ନାଚି ଗାଇ ଧମାଲ ମଚେଇଲେ ! ଶଶୁର ଘରେ ପ୍ରଥମ ନୂଆ ବର୍ଷ କେମିତି ପାଳିଲେ ନୂଆ ବାହା ହୋଇଥିବା ଜୟଶ୍ରୀ | Dr Sesha Kisan

ବନ୍ଧୁଗଣ ଆପଣ ମାନେ ସମ୍ବଲପୁର ର ଶେଷ କିସାନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ତେବେ ସେ ହେଉଛନ୍ତି ଆମ ଓଡ଼ିଶାର ପୁଅ ଯିଏକି ବର୍ତ୍ତମାନ ଜର୍ମାନୀ ରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଅଟନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କି ଏତେ ବଡ଼ ମଣିଷ ଟିଏ ହୋଇଥିଲେ ମଧ୍ୟ ସେ ବିବାହ ପାଇଁ ନିଜ ଗାଁ ମାଟି କୁ ଫେରି ଆସିଥିଲେ ଆଉ ହାତ କୁ ଦି ହାତ ହେବା ପରେ ସେ ବର୍ତ୍ତମାନ ତାଙ୍କର ୟୁ ଟ୍ୟୁବ ଭିଡ଼ିଓ ଆରମ୍ଭ କରିଛନ୍ତି। ଆଉ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଯେଉଁ ଥିରେ ସେ ନିଜ ସ୍ତ୍ରୀ ଙ୍କ ସହ ବୁଲିବା କୁ ଯାଇଛନ୍ତି ଆଉ ତାହାର ଭିଡ଼ିଓ ସେୟାର କରିଛନ୍ତି।

ତେବେ ସୂଚନାଯୋଗ୍ୟ ଯେ, ଶେଷ କିସାନ ଙ୍କ ର ଜୀବନ କାହାଣୀ ବହୁତ ସଂଘର୍ଷମୟ ଏବଂ ପ୍ରେରଣା ଦାୟକ ଅଟେ। ତେବେ ସେ ଦିନେ ମୁଠେ ମୁଢି ଖାଇବା ପାଇଁ ପାଉ ନଥିଲେ ଆଉ ଆଜି ସେ ପ୍ରାୟ ୩୦ ଲକ୍ଷ ଟଙ୍କା ର ଏକ ମହଲା କୁ ଦାନ କରି ଦେଇଛନ୍ତି। ତେବେ ସେ କହିଛନ୍ତି କି , ପିଲା ଦିନ ରୁ ସେ ତାଙ୍କର ବାପା ମା ଙ୍କୁ ହରେଇ ଥିଲେ ଆଉ ନିଜେ ବଞ୍ଚିବା ପାଇଁ ଜଣେ ଶ୍ରମିକ ଭାବ ରେ ମୂଲ ଲାଗୁଥିଲେ।ଆଉ ସେ ମୂଲ ଲାଗି ନିଜ ପାଠ ପଢା ଆରମ୍ଭ କରିଥିଲେ ମାତ୍ର ଏହିଭଳି ପାଠ ପଢିଲେ କି ସେ ବର୍ତ୍ତମାନ ଜର୍ମାନ ର ଏକ ବୈଜ୍ଞାନିକ ପଦ ରେ ନିଯୁକ୍ତ ଅଟନ୍ତି।

ତେବେ ବର୍ତ୍ତମାନ ଡାକ୍ତର ଶେଷ କିସାନ ଙ୍କ ପତ୍ନୀ ଜୟଶ୍ରୀ ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି। ଯେଉଁ ଭିଡ଼ିଓ ରେ ବୈଜ୍ଞାନିକ ଙ୍କ ର ପତ୍ନୀ ଙ୍କ ର ନୂଆ ବର୍ଷ ଭୋଜି କୁ ନେଇ ହୋଇଛି। ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ଜୟଶ୍ରୀ ତାଙ୍କର ପରିବାର ର ପିଲାଙ୍କ ସହ ମିଶି ଏକ ଜଙ୍ଘଲ କୁ ଯାଇଛନ୍ତି ଭୋଜି କରିବା ପାଇଁ। ତେବେ ସେଠାରେ ସେମାନେ ଯାଇ ପହଁଚି ଭୋଜି ପ୍ରସ୍ତୁତି କରିଛନ୍ତି ଆଉ ଭୋଜି ରେ ପ୍ରସ୍ତୁତ ହୋଇଛି ଭାତ, ଚିକେନ୍ ପୋକଡ଼ା ଏବଂ ତା ସଙ୍ଗେ ରେ ମଟନ ତରକାରୀ।

ତେବେ ଜୟଶ୍ରୀ ସେହି ଝରଣା ପାଣି ରେ ସବୁ ଧୁଆ ଧୋଇ କରି ପଥର ରେ ଚୁଲି ତିଆରି କରି ଭାତ , ଚିକେନ୍ ପୋକଡ଼ା ଏବଂ ମଟନ ତରକାରୀ ପ୍ରସ୍ତୁତ କରିଛନ୍ତି। ଆଉ ସାଙ୍ଗ ହୋଇ ଏକାଠି ଖାଇଛନ୍ତି। ଏହା ଭିତରେ ତାଙ୍କ ଗ୍ରାମ ର କିଛି ଛୋଟ ପିଲା ମାନେ ମଧ୍ୟ ସେହି ପାହାଡ଼ ଉପରେ ଭୋଜି କରିଛନ୍ତି ଯାହାଙ୍କ ସହ ସେମାନେ ମଜାମସ୍ତି କରିଛନ୍ତି। ତେବେ ବୈଜ୍ଞାନିକ ଶେଷ କିସାନ ଙ୍କ ର ସ୍ତ୍ରୀ ଙ୍କ ର ଏହି ନୂଆ ବର୍ଷ ଭୋଜି ଟି ଖୁବ ମଜାଦାର ରହିଛି ଆପଣ ମାନେ ନିଶ୍ଚିତ ଭାବରେ ଏହାକୁ ଦେଖନ୍ତୁ ଏବଂ ମଜା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment