Swastik Tv News Odisha

New Twist – ସୁନା ରଥରେ ଥିଲା ଦୁର୍ଲଭ ରତ୍ନମଣି ! କୁଆଡେ ଉଭେଇ ଗଲା ଏହି ଦୁର୍ଲଭ ମଣି… ଦେଖନ୍ତୁ Video

0

ବହୁତ ସମୟରେ ସମୁଦ୍ର କୂଳରେ ବହୁତ ଜିନିଷ ମିଳିଥାଏ, ତେବେ କୁହାଯାଏ କି ସମୁଦ୍ର କେବେ କିଛି ନେଇ ନିଜ ପାଖରେ ରଖେ ନାହିଁ ସେ ଯେମିତି ହେଉ ତାହା ଫେରେଇ ଦିଏ ।ତେବେ ଅନେକ ସମୟରେ ବହୁତ ମୂଲ୍ୟବାନ ଜିନିଷ ଏହି ସମୁଦ୍ର କୂଳରୁ ମିଳିଥାଏ, ତେବେ ନିକଟରେ ଗୋଟିଏ ରଥ ମିଳିଛି ସମୁଦ୍ର କୂଳରୁ, ଯାହା ଭାସି ଭାସିଥିଲା ଆନ୍ଧ୍ରପ୍ରଦେଶ କୁ ।ତେବେ ଏହି ରଥକୁ ନେଇ ବିଭିନ୍ନ ତର୍ଜମା ଏବେ ଚାଲିଛି କିନ୍ତୁ ଏଥିରେ ଏକ ରତ୍ନ ପଥର ରହିଥାଏ କିନ୍ତୁ ତାହା ଏହି ରଥରେ ନାହିଁ ଆଉ ଏ ନେଇ ବିଭିନ୍ନ ପ୍ରଶ୍ନ ଆସୁଛି ।

ତେବେ ଘଟଣା କ୍ରମେ ଏକ ସୁବର୍ଣ୍ଣ ରଥ ଯାହା ଭାସି ଭାସି ଆସିଥିଲା ଆନ୍ଧ୍ରପ୍ରଦେଶ ର ଚିକାକୂଳମକୁ,ତେବେ ଏପରି ଏକ ରଥ କୁ ଭାସି ଆସି ଥିବାର ଦେଖି ଲୋକମାନେ ରଥକୁ ସମୁଦ୍ରରୁ ଉଦ୍ଧାର କରିଥିଲେ ।ତାହା ପରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିଲା ସମସ୍ତଙ୍କ ମନରେ,ଯେମତି କୋଉଠୁ ଆସିଲା ଏହି ସୁନାର ରଥ, ଏମିତି ରଥ ଭାସି ଆସିବାର ମାନେ କଣ ।ତେବେ ସବୁପରେ ବିଶେଷଜ୍ଞ ମାନେ ଏହି ରଥକୁ ଦେଖି ଯାହା କହିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

ଗବେଷକ ମାନଙ୍କ କହିବା ଅନୁଯାୟୀ ଏହି ରଥ ମିଆଁମାର ରୁ ଆସିଛି, କାରଣ ସେଠାରେ ଅନେକ ସ୍ଥାନର ଏମିତି ଭାସମାନ ପାଗଡ଼ା ରହିଥାଏ ଯାହାକୁ ସ୍ୱର୍ଣ୍ଣ ରଥ କୁହାଯାଏ ।ତେବେ ଏହି ରଥରେ ଗୌତମ ବୁଦ୍ଧଙ୍କର ଗୋଟିଏ ମୂର୍ତ୍ତି ରହିଥାଏ ଆଉ ସେହି ମୂର୍ତ୍ତିରେ ଗୋଟିଏ ରତ୍ନ ପଥର ବି ଲାଗିଥାଏ ।କିନ୍ତୁ ଏହି ରଥଟି ଯେଉଁ ଧ୍ୱସ୍ତ ବିଧ୍ୱସ୍ତ ଅବସ୍ଥାରେ ରହିଛି ତାହାକୁ ଦେଖିଲାରୁ ଜଣା ପଡୁଛି ସେହି ବୁଦ୍ଧଙ୍କର ମୂର୍ତ୍ତି ଓ ରତ୍ନ ପଥର ଏଥିରେ ନାହିଁ ।ତେବେ ପ୍ରଶ୍ନ ଆସୁଛି ଏହି ରଥରେ ଯେଉଁ ବୁଦ୍ଧଙ୍କର ମୂର୍ତ୍ତି ଓ ରତ୍ନ ପଥର କୁଆଡେ ଗଲା ନା ତାହା ସମୁଦ୍ରରେ କୋଉଠି ଖସି ଯାଇଛି ।କିନ୍ତୁ ରଥର ଚାରି ପଟରେ ଡ୍ରାଗନ ର ପ୍ରତିକୃତି ର ଚିତ୍ର ରହିଛି,ତେବେ ଏହା ମିଆଁମାର ର ସଭ୍ୟତା ଅନୁସାରେ ଏହିପରି ସବୁ ରଥରେ ରହିଥାଏ ।

ତେବେ ମିଆଁମାର ର ଏପରି ରଥ ତିଆରି କରିବାର ପ୍ରମୁଖ କାରଣ ହେଉଛି ବୌଦ୍ଧ ଭିକ୍ଷୁ ଓ ବୌଦ୍ଧ ସନ୍ଥ ମାନେ ସେହି ରଥରେ ଏକାନ୍ତରେ ରହି ଧ୍ୟାନ ଓ ତପସ୍ୟା କରି ପରମ ସିଦ୍ଧିକୁ ପ୍ରାପ କରି ଥାଆନ୍ତି ।ସେଥିପାଇଁ ସେହି ରଥରେ ଡ୍ରାଗନ ଓ ମୂର୍ତ୍ତି ଓ ରତ୍ନ ପଥର ବି ରହିଥାଏ କିନ୍ତୁ ଏହି ରଥରେ ସେହି ମୂର୍ତି ନଥିବାର କାରଣ ଏତେ ଯାଏ ବି ଜଣା ପଡି ନାହିଁ ।ଆଉ ବିଶେଷଜ୍ଞ ମାନେ ଏ ବିଷୟରେ ଗବେଷଣା କରୁଛନ୍ତି ତାପରେ ଯାଇ ଏ ବିଷୟରେ ହୁଏତ ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.