ମାତ୍ର ୨ ଦିନରେ ମୁହଁ ର କୁଚା ପଣ ( face Wrinkles ) ଦୂର କରନ୍ତୁ, ଆଉ ତା’ ପରେ ଦେଖନ୍ତୁ ଚମତ୍କାର

ବର୍ତ୍ତମାନ ର ଏହି ଫେସନେବୁଲ ଜମାନା ରେ କିଏ ବା ନଚାହେଁ ଟିକୁ ସୁନ୍ଦର ଦେଖା ଯିବା ପାଇଁ। କଲେଜ ରୁ ଆରମ୍ଭ କରି ପାର୍ଟି ପର୍ଯ୍ୟନ୍ତ ଯୁଆଡେ କୁ ଆପଣ ବହରୁଛନ୍ତି ମନ ରେ କେବଳ ଗୋଟିଏ କଥା ଥାଏ କି ମୁଁ ଆଜି ସୁନ୍ଦର ଲାଗୁଛି ତ। କିନ୍ତୁ ଆପଣଙ୍କ ର ସୁନ୍ଦରତା ଉପରେ ବାଧା ପ୍ରାପ୍ତ କରିଥାଏ ମୁଁହ ରେ ବାହାରି ଥିବା ପିମ୍ପୁଲସ ଏବଂ ଶୀତ ଦିନ ରେ ତ୍ୱଚା କୁଚା ହେବା ଏକ ବଡ଼ ସମସ୍ୟା ହୋଇଥାଏ।ତେବେ ଏହି ପିମ୍ପୁଲସ କୁ ରିମୁଭ କରିବା ପାଇଁ ଲୋକ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ଏଥିରେ ଫଳ ଓଲଟା ହେଉଛି, ମୁଁହରେ ଆହୁରି ଅଧିକ ପିମ୍ପୁଲସ ବାହାରୁଚି।

ତେବେ ଆମେ ଆପଣ ଙ୍କୁ କହିରଖୁଚୁ କି, ଶୀତ ଦିନରେ ଆମର ଚର୍ମ ଅତ୍ୟଧିକ ଶୁଷ୍କ ହେବା ରୁ ଆମର ତ୍ୱଚା କୁଚା ହୋଇଯାଏ ଏବଂ ବେଳେ ବେଳେ ଅନ୍ୟ କାରଣ ରୁ ମଧ୍ୟ କମ ବୟସ ରେ ମୁଁହ ର ତ୍ୱଚା କୁଚା ହୋଇଯାଇ ଥାଏ। ତେବେ ଏହାକୁ ଆପଣ ଦୁରେଇବା କୁ ଚଂହୁଥିଲେ ଏହି ରିମେଡି ବହୁତ କମ ସମୟ ମଧ୍ୟରେ ଆପଣଙ୍କ ର ମୁଁହ ର ପିମ୍ପୁଲସ ଓ କୁଚାପଣ କୁ କୁଆଡେ ଗାଏବ କରିଦେବ। ତେବେ ଏହି ଉପାୟ ଟି ବିଷୟ ରେ ଆସନ୍ତୁ ଜାଣିବା।

ଆବଶ୍ୟକ ସାମଗ୍ରୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ଲାଗି ଅଵଶ୍ୟକ ସାମଗ୍ରୀ ଗୁଡିକ ହେଉଛି:-
୧.ନଡିଆ ତେଲ
୨.ହଳଦୀ ଗୁଣ୍ଡ
୩.ଆଲବେରା ଜେଲ

ରିମେଡି ପ୍ରସ୍ତୁତ ପ୍ରଣାଳୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଆପଣ ଗୋଟିଏ କାଚ ବାଉଲ ନିଅନ୍ତୁ ଛୋଟ ଆକାର ରେ ।ଏବଂ ଏଥିରେ ଏକ ଚାମଚ ହଳଦୀ ଗୁଣ୍ଡ ନିଅନ୍ତୁ କାରଣ ଏହା ଆମ ସୁନ୍ଦରତା ପାଇଁ ନିହାତି ଆବଶ୍ୟକ ଅଟେ ଏବଂ ବହୁତ ଭଲ କାମ କରେ ମଧ୍ୟ। ତେବେ ଏଥିରେ ହାଫ ଚାମଚ ଆଲବେରା ଜେଲ ଏବଂ ହାଫ ଚାମଚ ନଡିଆ ତେଲ ମିଶାଇ ନିଅନ୍ତୁ। ତେବେ ଏହାକୁ ବର୍ତ୍ତମାନ ଭଲ ଭାବରେ ମିକ୍ସ କରି କିଛି ସମୟ ରଖି ନିଅନ୍ତୁ। ବର୍ତ୍ତମାନ ଆମର ରିମେଡି ଟି ପ୍ରସ୍ତୁତ ହୋଇଗଲା।

ବ୍ୟବହାର କରିବେ କିପରି:-

ରିମେଡି ଟିକୁ ରାତି ରେ ବ୍ୟବହାର କରିବା ଭଲ ,ମାତ୍ର ଯେତେବେଳେ ବି ଆପଣ ବ୍ୟବହାର କରିବେ ତା ପୂର୍ବରୁ ମୁଁହ କୁ ଭଲ ଭାବରେ ଧୋଇନିଅନ୍ତୁ ।ଏହା ପରେ ଆପଣ ଏହି ପ୍ରସ୍ତୁତ ରିମେଡି କୁ ନେଇ ମୁଁହ ରେ ଭଲ ଭାବରେ ଲଗାଇ ନିଅନ୍ତୁ। ଏହାକୁ ଲଗେଇବା ପରେ ସେହିପରି ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ , ଏବଂ ୧୫ ମିନିଟ ପରେ ଭଲ ଭାବରେ ମୁଁହ କୁ ଧୋଇ ନିଅନ୍ତୁ।

ଆପଣ ମାନେ ଏହିଭଳି ଭାବରେ ଆପଣ ମାତ୍ର ଦୁଇ ଦିନ ପ୍ରୟୋଗ କରି ଦେଖନ୍ତୁ ଆପଣ ଙ୍କ ର କୁଚା ପଣ ଗାଏବ ହୋଇଯିବ। ଅଧିକ ବୟସ ରେ ମଧ୍ୟ ଆପଣ କମ ବୟସ ର ଯୁବତୀ ଙ୍କ ଭଳି ଦେଖାଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment