Swastik Tv News Odisha

Odia Bayagita – ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କ’ଣ ସୂଚନା ମିଳେ ? ଥରୁଟିଏ ନିଶ୍ଚୟ ଜାଣି ରଖନ୍ତୁ

0

ସମାଜ ଯେତେ ଆଗକୁ ଯାଇଥିଲେ ମଧ୍ୟ , ପୁରାଣ ଶାସ୍ତ୍ରକୁ ଆଜି ମଧ୍ୟ ଆମେ ସେତିକି ସମ୍ମାନ ଓ ବିଶ୍ୱାସ କରିଥାଉ । ଆମ ଜୀବନରେ ଘଟିଥିବା ପ୍ରତିଟି ଘଟଣା , ଭଲ ହେଉ ବା ମନ୍ଦ ସବୁକିଛି ଆମ କର୍ମ ଉପରେ ନିର୍ଭର କରିଥାଏ । ଜୀବନକୁ ସରସ ସୁନ୍ଦର ଭାବେ ଗଢିତୋଳିବା ପାଇଁ କେତେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ । ଯାହା ଆମର ଜୀବନଶୈଳୀକୁ ସୁନ୍ଦର କରିଥାଏ , ଆଜି ଆମେ ଆପଣଙ୍କୁ ପୁରାଣ ଶାସ୍ତ୍ରର କେତେକ ରୀତି ନୀତି ବିଷୟରେ ଜଣେଇବୁ , ଯାହା ଆମର ଦୈନନ୍ଦିନ ଜୀବନରେ ବହୁତ କାର୍ଯ୍ୟରେ ଆସିଥାଏ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ ବିଷୟରେ ।

1. ଘରେ ଲଗେଇଥିବା ଗଛ ସବୁଦିନ ସକାଳେ ପାଣି ଦେବା ବହୁତ ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ମାନସିକ ସ୍ତରରେ ଶାନ୍ତି ମଧ୍ୟ ମିଳିଥାଏ ।

2. ଘରକୁ ଫେରିବା ସମୟରେ ହାତରେ କିଛି ନା କିଛି ନେଇକି ଆସିବା ଦରକାର , ଏହା ଦ୍ୱାରା ଘରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦା ସର୍ବଦା ରହିଥାଏ ।

3. ଯଦି ମୁଣ୍ଡ କୁଣ୍ଡେଇବା ସମୟରେ ଆପଣଙ୍କ ହାତରୁ ପାନିଆ ତଳକୁ ଖସିଯାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ । କିନ୍ତୁ କାନରେ କେଶ ଉଠିବା ଅଶୁଭ ବୋଲି କୁହାଯାଏ ।

4. ଆପଣ ଭୁଲରେ ବି ଅମାବାସ୍ୟା ଦିନ ନିଶା ତଥା ମଦ୍ୟପାନ କିମ୍ୱା ମାଂସ ସେବନ କରିବା ଦ୍ୱାରା ଆପଣ କୌଣସି ଦୁର୍ଘଟମଣାର ସମ୍ମୁଖୀନ ହୋଇ ପାରନ୍ତି ।

5. ଗାଧୋଇବା ବେଳେ କିମ୍ୱା ବାହାରୁ ଘରକୁ ପ୍ରବେଶ କରିବା ସମୟରେ ନିଜର ପାଦକୁ ଭଲ ଭାବରେ ସଫା କରି ଧୋଇନେବା ଉଚିତ୍ । ଏପରି ପ୍ରତିଦିନ କରିବା ଦ୍ୱାରା ମନ ସ୍ଥିର ଓ ଶାନ୍ତ ହୋଇଥାଏ ।

6. ଯେଉଁମାନଙ୍କର ବାରମ୍ୱାର ଚୁଟି ଧରିବାର ଅଭ୍ୟାସ ଥାଏ କିମ୍ୱା ଚୁଟି ଛୁଇଁବାର ଅଭ୍ୟାସ ରଖିଥାନ୍ତି ସେମାନଙ୍କ ଠାରେ ସର୍ବଦା ଅମଙ୍ଗଳ ତଥା ଅଭାବ ଦେଖା ଦେଇଥାଏ ।

7. ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କିଛି ଅଶୁଭ ନଥାଏ କି ଶୁଭ ନଥାଏ । କିନ୍ତୁ ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ଭ୍ରମିତ କରିଥାଏ ।

8. ଯେଉଁମାନେ ଗରମ ପାଣିରେ ଗାଧୋଇଥାନ୍ତି , ସେମାନଙ୍କ କେଶ ଝଡିବା ସହ ଆଖିର ଦୃଷ୍ଟିଶକ୍ତି କ୍ଷମତା ହ୍ରାସ ପାଇଥାଏ ।

9. ଯେଉଁ ବ୍ୟକ୍ତିମାନେ ଖାଇବା ପରେ ଅଇଁଠା ବାସନକୁ ସେହିପରି ଛାଡିକି ଯାଇଥାନ୍ତି , ସେମାନଙ୍କୁ ସଫଳତା ମିଳିବା ସମ୍ଭବ ହୋଇ ନଥାଏ । ଯଦି ସେମାନେ ସଫଳତା ପ୍ରାପ୍ତ କରିଥାନ୍ତି , ତାହା ବହୁତ ଶୀଘ୍ର ନଷ୍ଟ ହୋଇଥାଏ ।

10 ଯେଉଁ ବ୍ୟକ୍ତିମାନେ ସୂର୍ଯ୍ୟଦୟ , ସୂର୍ଯ୍ୟାସ୍ତ କିମ୍ୱା ଦିନ 12 ଘଟିକା ସମୟରେ ଖାଇବା ଅଭ୍ୟାସ ରଖିଥାନ୍ତି କିମ୍ୱା ଲୋକଙ୍କ ସହ ଝଗଡା କରିଥାନ୍ତି , ସେମାନଙ୍କ ଠାରେ ଦାରିଦ୍ରତା ଏବଂ ଅଭାବ ଦେଖାଯାଏ ।

11 . ଯେଉଁ ମାନଙ୍କର ନାକରେ ଆଙ୍ଗୁଳି ପୂରେଇବା କିମ୍ୱା ଦାନ୍ତ ରୋଗଡିବା ଅଭ୍ୟାସ ରହିଥାଏ , ତାଙ୍କ ପାଖରେ ସର୍ବଦା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.