ବର୍ତ୍ତମାନ ର ଏହି ପୋଷ୍ଟ ମର୍ଡନ ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବେଶ ଚିନ୍ତାରେ ରହିଥାନ୍ତି।ଯଦିଓ ଭଗବାନ ଆମକୁ ଏକ ପ୍ରକୃତିକ ରୂପ ଦେଇଛନ୍ତି କିନ୍ତୁ କେତେକ ବାହ୍ୟ ଉପାଦାନ ର ଫଳାଫଳ ଯୋଗୁଁ ଆମ୍ଭର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ। ଯେପରି କି ମୁହଁ ଏବଂ ଦେହ ହାତରେ କେଶ ଆସିବା , ବେକ ପଛରେ କଳା ଦାଗ ଆସିବା, ମୁହଁରେ ଦାଗ ହେବା ,ଅଳ୍ପ ବୟସରେ ତ୍ୱଚା କିଞ୍ଚିତ ହେବା ଇତ୍ୟାଦି। ତେବେ ଏହି ସବୁ କାରଣରୁ ଆମର ସୁନ୍ଦରତା ଉପରେ ବାଧାପ୍ରାପ୍ତ ହୋଇଥାଏ।
ତେବେ କେବେଳ ଏହି ସବୁ ସମସ୍ୟା ନୁହେଁ ବରଂ ଦେହର ଭାତୁଡ଼ି ବାହାରିବା ଏକ ସାଧାରଣ କଥା ହୋଇଗଲାଣି। ତେବେ ଆପଣ ମାନେ ଆପଣ ଙ୍କର ଆଖ ପାଖରେ ମଧ୍ୟ ଆପଣ ଦେଖିଥିବେ କି ଲୋକ ମାନଙ୍କର ହାତ, ଗୋଡ଼ ମୁହଁ ଏପରି କି ଶରୀରର ଅନେକ ସ୍ଥାନରେ ଏହି ଭାତୁଡି ଦେଖାଯାଇ ଥାଏ ।
ମାତ୍ର ଲୋକମାନେ ଏହାକୁ ସାଧାରଣ ଭାବି ବହୁତ୍ ହାଲକା ଭାବରେ ନେଇ ଯାଇଥାନ୍ତି। କିନ୍ତୁ ଆମେ ଆପଣଂକୁ ଏହି ପୋଷ୍ଟ ମାଧ୍ୟମରେ ଏହି ଭାତୁଡ଼ି କୁ ନେଇ କେତେକ ସୂଚନା ଦେବାକୁ ଯାଉଛୁ ଯାହା ଆପଣ ଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ ।
ତେବେ ଏହି ଭାତୁଡି ଭିନ୍ନ ଭିନ୍ନ ପ୍ରକାର ର ହୋଇଥାଏ। ଏହା କଳା ଏବଂ ଲାଲ ରଙ୍ଗର ହୋଇଥାଏ। ଏହି ଭାତୁଡି ଗୁଡିକ ପ୍ରଥମେ ଛୋଟ ବିନ୍ଦୁ ପରି ହୋଇ ଆରମ୍ଭ ହୋଇଥାଏ, ଧୀରେ ଧୀରେ ଏହା ବଡ଼ ହେବାକୁ ଲାଗିଥାଏ। ତେବେ ଏହା ଉପରେ ସୂର୍ଯ୍ୟ କିରଣ ର ପ୍ରଭାବରେ ଏହା ଅଧିକ ବଡ଼ ହୋଇଥାଏ। ତେବେ ଭାତୁଡ଼ି ଗୁଡ଼ିକ ଉପରେ ସୂର୍ଯ୍ୟ କିରଣ ପଡିଲେ ଏହା ଖରାପ ହୋଇଥାଏ। ସାଧାରଣ ଭାବରେ ଲୋକମାନେ ଭାବନ୍ତି କି,ଏହା ଏକ ସାଧାରଣ କଥା ଅଟେ କିନ୍ତୁ ଆମେ ଆପଣଂକୁ କହିରଖୁଚୁ କି ଏହା ସାଧାରଣ ନୁହେଁ ବରଂ ଏହି ଭତୁଡି ରୁ କ୍ୟାନ୍ସର ପରି ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଥାଏ। ଏବଂ ଡାକ୍ତର ମାନଙ୍କ ର କହିବା ଅନୁଯାୟୀ, ସୂତା ସାହାଯ୍ୟ ରେ କିମ୍ବା ଭାତୁଡ଼ି ଉପରେ ଏସିଡ ପକାଇ ଏହାକୁ ଭଲ କରିବା କୁ ପ୍ରୟାସ କରନ୍ତୁ ନାହିଁ। ଏହା କରିବା ଦ୍ବାରା ଆମ ଶରୀର ପାଇଁ ଏହା ହାନିକାରକ ହୋଇଥାଏ।
ତେବେ ଯଦି ଆପଣ ଙ୍କର ଶରୀରର କୌଣସି ସ୍ଥାନରେ କଳା କିମ୍ବା ଲାଲ ରଙ୍ଗର ଭାତୁଡି ହୋଇଥାଏ ତେବେ ଆପଣ ମାନେ ଏହାକୁ ହାଲକା ରେ ନ ନେଇ ଡାକ୍ତର ଙ୍କର ସହ ଦେଖା କରି ତାଙ୍କ ସହ ପରାମର୍ଶ କରନ୍ତୁ ।ଏବଂ ଏହାକୁ ଭଲ କରିବା ପାଇଁ ଡାକ୍ତର ଙ୍କର ପରାମର୍ଶ ଅନୁସାରେ ଔଷଧ ସେବନ କରନ୍ତୁ। ତେବେ ଏହା କେବଳ ଆମ ସୁନ୍ଦରତା କୁ ନୁହେଁ ବରଂ ଆମର ଶରୀର ପାଇଁ ମଧ୍ୟ କ୍ଷତିକାରକ ଅଟେ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।