No more Hair fall ଏଥର ଖାଲି ଚୁଟି ବଢ଼ିବ ଜମା ରୁ ଝଡ଼ିବନି || ମୋ secret Hair tonic

ଦର୍ଶକ ବନ୍ଧୁ ଆଜିକା ସମୟରେ କେଶ ଝଡ଼ିବା ଯୁବ ପିଢ଼ି ମାନଙ୍କର ପ୍ରମୁଖ ସମସ୍ୟା କେଶ ଝଡ଼ିବା ଫଳରେ ଆଜିର ଯୁବ ପିଢ଼ି ଅଧିକ ଚିନ୍ତାଗ୍ରସ୍ତ ହେବାର ଦେଖାଯାଇଛି | ଏହି କେଶ ଝୋଡ଼ିବାକୁ ରୋକିବା ପାଇଁ ଅନେକ ଲୋକ ଘରେଇ ଉପଚାର କୁ ଆପଣାଇବା ରେ ମଧ୍ୟ ଦେଖାଯାଇଛି | ତାହାଲେ ଦର୍ଶକ ବନ୍ଧୁ କେଶ ପାଇଁ ଅନେକ ଉପାୟ ରହିଛି | ତେବେ ଆଜି କାଲି କେଶ ଝୋଡ଼ିବା କେଶ ନ ବଢିବା, କେଶ ରେ ରୂପି ହେବା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ | ତେବେ ଆଜି କାଲି ଏହି ସବୁ ସମସ୍ୟା ପାଇଁ ବିିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି ତେଣୁ କେଶ ଝୋଡ଼ିବାକୁ ରୋକିବା ପାଇଁ, କେଶର ଥିବା ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ଆସନ୍ତୁ ଏହାର ସହଜ ଘରେଇ ଉପଚାରର ପ୍ରସ୍ତୁତି ବିଷୟରେ ଜାଣିବା |

ତେବେ ଏହି ଘରେଇ ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ କିଛି ସାମଗ୍ରୀ ର ଆବଶ୍ୟକ ପଡିବ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ବନ୍ଦ ହେବା ସହିତ ଆପଣଙ୍କ କେଶ ମଧ୍ୟ ଭିତରୁ ମଜଭୁତ ହେଇଥାଏ | ତାହାଲେ ସେହି ସାମଗ୍ରୀ ଟି ହେଉଛି ପିଜୁଳି ପତ୍ର ଓ କର୍ପୁର | ଦେଖନ୍ତୁ ଆପଣ ମାନେ ତୋ ଜାଣିଛନ୍ତି ପିଜୁଳି ପତ୍ରରେ ବିଭିନ୍ନ ପ୍ରକାର ଭିଟାମିନ, ମିନେରାଲସ, ଓ ଆଣ୍ଟି ଏନଫ୍ଲାମାଣ୍ଟ୍ରି ଗୁଣ ବହୁତ ମାତ୍ରା ରେ ଭରପୁର ହେଇ ରହିଛି | ଯାହାକୁ ପ୍ରସ୍ତୁତ କରି ଆପଣଙ୍କ କେଶ ରେ ଲଗାଇବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ପରି ସମସ୍ୟା ଅତି ସହଜରେ ଦୂର ହେଇଯିବ | ତାହାଲେ ଏବେ ଆସନ୍ତୁ ଏହାର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ପିଜୁଳି ପତ୍ର, କର୍ପୁର

ପ୍ରସ୍ତୁତ ପ୍ରଣାଳୀ :-

କେଶର ବିଭିନ୍ନ ସମସ୍ୟା ପାଇଁ ପ୍ରଥମେ ଆପଣ 10 ରୁ 12 ଟି ପିଜୁଳି ପତ୍ର ନିୟନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ ଦିୟନ୍ତୁ | ତାପରେ ଏକ ପାତ୍ର ରେ ସେହି ପିଜୁଳି ପତ୍ର କୁ ନେଇ ଦୁଇ ଗ୍ଲାସ ପାଣିରେ ଏହାକୁ ଭଲ ଭାବରେ ଫୁଟାନ୍ତୁ ଏହାକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହି ପାଣି ଫୁଟି ଅଧା ରେ ପରିଣତ ନ ହେଇଛି | ତେବେ ଦେଖିବେ ଯେତେବେଳେ ପାତ୍ରରେ ପାଣି ମାତ୍ରା କମ ହେବା ସହିତ ପାଣି ରଙ୍ଗ ପରିବର୍ତ୍ତନ ହେଇସାରିଛି ସେତେବେଳେ ଏହାକୁ ଗ୍ୟାସ ରୁ ଓଲ୍ହାଇ ନେଇ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିୟନ୍ତୁ | ତାପରେ ଏହା ଥଣ୍ଡା ହେବା ପରେ ଏହାକୁ ଏକ ଛୋଟ ସ୍ପ୍ରେ ବୋତଲ ରେ ପୁରାଇ ରଖନ୍ତୁ ଓ ଏହାକୁ ବ୍ୟବହାର କରନ୍ତୁ | ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ |

ବ୍ୟବହାର :-

ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାରଟି ଆପଣ ସପ୍ତାହ ରେ ଥରେ କିମ୍ବା ଦୁଇ ଥର ଆପଣଙ୍କ କେଶରେ ବ୍ୟବହାର କରନ୍ତୁ | ତେବେ ଏହାକୁ କେଶରେ ଲଗାଇବା ପୂର୍ବରୁ ଆପଣଙ୍କ କେଶ କୁ ଭଲ ଭାବରେ କୁଣ୍ଡାଇ ଦିୟନ୍ତୁ ତାପରେ ଆପଣ ପ୍ରସ୍ତୁତ କରି ରଖିଥିବା ସ୍ପ୍ରେ କୁ ଆପଣଙ୍କ କେଶରେ ଭଲ ଭାବରେ ସ୍ପ୍ରେ କରନ୍ତୁ ଏବଂ ଆପଣଙ୍କ କେଶ କୁ ଭଲ ଭାବରେ ମସାଜ କରନ୍ତୁ | ଏମିତି କିଛି ଦିନ କରନ୍ତୁ ଦେଖିବେ ଆପଣଙ୍କ କେଶ ଝଡ଼ିବା ବନ୍ଦ ହେବା ସହିତ କେଶ ମଜଭୁତ ମଧ୍ୟ ହେବ |

ଏହା ଥିଲା କେଶ ଝଡିବା ଭଳି ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment