ପରୀକ୍ଷା vs ହୋଲିଖେଳ 🤣! Odia Comedy… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ || Mr Dhenkanalia

ସୋସିଆଲ ମିଡ଼ିଆ ରେ ପିଲା ମାନକ ଅଧିକାଂଶ ହୋଲି ରେ ମଜାଦାର ଭିଡ଼ିଓ ଗୁଡ଼ିକ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।ସେହି ସମୟରେ ଦେଖିବା କୁ ମିଳିଛି ଯେ ତାଙ୍କର ପରୀକ୍ଷା ବୋଲି ଜଣ ଯାଇଛି
। ସେହି ପରି ଭାବରେ ପିଲା ମାନେ ବହୁତ୍ ମଜା କରି ରଙ୍ଗ ଖେଳି ଥାଆନ୍ତି । ରଙ୍ଗର ସ୍ବତନ୍ତ୍ର ଏକ ଭାଷା ଅଛି। ରଙ୍ଗର ସ୍ବତନ୍ତ୍ର ଏକ ଆବେଦନ ମଧ୍ୟ ରହିଛି। ରଙ୍ଗର କାଉଁରି ଛୁଆଁରେ ମନ କଦମ୍ବିତ ହୋଇଯାଏ। ରଙ୍ଗର ବିଚିତ୍ରତା ହିଁ ସଭିଙ୍କୁ କେମିତି ସତରେ ଚମତ୍କୃତ କରିଦିଏ, ପୁଣି କରିଦିଏ ଆନନ୍ଦ ବିଭୋର। ଫୁଲର ରଙ୍ଗ ପରି ମନର ରଙ୍ଗ ମଧ୍ୟ ବହୁବର୍ଣ୍ଣା। ପ୍ରଜାପତିର ରଙ୍ଗ ଆଉ ଇନ୍ଦ୍ରଧନୁର ରଙ୍ଗ ଏହା ପ୍ରକୃତିର ଏକ ଆବେଗମୟ ଖେଳ। ରଙ୍ଗ ସମ୍ପର୍କ ଯୋଡ଼େ, ରଙ୍ଗ ଭାଇଚାରା ବୁଣେ, ରଙ୍ଗ ମାଟି ଓ ମଣିଷ ଭିତରେ ଅଜସ୍ର ସ୍ନେହ ଢାଳି ଦିଏ। ସୃଷ୍ଟି ହୁଏ ରଙ୍ଗ ରେ ଆତ୍ମହରା।

ସୂର୍ଯ୍ୟଙ୍କ କିରଣ ରେ ସାତ ରଙ୍ଗ। ପୁରାଣ ସୂଚିତ ସୂର୍ଯ୍ୟ ଙ୍କ ରଥରେ ସାତୋଟି ଘୋଡ଼ାର ରୂପ କୁ ହିଁ ଅଭିବ୍ୟକ୍ତ କରା ଯାଇଛି। ପ୍ରସିଦ୍ଧ କବି ଗେଟେ ସାତ ରଙ୍ଗ କୁ ସଙ୍ଗୀତର ସାତ ସୁର ସହ ତୁଳନା କରିଛନ୍ତି। ଧରାର ରଙ୍ଗ ଖେଳିଲେ ବସନ୍ତ ଆସେ, ବସନ୍ତ ଆସିଲେ ସସାଗରା ଧରା ରଙ୍ଗିନ ହୋଇ ଉଠେ। ଏତିକି ବେଳେ ସହକାର କୁଞ୍ଜରେ ମଞ୍ଜରୀର ମହକ, ତାହା ମଧ୍ୟରେ ଉନ୍ମତ୍ତ ମଦମତ୍ତଅଳି କୁଳର ଗୁଞ୍ଜନ, ବଉଳ ପ୍ରସ୍ଫୁଟିତ ଆମ୍ରକାନନ ରେ କୋକିଳର କୁହୁତାନ, ନବକିଶଳୟର ଉଦ୍‌ଗମ, ମନ୍ଦମନ୍ଦ ସମୀରର ଶୀତଳ ସ୍ପର୍ଶ ପ୍ରତିଟି ପ୍ରାଣ ରେ ଭରି ଦିଏ ଅପୂର୍ବ ରୋମାଞ୍ଚ।

ଏହା ଭାରତୀୟ ସଂସ୍କୃତିର ପ୍ରାଣ ପ୍ରବାହ କହିଲେ ଅତ୍ୟୁକ୍ତି ହେବନାହିଁ। ଏହାକୁ କେନ୍ଦ୍ର କରି ଦୋଳ ମେଳଣ, ହୋଲି ଉତ୍ସବ ଆମ ମହନୀୟ ସଂସ୍କୃତିକୁ ପରିପୁଷ୍ଟ ପରିବର୍ଦ୍ଧିତ କରିଛି। କହିବାକୁ ଗଲେ ଏହି ହୋଲି ପର୍ବଟି କୁ ରଙ୍ଗର ପର୍ବ ଭାବରେ ସାରା ଭାରତ ରେ ପାଳନ କରାଯାଇଥାଏ। ପ୍ରାୟତଃ ସପ୍ତଦଶ ଶତାବ୍ଦୀ ରୁ ଏହାର ଅୟମାରମ୍ଭ ହୋଇଥିଲେ ହେଁ ଏହାର ପ୍ରାଚୀନତା ସମ୍ପର୍କ ରେ ମହାକବି କାଳିଦାସଙ୍କ କୃତ ‘ଦଶକୁମାରଚରିତମ୍‌’ରେ ଚତୁର୍ଥ ଶତାବ୍ଦୀ ବୋଲି ବର୍ଣ୍ଣିତ ହୋଇଛି।

ଏପରି କି ପ୍ରାଚୀନ ସଂସ୍କୃତ ନାଟକ ଯାହାକି ସପ୍ତଶତାବ୍ଦୀରେ ରଚିତ ‘ରତ୍ନାବଳୀ’ରେ ମଧ୍ୟ ଉଲ୍ଲେଖ ଅଛି। ପ୍ରାୟତଃ ଏହି ହୋଲି ମହୋତ୍ସବ କେବଳ ଭାରତ ରେ ନୁହେଁ ଦକ୍ଷିଣ ଏସିଆରେ ଏହା ବହୁଳ ଭାବରେ ହିନ୍ଦୁ ଓ ମୁସଲ ମାନଙ୍କ ମଧ୍ୟରେ ପାଳିତ ହେଉଛି। ଭାରତ ଓ ନେପାଳରେ ଏହା ବିଶିଷ୍ଟ ପର୍ବ ଭାବରେ ପାଳିତ ହୁଏ। ସାଂପ୍ରତିକ କାଳରେ ଏହି ରଙ୍ଗର ଉତ୍ସବ ଏତେ ପ୍ରଭାବ ବିସ୍ତାର କରିପାରିଛି ।ପିଲା ମାନଙ୍କର ଏହି ସମୟରେ ମଧ୍ୟ ପରୀକ୍ଷା ରହିଥାଏ। ଏହି ପରୀକ୍ଷା ରେ ପିଲାମାନେ ରଙ୍ଗ ବି ଖେଳି ପାରନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment