ମୁହଁରେ ସମସ୍ତ ପ୍ରକାରର ବ୍ରଣ ଓ ଦାଗ ( pimples and spots ) ର ଘରୋଇ ଚିକିତ୍ସା – Health Tips

ବନ୍ଧୁଗଣ ବର୍ତମାନ ସମସ୍ତେ ନିଜ ନିଜର ସୌନ୍ଦର୍ଯ୍ୟ ପାଇଁ ବହୁତ ସଚେତନ ରହୁଛନ୍ତି, ପ୍ରାୟତଃ ଅଧିକାଂଶ ଝିଅମାନଙ୍କ ମୁହଁରେ ବର୍ତମାନ ବ୍ରଣ ଅଧିକ ମାତ୍ରାରେ ଦେଖା ଦେଉଛି |ତେଣୁ ନିଜର ସୌନ୍ଦର୍ଯ୍ୟ କୌଣସି ଦାଗ ନବାହାରିବା ପାଇଁ କିମ୍ବା ନିଜର ବ୍ରଣ କମାଇବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ଫ୍ରେସ ୱାସ ବ୍ୟବହାର କରୁଛନ୍ତି ମାତ୍ର କୌଣସି ଉପକାର ମଧ୍ୟ ହେଉନାହିଁ |ଅନେକ ଲୋକ ବିଭିନ୍ନ ପ୍ରକାର କ୍ରିମ ମଧ୍ୟ ବ୍ୟବହାର କରୁଛନ୍ତି ହେଲେ ବ୍ରଣ କମିଯିବା ବଦଳରେ ଅଧିକ ହେଉଛି |ମୁଁ ଆଜି ଆପଣକୁ ଏମିତି କିଛି ଟିପ୍ସ ବିଷୟରେ କହିବି ଯାହାକୁ ଆପଣ କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣ ବ୍ରଣ ସମ୍ପୂର୍ଣ ଭଲ ହୋଇଯିବ |ତେବେ ଆସନ୍ତୁ ଜାଣିବା ଏହି ଟିପ୍ସ ଗୁଡିକ କଣ, ଏହାର ବ୍ୟବହାର କିପରି କରିବା ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |

1:-ଯଦି ଆପଣଙ୍କ ମୁହଁରେ ଅଧିକ ବ୍ରଣ ବାହାରୁ ଥାଏ ତେବେ ଆପଣ ପ୍ରତ୍ୟେକ ଦିନ ସକାଳ ବିଛଣାରୁ ଉଠିବା ପରେ ମୁହଁ ନଧୋଇ କିମ୍ବା ଭଲରେ କୁଳି କରିବା ପୂର୍ବରୁ ଆପଣ ନିଜ ଲାଳକୁ ବ୍ୟବହାର କରନ୍ତୁ |ଆପଣଙ୍କ ଲାଳରେ ମଧ୍ୟ ବହୁତ ଉପକାରିତା ରହିଛି, ତେଣୁ ସକାଳ ଉଠି ନିଜର ଲାଳକୁ ବ୍ରଣ ବାହାରି ଥିବା ସ୍ଥାନରେ ଲଗାନ୍ତୁ |

ଏହି ବ୍ରଣ ବାହାରିଥିବା ସ୍ଥାନରେ ଭଲରେ ଲଗାଇ ତାହାକୁ ପନ୍ଦର ମିନିଟ ପ୍ରଯ୍ୟନ୍ତ ଭଲରେ ମସାଜ କରନ୍ତୁ |ଏହି ପରି ଆପଣ ଯଦି କିଛି ଦିନ ଲଗାତାର ଭାବରେ କରନ୍ତି ତେବେ ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ, ଆପଣଙ୍କ ମୁହଁରେ ବ୍ରଣ ବାହାରିବା ଧୀରେ ଧୀରେ କମିବା ସହିତ ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ |

2:-ଦ୍ୱିତୀୟରେ ଆପଣ ଯଦି ପ୍ରାକୃତିକ ଉପାୟରେ ଆଲୋବେରା ଜେଲକୁ ବ୍ରଣ ପାଇଁ ବ୍ୟବହାର କରନ୍ତି ତେବେ ଆପଣଙ୍କ ବ୍ରଣ ଜନିତ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ଆପଣ ପ୍ରତ୍ୟେକ ଦିନ ମୁହଁରେ ଆଲୋବେରା ଜେଲ ଲଗାଇ ତାହାକୁ ଭଲରେ ମସାଜ କରି ଅଧ ଘଣ୍ଟା ପ୍ରଯ୍ୟନ୍ତ ଲଗାଇ ରଖି ପରେ ପ୍ଲେନ ପାଣିରେ ଏହାକୁ ଧୋଇ ଦିଅନ୍ତୁ |ଏହି ପରି ଯଦି ଆପଣ କିଛି ଦିନ କରନ୍ତି ତେବେ ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ଏହି ଉପାୟ ସମ୍ପୂର୍ଣ ପ୍ରାକୃତିକ ଅଟେ, ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ |

3:-ନିଜ ମୁହଁର ବ୍ରଣ ସହିତ ଆପଣ ଶରୀର ଅନେକ ରୋଗ କମାଇବା ପାଇଁ ଯଦି ପ୍ରାଣାୟାମ ପ୍ରତ୍ୟେକ ଦିନ କରନ୍ତୁ, ଏହା ସହିତ ଆପଣ ପ୍ରାଣାୟାମ କରିବା ଦ୍ଵାରା ଆପଣଙ୍କ ମୁହଁର ବ୍ରଣ ଧୀରେ ଧୀରେ ମଧ୍ୟ କମିଯିବ |ପ୍ରତ୍ୟେକ ଦିନ ସକାଳ ଆପଣ ଖାଲି ପେଟରେ ପ୍ରାଣାୟାମ କଲେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment