Health Tips – ନିଦ୍ରା ସମୟରେ ଘୁଙ୍ଗୁଡ଼ି ( Snoring ) ମାରୁଛନ୍ତି କି ? କରନ୍ତୁ ଏହି ଛୋଟିଆ ଉପାୟ

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଖା ଦେଉଛି, ଯାହା ଦ୍ଵାରା ଆମକୁ ସର୍ବଦା ଅନେକ ସମୟରେ ସମସ୍ୟା ଦେଖିବାକୁ ମିଳିଥାଏ |ଆମର ଜୀବନରେ କିଛି ଖରାପ ଅଭ୍ୟାସ ରହିଛି, ଯାହା ସମସ୍ତଙ୍କୁ ଭଲ ଲାଗିନାଥାଏ, ଦୁନିଆରେ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଏକ ଖରାପ ଅଭ୍ୟାସ ରାତିରେ ସୁଇବା ସମୟରେ ଘୁଙ୍ଗୁଡ଼ି ହେବ ପରି ସମସ୍ୟା ରହିଥାଏ |ରାତିରେ ଶୁଇବା ସମୟରେ ଆପଣ ଯଦି ଘୁଙ୍ଗୁଡ଼ି ମାରନ୍ତି ତେବେ ଆପଣଙ୍କ ପାଖରେ ଶୁଇଥିବା ବ୍ୟକ୍ତି ଶାନ୍ତିରେ ଶୁଇ ପାରନ୍ତି ନାହିଁ, ଏହି ଘୁଙ୍ଗୁଡ଼ି ହେବା ପରି ଅଭ୍ୟାସ ଥିଲେ ଆପଣକୁ କୌଣସି ଜାଗାକୁ ଯିବା ଭଲ ଲାଗି ନଥାଏ |

କାରଣ ଆପଣଙ୍କ ଘୁଙ୍ଗୁଡ଼ି ସମସ୍ୟା କାରଣରୁ ଆପଣକ ଅନେକ ବ୍ୟକ୍ତି ଥଟା ମଧ୍ୟ କରନ୍ତି |ମୁଁ ଆଜି ଆପଣକୁ ଏହି ସମସ୍ୟାର ସମାଧାନ ପାଇଁ ଏକ ସୁନ୍ଦର ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣ କିଛି ଦିନ କରିବା ଦ୍ଵାରା ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାର ସମାଧାନ ପାଇଁ ଏକ ଘରୋଇ ଉପଚାର |

ଘୁଙ୍ଗୁଡ଼ି ପରି ସମସ୍ୟା ରହିଥିଲେ ଆପଣ ଏଥିପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କ ଏହି ସମସ୍ୟା ଠିକ ହୋଇନଥାଏ |ଏହି ସମସ୍ୟାର ସମାଧାନ ପାଇଁ ଡାକ୍ତରଙ୍କ ଦ୍ଵାରା କୌଣସି ଚିକିତ୍ସା ନାହିଁ, ଏହି ସମସ୍ୟା ସମ୍ପୂର୍ଣ ଦୂର କରିବା ପାଇଁ କୌଣସି ଔଷଧ ମଧ୍ୟ ବ୍ୟବହାର କରାଯାଏ ନାହିଁ |ଏଥିପାଇଁ ଆପଣ କିଛି ଘରୋଇ ଉପଚାର ବ୍ୟବହାର କରି ପାରିବେ, ଏହି ଘରୋଇ ଉପଚାର ମାଧ୍ୟମରେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ |

ଆପଣ ରାତିରେ ଶୁଇବା ସମୟରେ ପ୍ରତ୍ୟେକ ଦିନ ରାତିରେ ଦେଶୀ ଗାଇ ଘିଅ, ଭୁଲରେ ଆପଣ ଅନ୍ୟ ଘିଅ ବ୍ୟବହାର କରିବେ ନାହିଁ |ଆପଣ ଦେଶୀ ଗାଇ ଘିଅକୁ ହାଲକା ଉଷମ କରି ରାତିରେ ଶୁଇବା ସମୟରେ ଦୁଇ ନାକ ଫୁଡ଼ାରେ ଏକ ଠାପା ଲେଖାଏଁ ପକାନ୍ତୁ |ଦୁଇ ନାକ ଫୁଡ଼ାରେ ଏହି ଦେଶୀ ଗାଇ ଘିଅ ଉଷମ କରି ପକାଇ ତାହାକୁ ଧୀରେ ଧୀରେ ନିଶ୍ୱାସ ମାଧ୍ୟମରେ ଭିତରକୁ ଟାଣି ନିଅନ୍ତୁ, ଯେପରି ଘିଅ ଭିତରେ ପ୍ରଯ୍ୟନ୍ତ ଯାଇ ପାରିବ |

ଏହି ପରି ପ୍ରତ୍ୟେକ ଦିନ ରାତିରେ ଆପଣ ଦେଶୀ ଗାଇ ଘିଅ ଯଦି ବ୍ୟବହାର କରନ୍ତି ତେବେ ଆପଣଙ୍କ ଘୁଙ୍ଗୁଡ଼ି ଜନିତ ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |ଏହି ଉପାୟ ଆପଣ ଚାରି ରୁ ପାଞ୍ଚ ଦିନ ପ୍ରଯ୍ୟନ୍ତ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ, ଏଥିପାଇଁ ଆପଣକୁ କୌଣସି ଉପହାସର ମଧ୍ୟ ସ୍ୱୀକାର ହେବା ପାଇଁ ପଡିବ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment