ବନ୍ଧୁମାନେ ଆଜିର ସମୟରେ ମେଦ ବହୁଳତା ବା ମୋଟାପଣ ସମସ୍ତଙ୍କ ପାଇଁ ବହୁତ ବଡ଼ ସମସ୍ୟା ପାଲଟି ଯାଇଛି ।ତେବେ ଡାକ୍ତର ଙ୍କ କହିବା ଅନୁଯାୟୀ ଆପଣ ଦେଖୁଥିବେ ବି ଆଜିକାଲି ଆମ ଜୀବନ କେମିତି ବିତୁଛି ।ଆଗରୁ ଆମେ ଦମସ୍ତେ ଏକ ଯୌଥ ପରିବାର ରେ ରହିବା ସହିତ ଖାଦ୍ୟପେୟ ର ଅଭାବ ଭିତରେ ରହୁଥିଲୁ କିନ୍ତୁ ବର୍ତ୍ତମାନ ଛୋଟ ପରିବାର ରେ ସମସ୍ତେ ରହୁଛନ୍ତି ଯେଉଁଠି ଖାଦ୍ୟର କୌଣସି ଅଭାବ ନାହିଁ ।ବ୍ୟକ୍ତି ଯେତେବେଳେ ଯାହା ଚାହୁଁଚି ମନ ଇଛା ତାହା ଖାଇବାରେ ଲାଗୁଚି ଏହା ବ୍ୟତୀତ ଆଜିର ସମୟରେ ଲୋକମାନେ ଖେଳକୁଦ କଥା ଭୁଲି ଗଲେଣି ।ଆଉ ଛୋଟ ପିଲାମାନେ ଭିଡ଼ିଓ ଗେମ କୁ ଆପଣେଇ ନେଉଛନ୍ତି, ଏମିତି କାରଣ ପାଇଁ ମେଦ ବହୁଳତା ସମସ୍ୟା ଦେଖା ଯାଉଚି ।
ମେଦ ବହୁଳତା ର କାରଣ:-
-ପ୍ରଥମ କଥା ହେଉଛି କି ଆମ ଶରୀର ରେ ଏମିତି କିଛି ହୋରମନ ରହିଛି ଯେଉଁଥି ପାଇଁ ଶରୀର ରେ ଚର୍ବି ବଡ଼ିଥାଏ ।
-ନିଜର ଖାଦ୍ୟପେୟ ଓ ପ୍ରତ୍ୟେକ ଦିନ ର ଜୀବନଚର୍ଯ୍ୟା ପାଇଁ ବି ମୋଟାପା ବଡ଼ିଥାଏ ।ଅଧିକ ଫାଷ୍ଟ ଫୁଡ଼, ଜଙ୍ଗ ଫୁଡ଼ ଖାଇବା ସହିତ ଶାରୀରିକ ପରିଶ୍ରମ ଅଭାବରେ ମୋଟାପା ହେବା ସ୍ୱାଭାବିକ ।
ମେଦ ବହୁଳତା ରେ କଣ କଣ ସମସ୍ୟା ହୁଏ:-
-ପ୍ରଥମ କଥା ହେଉଛି କି ମୋଟାପା ହେଲେ ଆପଣଙ୍କ ଶରୀର କୁ ନାନା ରୋଗ ଆକ୍ରମଣ କରିଥାନ୍ତି ଯେପରି ଆଣ୍ଠୁ ଗଣ୍ଠି ବିନ୍ଧା,ଡାଇବେଟିସ,କଲେଷ୍ଟ୍ରଲ ବଡିବା ଓ ଉଚ୍ଚ ରକ୍ତଚାପ ଇତ୍ୟାଦି ।ଏହା ସହିତ ବହୁତ ସମୟରେ ମୋଟାପା ପାଇଁ ଆପଣଙ୍କ ର ହଠାତ ହାର୍ଟ ଷ୍ଟ୍ରୋକ ବି କରିଯାଏ ।
-ଘୁଙ୍ଗୁଡ଼ି ସମସ୍ୟା, ତେବେ ମୋଟା ବ୍ୟକ୍ତି ମାନେ ଶୋଇବା ବେଳେ ତାଙ୍କ ମୁଣ୍ଡ କୁ ଠିକ ମାତ୍ରାରେ ଅକ୍ସିଜେନ ଯାଇପାରେ ନାହଁ ।ତେଣୁ ତାଙ୍କୁ ଶୋଇବା ବେଳେ ଘୁଙ୍ଗୁଡ଼ି ମାରିବାକୁ ପଡିଥାଏ ।
ମେଦ ବହୁଳତା ର ଚିକିତ୍ସା:-
-ତେବେ ଜଣେ ବ୍ୟକ୍ତି କୁ ପ୍ରତ୍ୟେକ ଦିନ 1400 ରୁ 1600 କ୍ୟାଲୋରୀ ଖାଦ୍ୟ ଖାଇବା ଦରକାର ଏହା ଠାରୁ ଅଧିକ ହେଲେ ତାହା ଚର୍ବି ର ରୂପ ନେଇଯାଏ ।ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର କରିବା ସହିତ ଅନ୍ୟ କୌଣସି ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
-ପ୍ରୋଟିନ ଜାତୀୟ ଖାଦ୍ୟ ଡାଲି, ରାଜମା,ମାଂସ ଆଦି ଆପଣ ଖାଇବା ସହିତ ଲୋ ଓଏଲ ତେଲ ଓ ଘିଅ ଯୁକ୍ତ ଖାଦ୍ୟ କୁ ଏଡ଼ାଇବା ଉଚିତ ।ଲୋ କାର୍ବୋହାଇଡ୍ରେଟ ଭାତ ରୁଟି ର ପରିମାଣ ଠିକ ରଖିବେ ଓ ଫାଇବର କଂଚା ପନିପରିବା ଓ ଶାଗ ଆଦି ଯେତେ ଅଧିକ ନେଇପାରିବେ ।
-ଏହା ସହିତ ଆପଣ ରେଗୁଲାର କିଛି ଏକ୍ସାସାଇଜ କରିବେ କିନ୍ତୁ ଅଧିକ ମୋଟପଣ କ୍ଷେତ୍ରରେ ରେ ଅପରେସନ କରିବାକୁ ପଡିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।