ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବେଳେବେଳେ ଅନେକ ଭିଡ଼ିଓ ଏମିତି ଆସିଥାଏ ଯେଉଁଥିରେ ଦେଖିବାକୁ ମିଳିଥାଏ ଓଡ଼ିଆ ର ଅନେକ ଫ୍ଲିମ ଏକ୍ଟ୍ରେସ ମାନଙ୍କ ବିଷୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଏହି ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ନୈନା ଦାସ ଙ୍କ ବିଷୟରେ ।
ନୈନା ଦାସ ଙ୍କର ଜନ୍ମ ଓ ଫ୍ଲିମ କେରିୟର :-
ନୈନା ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସହ ତେଲୁଗୁ, ଛତିଶଗଡ଼ି ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନୈନା ମାତ୍ର ୧୨ ବର୍ଷ ବୟସରେ ଓ ଟିଭିରେ ପ୍ରସାରିତ ପ୍ରଥମ ସ୍ୱରରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପରେ ୨୦୦୨ରେ ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ଦୁହିତାରେ ଅଭିନୟ ଆରମ୍ଭ କରିଥିଲେ ।
ନୈନା ୨୦୦୨ ମସିହାରେ ମା ମଙ୍ଗଳା ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶାଶୁଘର ଚାଲିଯିବି, ପୂଜା ପାଇଁ ଫୁଲଟିଏ ଭଳି ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଏବଂ ଧାରାବାହିକ ସହ ସେକିଛି ମଞ୍ଚରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ସହ ସେ ଏମିତି ରଙ୍ଗ ଦେଲୋ ଫୁଲ, ଡେଉଁଚି ମୋ ବାଆଁ ଆଖି ଭଳି ଓଡ଼ିଆ ଅଲବମ୍ରେ ମଧ୍ୟ ଅଭିନୟ କରିଛନ୍ତି ।
ନୈନା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସେ ସେଠାରେ ଓଡ଼ିଶୀ ରାଗରେ ଶିକ୍ଷା ଗ୍ରହଣ କରୁଥିଲେ । ଏହା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ । ଏହା ପରେ ସେ ରିଜିଓନାଲ କଲେଜ ଓଫ ମ୍ୟାନେଜମେଣ୍ଟରେ ସେ ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ।
ନୈନା ୧୨ ବର୍ଷ ବୟସରେ ଓ ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ସେ ଦୂରଦର୍ଶନରେ ଦୁହିତା, ସୁନା କଳସ ଭଳି କିଛି ଧାରାବାହିକରେ ମୁଖ୍ୟ ନାୟିକା ଅଥବା ସହକାରୀ କଳାକାର ଭାବରେ ଅଭିନୟ କରିଥିଲେ । ଏଥି ସହ ସେ ଓଡ଼ିଆ ଅଲବମ୍ରେ ମଧ୍ୟ ଅଭିନୟ କରିଥିଲେ । ୨୦୦୨ ମସିହାରେ ନୈନା ଓଡ଼ିଆ ଚଳଚ୍ଚିତ୍ର ମା ମଙ୍ଗଳାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଶାଶୁଘର ଚାଲିଯିବି, ପୂଜା ପାଇଁ ଫୁଲଟିଏ, ଲଭ୍ ଷ୍ଟୋରୀ, ବାହୁଡ଼ିବେ ମୋ ଜଗାବଳିଆ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ନୈନା ଓଡ଼ିଆ କଥାଚିତ୍ର ସହ ବଙ୍ଗଳା, ତେଲୁଗୁ ଏବଂ ଛତିଶଗଡ଼ି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।
ବିବାହ ପରେ ସେ କିଛିବର୍ଷ ପାଇଁ ଅଭିନୟ ଦୁନିଆ ରୁ ଦୂରେଇ ଯାଇଥିଲେ, ଏବଂ ଜୀ ସାର୍ଥକରେ ପ୍ରସାରିତ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀରେ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ । ୨୦୨୨ ମସିହା ରେ ସେ ଷ୍ଟାର୍ କିରଣର ଏକ ଧାରାବାହିକ ଶାନ୍ତିରେ ମୁଖ୍ୟ ନାୟିକା ଭୂମିକାରେ କାର୍ଯ୍ୟ କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।