ବନ୍ଧୁମାନେ ଆମର ଏହି ସଂସାରରେ ଅନେକ ନୀତିନିୟମ ରହିଛି ଆଉ ସେହି ନିୟମ ମାନି ସବୁକିଛି କାମ ଚାଲି ଆସୁଛି ।ସେହି ନିୟମ ଭିତରେ ଗୋଟିଏ ଝିଅର ଜୀବନ ବି ବନ୍ଧା ହେଇଥାଏ, ସଂସାରର ରୀତି ଅନୁସାରେ କୁହାଯାଏ କି ଝିଅ ଜନମ ପର ଘରକୁ ।ଝିଅ ଟିଏ ଜନ୍ମ ହେଲା ପରେ ସେ ଅନ୍ୟ ଏକ ଘରକୁ ଯାଇ ସଂସାର କରିବ ବୋଲି ସମସ୍ତେ ଜାଣିଥାନ୍ତି ।ଆଉ ଏହି ନିୟମ କୁ ମାନି ଆଜି ବି ବିବାହ ପରେ ଝିଅ ଟିଏ ପର ଘରର ଭାର ତୁଲାଇ ନେଉଛି ।କିନ୍ତୁ ବାହାଘର ପରେ ଝିଅ ଟିର ଯେଉଁ ବିଦାୟୀ ହୁଏ ତାହା ଖୁବ ଦୁଃଖ ଦାୟକ ଅଟେ ।
କଥାରେ କୁହାଯାଏ କି ବିଦାୟ ସବୁବେଳେ ଦୁଃଖ ଦାୟକ, ଆଉ ସେହି ବିଦାୟ ଯେଉଁ ପ୍ରକାର ବି ହେଉ ।ଆଉ ପ୍ରତ୍ୟେକ ଝିଅ ଜୀବନରେ ଏମିତି ଏକ ବିଦାୟ ର ଘଡି ଆସିଥାଏ କି ତାର ଜୀବନ ପୁରା ବଦଳି ଯାଏ ।ବାପାମାଆ ନିଜ ଝିଅକୁ କେତେ ସ୍ନେହର ସହିତ ପାଳି ବଡ଼ କରିଥାନ୍ତି କିନ୍ତୁ ଝିକୁ ବିଦା କଲାବେଳେ ବାପାମାଆ ଙ୍କ ଦୁଃଖ କହିଲେ ନସରେ ।ତେବେ ଆଜିକାଲି ସୋସିଆଲ ମେଫିଆରେ ଅନେକ ବାହାଘର କୁ ନେଇ ଭିଡ଼ିଓ ଗୁଡିକ ଦେଖିବାକୁ ମିଳୁଛି ।ବହୁତ ସମୟରେ ଝିଅ ବିଦାୟ ର ଦୃଶ୍ୟ ବି ନଜରରେ ଆସୁଛି,ଯେଉଁ ବିଦାୟ ଗୁଡିକ ଦେଖିଲେ ପ୍ରତ୍ୟେକ ଙ୍କ ଆଖିରୁ ଲୁହ ଆସିଯାଏ ।ଯେମିତି ଆଜିର ଏହି ଭିଡ଼ିଓରେ ଦେଖନ୍ତୁ କେମିତି ଜଣେ ଝିଅର ବିଦାୟ ହେଉଛି, ଯେଉଁଠି ଝିଅର ଆଖି ଲୁହରେ ପୁରା ପରିବାର କାନ୍ଦି ଉଠୁଛି ।
ଗୋଟିଏ ବାହାଘର ପୂର୍ବରୁ ଅନେକ ରୀତିନୀତି ଚାଲିଥାଏ ଆଉ ସେହି ଭିତରେ ଝିଅର ଆଖିରୁ ଅନେକ ଥର ଲୁହ ଝରି ଆସେ, ଯାହା ଦେଖି ଆତ୍ମୀୟ ମାନେ ବି କାନ୍ଦି ଉଠନ୍ତି ।ଆଉ ଏହି ଭିଡ଼ିଓରେ ବି ସେମିତି କିଛି ଘଟୁଛି ଝିଅ ଟିର ହଳଦୀ ଠାରୁ ଆରମ୍ଭ କରି ବିଦାୟ ଯାଏ ସବୁବେଳେ ଝିଅ ଆଖିରେ ଲୁହ ରହୁଛି ।ଆଉ ଶାଶୁଘର କୁ ଯିବା ପୂର୍ବରୁ ଝିଅଟି ନିଜ ପ୍ରିୟଜନ ଙ୍କୁ ଧରି ଖୁବ ଜୋର ରେ କାନ୍ଦିବାରେ ଲାଗୁଚି ।ଆଉ ଝିଅର କାଣ୍ଡ ଦେଖି ବାପାମାଆ ବି ଥୟ ଧରି ରହି ପାରୁ ନାହାନ୍ତି, ଏମିତି ଏକ ଦୁଃଖର ମାହଲ ଭିତରେ ଶେଷରେ ଝିଅ ର ବିଦାୟୀ ହେଉଛି ।
ତେବେ ସତରେ ବାହାଘର କୁ ଯେତେବେଳେ ସମସ୍ତେ ଖୁବ ଖୁସିରେ ରହିଥାନ୍ତି ସେହି ସମୟରେ ଝିଅଟିର ଦୁଃଖ କୁ କେହି ବି ବୁଝି ପାରନ୍ତି ନାହିଁ ।ତାର ଆଗାମୀ ଜୀବନ ଯେ ପୁରା ବଦଳିଯିବ କେତେ ନୂଆ ଲୋକଙ୍କୁ ନେଇ ଆଗାମୀ ଜୀବନ ଚଳିବାକୁ ହେବ ତାହାର ସେ କଳ୍ପନା ବି କରିପାରେ ନାହିଁ ।ଆଉ ଏହି ସବୁ ଭିତରେ ନିଜ ଲୋକଙ୍କୁ ଛାଡି ଆସିବାର ଦୁଃଖ ଜଣେ ଝିଅ ହିଁ ବୁଝିପାରେ ଭଲ ଭାବରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।