଗୁରୁବାର ଦିନ ହଳଦିଆ ବସ୍ତ୍ର ନିଶ୍ଚିତ ପରିଧାନ କରନ୍ତୁ। ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦୀ ରଙ୍ଗର ଫୁଲ ଫଳ ଓ ନୈବେଦ୍ୟ ଅର୍ପଣ କରନ୍ତୁ।
୪. ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ।
୫. ଧନ ବୃଦ୍ଧି କରିବାକୁ ଚାହୁଁଥିଲେ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ। ଆଉ ଉପବାସ କରିବା ସମୟରେ ଭିକାରୀ ବା ଦରିଦ୍ର ମାନଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ।
ଗୁରୁବାର ଦିନ କେଉଁ କାର୍ଯ୍ଯ କରିବା ଆଦୌ ଉଚିତ୍ ନୁହେଁ:-
୧.ଯଦି ଗୁରୁବାର ଦିନ ଘରର କୌଣସି ମହିଳା ବାଳ ଧୋଇଥାଏ କିମ୍ବା ଆପଣ ନଖ ଦାଢ଼ି ଆଦି କାଟିଥାନ୍ତି ତ ଏହାଦ୍ବାରା ଗୁରୁଗ୍ରହ ରାଗି ଯାଇଥାଆନ୍ତି ଆଉ ଘରେ ନାନା ପ୍ରକାର ଅଶାନ୍ତି ଦେଖା ଯାଇଥାଏ।
୨.ଗୁରୁବାର ଦିନ କାହାକୁ ଉଦ୍ଧାର ଦେବା କି ଉଦ୍ଧାର ନେବା ଉଚିତ୍ ହୋଇ ନଥାଏ। ଏମିତି କରିବା ଦ୍ଵାରା ଧନର ଅଭାବ ଦେଖିବାକୁ ମିଳିଥାଏ।
୩.ଗୁରୁବାର ଦିନ ଘରେ ପୋଛା ଲଗାଇବା ଆଦୌ ଉଚିତ୍ ନୁହେଁ ଯଦି ଆପଣ ନିହାତି ପୋଛା ଲଗାଇବା ପାଇଁ ଚାହୁଁଛନ୍ତି ତେବେ ପାଣିରେ କିଛି ଲୁଣ ମିଶାଇ ପୋଛା ମାରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।