Health Tips – କେବେଳ ୧ଚାମଚ ଖାଆନ୍ତୁ ( ଗ୍ୟାସ୍ ) Gas,Acidity ମୂଳରୁ ଶେଷ ହୋଇଯିବ,ଏହି ଘରୋଇ ଉପଚାର ଦ୍ୱାରା…

ଦର୍ଶକ ବନ୍ଧୁ ଆମେ ଜାଣିଛୁ ମଣିଷ ମାନଙ୍କର ଶରୀରରେ ସବୁବେଳେ କିଛି ନା କିଛି ରୋଗ ଲାଗି ରହିଥାଏ |ତେବେ ଯଦି ଏସିଡ ଠାରୁ ଆରମ୍ଭ କରି ଆମର ମୋଟା ପଣ,ପେଟ ର ଗ୍ୟାସ ଭଳି ବିଭିନ୍ନ ସମସ୍ୟା ଦେଖା ଯାଇଥାଏ ତେବେ ଏହି ସମସ୍ତ ରୋଗରୁ ରକ୍ଷା ପାଇବା ପାଇଁ ଆମକୁ ଏକ ଘରେଇ ଉପଚାର ପ୍ରସ୍ତୁତ କରିବା ପାଇଁ ହେବ ଯାହାକୁ ସେବନ କରିବା ଦ୍ୱାରା ଆମର ମୋଟା ପଣ, ପେଟର ଚର୍ବି,ଗ୍ୟାସ, ଏସିଡ଼ିଟି ଭଳି ବିଭିନ୍ନ ପ୍ରକାର ର ରୋଗ ସମସ୍ୟା ମାତ୍ରା ଅଳ୍ପ ଦିନ ମଧ୍ୟରେ ଦୂର ହେଇଯିବ | ତାହାଲେ ଆସନ୍ତୁ ପ୍ରଥମେ ତାହା ବିଷୟ ଜାଣିବା|

ତେବେ ଆମେ ଖାଇଥିବା ଖାଦ୍ୟର ଏହା ଏକ ପାଚନ କ୍ରିୟା ପରେ ଏହା ଉତ୍ପନ ହେଇଥାଏ ତା ସହିତ ଏହା ଆମ ଶରୀର ଭିତରେ ଏସିଡ ତିଆରି ହେଇଥାଏ | ତେବେ କୁହାଯାଏ ଯେ ଏହି ଏସିଡ ଆମ ଶରୀର ଅଧିକ ହେଇଗଲେ ଆମ ଶରୀର ରେ ଥିବା କିଡ଼ନୀ ଏହି ଏସିଡ କୁ କାଢି ପାରେ ନାହିଁ | ଏବଂ ଧୀରେ ଧୀରେ ଏହା ଆମ ଶରୀର ଏହି ଏସିଡ ବଢିବାରେ ଲାଗେ | ଯାହା ଫଳ ରେ ଏହା ଆମ ଶରୀର ଥିବା ବିଭିନ୍ନ ଗଣ୍ଠି ରେ ଏହା ଜମି ଯାଇଥାଏ ଯାହାଦ୍ୱାରା ଆମ ଆଣ୍ଠୁ ଗଣ୍ଠି ଫୁଲିବାରେ ଲାଗିଥାଏ |
ତେଣୁ ଯଦି ଆପଣଙ୍କ ଶରୀର ଏହା ମାତ୍ରା ଅଧିକ ରହିଥାଏ ତାହାଲେ ଆପଣ ମାଛ, ମାଂସ, ଅଣ୍ଡା, ଫୁଲ କବି, ରାଜମା, ଡାଲି, ମିଠା ଓ ମଦ ଆଦି ସେବନ କରିବା ଉଚିତ ନୁହଁ | ତେଣୁ ଏହି ସମୟରେ ଆପଣ ଅଧିକ ରୁ ଅଧିକ ପାଣି ପିଇବା ଆବଶ୍ୟକ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଏସିଡ କମ କରିବା, ପେଟର ମୋଟା ପଣ ଦୂର କରିବା ସହିତ ପେଟ ର ଚର୍ବି କୁ ହ୍ରାସ କରିବା ପାଇଁ ସହଜ ଘରେଇ ଉପଚାର ବିଷୟରେ ଜାଣିବା ଯାହା ଆପଣ ଅତିସହଜ ରେ ନିଜ ଘରେ ରହି ତିଆରି କରିପାରିବେ ଓ ଉପଚାର ଟି ତିଆରି କରିବା ପାଇଁ ମାତ୍ର କିଛି ସାମଗ୍ରୀ ର ଆବଶ୍ୟକ ପଡିଥାଏ | ତାହାଲେ ଆସନ୍ତୁ ଜାଣିବା ଏହା ପ୍ରସ୍ତୁତି ବିଷୟରେ |

ଆବଶ୍ୟକୀୟ ଉପକରଣ :-

ଜିରା, ଗୋଲମରିଚ, ମିଶ୍ରି, ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ :-ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ 50 ଗ୍ରାମ ର ଜିରା,50 ଗ୍ରାମ ର ଗୋଲମରିଚ , ଏବଂ ଧଳା ମିଶ୍ରି 50 ଗ୍ରାମ ତାହା ସହିତ 25 ଗ୍ରାମର ଗୁଜରାତି ନେଇ | ଏକ ଗ୍ରାଇଣ୍ଡିଙ୍ଗ ଯଗ ରେ ରଖନ୍ତୁ | ତାପରେ ଏସମସ୍ତ ସାମଗ୍ରୀ କୁ ଏକା ସାଙ୍ଗରେ ରଖି ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ | ଏହା ଗୁଣ୍ଡ ପ୍ରସ୍ତୁତ ହେଇଗଲା ପରେ ଏହାକୁ ଏକ ଛୋଟ ଗିନା ରେ କାଢି ନିୟନ୍ତୁ |
ଏବେ ଏହା ପ୍ରସ୍ତୁତ ହେଇଗଲା ଏବେ ଆସନ୍ତୁ ଜାଣିବା ଏହାର ସେବନ ଵିଧି ବିଷୟରେ
ବ୍ୟବହାର :-

ବର୍ତ୍ତମାନ ଆପଣ ପ୍ରସ୍ତୁତ କରିଥିବା ଉପଚାର ଟି କୁ ଆପଣ ଏକ ଛୋଟ ପାତ୍ର ରେ ଦହି ନେଇ ସେଥିରେ ଆପଣ ପ୍ରସ୍ତୁତ କରିଥିବା ଗୁଣ୍ଡରୁ ଏକ ଚାମଚ ସେହି ଦହି ମିଶାଇ ଏହାକୁ ଆପଣ ଖାଇବା ର 20 ମିନଟ ପରେ ସେବନ କରନ୍ତୁ | ଏମିତି କିଛି ଦିନ ସେବନ କରିବା ପରେ ଦେଖିବେ ଆପଣଙ୍କର ସମସ୍ତ ପ୍ରକାର ପେଟ ଜନିତ ସମସ୍ୟା କିଛି ଦିନ ମଧ୍ୟରେ ଦୂର ହେଇଯିବ | ଯେମିତିକି ଦେଖିବେ ଆପଣଙ୍କର ପେଟ ସଫା ହେବା ସହିତ, ଗ୍ୟାସ, ଏସିଡ଼ିଟି, ଭଳି ସମସ୍ୟା ମଧ୍ୟ ଦୂର ହେଇଯିବ |

ତେବେ ଏହା ଥିଲା ଗ୍ୟାସ, ଏସିଡିଟି ଭଳି ସମସ୍ତ ପ୍ରକାରର ସମସ୍ୟା କୁ ଦୂର କରିବାର ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment