ମୁହଁରୁ କେମିତି ଯିବ ବ୍ରଣ ଜାଣନ୍ତୁ ? | Dr Prameela Philip

ତେବେ ଆମେ ଜାଣିଛୁ କି ଆଜି କାଲି ଯୁବ ପିଢ଼ି ମାନଙ୍କ ପାଖରେ ବ୍ରଣ ଜନିତ ସମସ୍ୟା ମାନ ଅଧିକ ଦେଖା ଯାଉଛି | ଆଉ ଯାହା ଫଳରେ ଏହି ବ୍ରଣ ମଣିଷ ର ମୁହଁ କୁ ଖରାପ କରିବାରେ ଲାଗିଛି | ତେବେ ମନେ ରଖିବେ ବ୍ରଣ ଜନିତ ସମସ୍ୟା ବିଶେଷ କରିକି ଯୁବ ବୟସରେ ଦେଖା ଯାଇଥାଏ | ତାହା ବ୍ୟତୀତ ବ୍ରଣ ବାହାରିବା ବେଳେ ତାହା ସହିତ ଲାଗିଲେ ବ୍ରଣ ଆହୁରି ଅଧିକ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଏହା ସହିତ ଆମର ଖାଦ୍ୟ ପେୟ ଓ ଷ୍ଟ୍ରେସ ଭଳି ସମସ୍ୟା ପାଇଁ ବ୍ରଣ ଅଧିକ ଆଜି କାଲି ଦେଖା ଯାଉଛି ବୋଲି କୁହାଯାଏ | ତାହେଲେ ଆସନ୍ତୁ ଏହି ବ୍ରଣ ରୁ ରକ୍ଷା ପାଇବା ପାଇଁ କଣ ସବୁ କରିବା ସେ ବିଷୟରେ ଜାଣିବା |

ଯୌବନ ଅବସ୍ଥାରେ ବ୍ରଣ ସମସ୍ୟା :-
କୁହାଯାଉଛି କି ବିଶେଷ କରିକି ଯୌବନ ଅବସ୍ଥାରେ ବ୍ରଣ ଜନିତ ସମସ୍ୟା ମାନ ଅଧିକ ଦେଖା ଯାଇଥାଏ | ତେବେ ଆଜି କାଲି ପିଲା ମାନେ ବାହାରର କେମିକାଲ ଯୁକ୍ତ ପ୍ରଡକ୍ଟସ ର ଅଧିକ ବ୍ୟବହାର କରିବା କୁ ଲାଗୁଛନ୍ତି ଆଉ ତାହା ସହିତ ବାହାରର ଜଙ୍ଗ ଫୁଡ ଖାଇବା ଯୋଗୁ ମଧ୍ୟ ବ୍ରଣ ଜନିତ ସମସ୍ୟା ଅନେକ ସମୟରେ ଦେଖା ଦେଇଛି ବୋଲି କୁହାଯାଉଛି | ତେବେ ଏହା ସହିତ ହର୍ମନାଲ ଇମ୍ବେଲେନ୍ସ ଓ ଝିଅ ମାନଙ୍କର PCOD ଭଳି ସମସ୍ୟା ବ୍ରଣ ସୃଷ୍ଟି କରିଥାଏ |କାଠ ବ୍ରଣ କଣ :-କାଠ ବ୍ରଣ ସାଧାରଣତଃ ଛୋଟ ଛୋଟ ଦାନ ଭଳି ଶରୀରରେ ବାହାରିଥାଏ | ଏହା ମୁଖ୍ୟତଃ ମୁହଁ ହାତର କହୁଣି ଓ ଛାତି ରେ ବାହାରିଥାଏ | ଏହା ଦୁଇ ପ୍ରକାରର ହୋଇଥାଏ ଯଥା ବ୍ଲାକ ଆକନେଡିନ ଓ ହ୍ୱାଇଟ ଆକଲେଡିନ ବୋଲି କୁହାଯାଏ |
ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେମିତି ମୁହଁରେ ଯତ୍ନ ନେବେ :-
ତେବେ କୁହାଯାଉଛି ମୁହଁରେ ବ୍ରଣ ଜନିତ ସମସ୍ୟା ଥିଲେ ଆମେ ସେଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ପ୍ରଡକ୍ଟସ ର ବ୍ୟବହାର କରିଥାଉ ଆଉ ଯାହା ଆମ ସ୍କିନ ପାଇଁ ଖରାପ ହୋଇଥାଏ ଓ ତାହା ଆମ ମୁହଁରେ ଅଧିକ ବ୍ରଣ ସୃଷ୍ଟି କରିଥାଏ | ଏହା ବ୍ୟତୀତ ଜଙ୍ଗ ଫୁଡ କମ ଖାଇବା ଓ କ୍ଷୀର ଓ ଦହି ଜାତୀୟ ଖାଦ୍ୟ ର ପରିମାଣ ମଧ୍ୟ କମେଇଦେବା | ତାହା ସହିତ ଆମେ ଷ୍ଟ୍ରେସ କମ ନେବା ଓ ନିଦ୍ରା 8 ଘଣ୍ଟା କରିବା ଆବଶ୍ୟକ ରହିଛି | ଏହା ସହିତ ଅଧିକ ମେକପ ଠାରୁ ଦୁରେଇ ରହିବା ଓ ବାହାରକୁ ଗଲେ ସୋନ୍ସ କ୍ରିମ ବ୍ୟବହାର କରିବା ଜରୁରୀ ଅଟେ |
ବ୍ରଣ ପାଇଁ ଡାକ୍ତରୀ ଚିକିତ୍ସା :-

ମୁହଁରେ ବ୍ରଣ କୁ ଭଲ କରିବା ପାଇଁ ଘରେଇ ଚିକିତ୍ସା ଭଲ କି :-ଘରେଇ ଚିକିତ୍ସା ସବୁବେଳେ ବ୍ରଣ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଭଲ ହୋଇ ଣ ଥାଏ | କାରଣ ସମସ୍ତଙ୍କର ସ୍କିନ ସମାନ ହୋଇ ଣ ଥାଏ ଆଉ ତାହା କାହାକୁ ସୁଟ କରିଥାଏ ଆଉ କାହାକୁ କରି ଣ ଥାଏ | ତାହା ଛଡା ଆଜି କାଲି ଯେଉଁ ଭଳି ଭାବରେ କେମିକାଲ ମିଶା ଜିନିଷ ଆସୁଛି ବାହାରରୁ ତାହା ଆମ ସ୍କିନ କୁ ଅଧିକ ଖରାପ କରିଥାଏ |ତେବେ ଯଦି ଆପଣଙ୍କର ବ୍ରଣ ଭଲ ହେଉନି ଆହୁରି ଅଧିକ ଖରାପ କରେଇ ଦେଉଛି ଆପଣ ଙ୍କ ସ୍କିନ କୁ ତାହେଲେ ଆପଣ ଡାକ୍ତର ଙ୍କ ପାଖକୁ ଯାଇ ପରାମର୍ଶ ନେଇ ମୁହଁରେ ଯତ୍ନ ନେଇ ପାରିବେ |ତେବେ ଏହା ଥିଲା ବ୍ରଣ କୁ କେମିତି ଭଲ କରିବେ ଓ ମୁହଁରେ ଯତ୍ନ ନେବେ ସେ ସମ୍ବଧୀୟ ତଥ୍ୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment