ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଆମର ଏହି ମଙ୍ଗଳବାର ମହାବୀର ହନୁମାନଙ୍କର ବହୁତ ପ୍ରିୟ ହୋଇଥାଏ, ଆପଣ ଯଦି ଏହି ମଙ୍ଗଳବାର ଦିନ ମହାବୀରଙ୍କ ପୂଜା ଆରାଧନା କରିବା ସହିତ ତାଙ୍କୁ ପ୍ରସନ୍ନ କରିବା ପାଇଁ କିଛି କାର୍ଯ୍ୟ କରିଥାନ୍ତି ତେବେ ଆପଣ ମହାବୀରଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ସହିତ ଜୀବନରେ ସର୍ବଦା ଖୁସିରେ ରହିବେ |ମୁଁ ଆଜି ଆପଣଙ୍କୁ ମହାବୀରଙ୍କ ପ୍ରସନ୍ନ କରିବା ପାଇଁମଙ୍ଗଳବାର ଦିନ କିଛି ସୁନ୍ଦର ଟିପ୍ସ ଗୁଡିକ ବିଷୟରେ କହିବି ଯାହାକୁ ଆପଣ ନିୟମ ଅନୁଯାଇ କରିବା ଦ୍ଵାରା ଆପଣଙ୍କ ସବୁ ଦୁଃଖ ଦୂର ହେବା ସହିତ ଆପଣ କେବେ ଆର୍ଥିକ ସମସ୍ୟା ଭୋଗ କରନ୍ତି ନାହିଁ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଟିପ୍ସ ଗୁଡିକ ବିଷୟରେ ସମ୍ପୂର୍ଣ କଥା ଜାଣିବା |
1:-ଆପଣ ମଙ୍ଗଳବାର ଦିନ କେବେ ସ୍ୱାମୀ ସ୍ତ୍ରୀ ଉଭୟ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, କାରଣ ଏହି ସମ୍ପର୍କ ରଖିବା ଦ୍ଵାରା ଆପଣଙ୍କ ସନ୍ତାନ ଅକ୍ଷମ ହୋଇଥାଏ ତେଣୁ ଆପଣ ଏହି ଦିନ ଏପରି ଭୁଲ କରନ୍ତୁ ନାହିଁ |ଏହା ସହିତ ଆପଣ କେବେ ମଙ୍ଗଳବାର ଦିନ ଲୁଣ ଧାର କରି ଖାଆନ୍ତୁ ନାହିଁ କାରଣ ଆପଣଙ୍କ କରଜ ଭାର ବଢିଯାଏ |
2:-ଆପଣ ମଙ୍ଗଳବାର ଦିନ କେବେ ମାଛ ମାଂସ ଖାଆନ୍ତୁ ନାହିଁ କାରଣ ଏହା ଦ୍ଵାରା ଆପଣଙ୍କ ଉପରେ ହନୁମାନଙ୍କ କୋପ ଦୃଷ୍ଟି ପଡିଥାଏ,ଯାହା ଦ୍ଵାରା ଆପଣ ଜୀବନରେ ସମସ୍ୟାର ବୃଦ୍ଧି ହୋଇଥାଏ |ତେଣୁ ଆପଣ ଏହିଦିନ ଏପରି ଭୁଲ କରନ୍ତୁ ନାହିଁ |
3:-ଏହି ଦିନ ଆପଣ କାହା ଠାରୁ କରଜ କିମ୍ବା ଧାରା ଆଣନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ଶୁଝିବା କଷ୍ଟକର ହୋଇ ପଡିବା, ଏହା ସହିତ ଆପଣ କେବେ ଏହି ମଙ୍ଗଳ ବାର ଦିନ କେବେ କାହା ସହିତ ଝଗଡା କରନ୍ତୁ ନାହିଁ |ଏମିତି କରିବା ଦ୍ଵାରା ଆପଣଙ୍କ ଦୁଃଖର ଭାର ବଢ଼ିଯାଏ ଏବଂ ଆପଣଙ୍କ କଷ୍ଟ ମଧ୍ୟ ବଢିଯାଏ |
4:-ଯଦି ଆପଣ ମଙ୍ଗଳବାର ଦିନ ତୁଳସୀ ପାତ୍ରରେ ଜୟ ଶ୍ରୀ ରାମ ଲେଖି ମହାବୀରଙ୍କୁ ଅର୍ପଣ କରନ୍ତି ତେବେ ମହାବୀର ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ କରନ୍ତି |
5:-ଆପଣ ମଙ୍ଗଳବାର ଦିନ ସନ୍ଧ୍ୟାରେ ନିମ୍ବ ଗଛ ମୂଳରେ ଜସ୍ମିନ ତେଲରେ ଦୀପ ଜଳାଇ ନିଜର ମନର ଦୁଃଖ ଯଦି ହନୁମାନଙ୍କୁ ଜଣାନ୍ତି ତେବେ ମହାବୀର ଆପଣଙ୍କ ଦୁଃଖ ଦୂର କରିବା ସହିତ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ମଧ୍ୟ ଦୂର ହୋଇଯିବ |
6:-ଯଦି ଆପଣ ମଙ୍ଗଳବାର ଦିନ ପାନ ପତ୍ରରେ ଜୟ ଶ୍ରୀ ରାମ ଲେଖି ଏହି ପାନ ପତ୍ରର ମାଳ କରି ହନୁମାନଙ୍କୁ ଅର୍ପଣ କଲେ ସେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର କରିବା ସହିତ ମହାବୀରଙ୍କ ଆଶୀର୍ବାଦରୁ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ନିଶ୍ଚିତ ପ୍ରାପ୍ତ କରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।