ମାତ୍ର 2 ଦିନରେ ଗୋଇଠି ଫଟା ( Crack heel ) ଠିକ ହୋଇଯିବ, ଥରେ ଲଗେଇ ଦେଖନ୍ତୁ

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଶୀତ ଦିନ ରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଆମ ଶରୀରରେ ଦେଖା ଯାଇଥାଏ | ତେବେ ବିଶେଷ କରିକି ଗୋଡ଼, ହାତ, ଓଠ ଫାଟିବା ଓ ଗୋଇଠି ଫାଟିବା ଭଳି ସମସ୍ୟା ପାଇଁ ଆମେ ଅନେକ ସମୟରେ ଚିନ୍ତିତ ରହିଥାଉ |ଆଉ ଏହି ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଅନେକ କ୍ରିମ ଆଉ ଲସନ, ମଏଶ୍ଚ ରାଇଜର ମଧ୍ୟ ବ୍ୟବହାର କରିଥାଉ | ତେବେ କୁହାଯାଉଛି କି ଶୀତ ଦିନେ ଆମେ ମାନେ ପାଣି ରେ ଅଧିକ ସମୟ ପାଦ କୁ ଭିଜେଇ ରଖିଲେ, ଵା କାଦୁଅ ଓ ଗୋବର ରେ ପାଦ କୁ ଲଗାଇଵା କାରଣରୁ ଗୋଇଠି ଫାଟିବା ଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ | ତେବେ ଆପଣ ମାନେ ଯଦି ଏହି ଭଳି ସମସ୍ୟା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ ଏକ ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |

ଆବଶ୍ୟକ ଉପକରଣ :-

ମହମବତୀ, ସୋରିଷ ତେଲ, ନଡ଼ିଆ ତେଲ, ଏଲୋବେରା ଜେଲ, ଭିଟାମିନ E କ୍ୟାପସୁଲ, ଲେମ୍ବୁ, ସାମ୍ପୁ

ପ୍ରସ୍ତୁତି ପ୍ରଣାଳୀ :-

ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁକି ଏହି ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣ ମାନେ ପ୍ରଥମେ ଗୋଟିଏ କଢେଇ ନେବେ | ତାହା ପରେ ସେଥିରେ ଆପଣ ମାନେ ମହମ ପକାଇବେ ଓ ଯେତିକି ପରିମାଣ ରେ ମହମ ନେବେ ତାର ଅଧା ଆପଣ ମାନେ ସୋରିଷ ତେଲ ନେବେ ଓ ତାହା ପରେ ସେଥିରୁ ଅଧା ପରିମାଣ ରେ ନଡ଼ିଆ ତେଲ ଆପଣ ମାନେ ନେବେ |

ଆଉ ତାହା ପରେ ଆପଣ ମାନେ ଏଲୋବେରା ପତ୍ର କୁ ନେଇକି ଜେଲ କୁ କାଢ଼ିକି ଗୋଟିଏ ଚାମଚ ଏଲୋବେରା ଜେଲ ନେବେ | ତାହା ପରେ ଗୋଟିଏ ଭିଟାମିନ E କ୍ୟାପସୁଲ କୁ ନେଇକି ଭଲ ଭାବରେ ମିଶାଇବେ | ଆଉ ତାହା ପରେ କଢେଇ ରେ ତାହାକୁ ଫୁଟାଇବେ 10-15 ମିନିଟ | ତାହା ପରେ ସେହି ତେଲ କୁ ଗୋଟିଏ ପାତ୍ର ରେ ରଖିବେ |

ବ୍ୟବହାର :-

ଏହି ଉପଚାର କୁ ବ୍ୟବହାର କରିବା ପୂର୍ବରୁ ଆପଣ ମାନେ ପ୍ରଥମେ ଉଷୁମ ପାଣି ନେବେ ଆଉ ସେଥିରେ ସେମ୍ପୁ ମିଶାଇବେ ଓ ତାହା ପରେ ଫାଳେ ଲେମ୍ବୁ ନେଇକି ନିଜର ପାଦ କୁ ଭଲ ଭାବରେ ଧୋଇ ନେବେ ଓ ପୋଛିଦେବା ପରେ ସେଥିରେ ପ୍ରସ୍ତୁତ କରୁଥିବା ପେଷ୍ଟ କୁ ବ୍ୟବହାର କରିବେ |ଆଉ ଗୋଇଠିରେ ଲଗାଇବା ଯୋଗୁଁ ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବେ |

ତେବେ ଏହା ଥିଲା ଗୋଇଠି ଫୋଟା ଭଳି ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment