Odia jatra Anchoring – ନାରୀ ଜାତି କେତେ ପ୍ରକାରର…. ଏମିତି ଖେଳ କରି…

ବନ୍ଧୁଗଣ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ ଯେମିତି କିମିଆ କରି ରଖିଛନ୍ତି। ତାଙ୍କ ଅଭିନୀତ ଅପେରା ପଡିଲେ ଲୋକେ ଧାଇଁ ଯାଆନ୍ତି ଯେମିତି ବି ହେଉ ସେ ଯାତ୍ରାକୁ ଦେଖିବା ପାଇଁ।ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି।ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି।

ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ତେଣୁ ଯାତ୍ରା ଜଗତର କଳାକାର ମାନଙ୍କୁ ପାଖରେ ପ୍ୟାଣ୍ଡେଲ ରେ ଦେଖିବାକୁ ପାଇ ଦର୍ଶକ ବେଶ୍ ଖୁସି ହୁଅନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ। ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ମନୋରଂଜନ ର ଛୁଙ୍କ।ଯାତ୍ରା ଆରମ୍ଭ ହେବା ପୂର୍ବରୁ ରହିଥାଏ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଯାହାକୁ ଦେଖିବାକୁ କିଛି ସ୍ଵତନ୍ତ୍ର ଦର୍ଶକ ବେଶ୍ ଭଲ ପାଆନ୍ତି।

କାରଣ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ଏହି ସମୟରେ ମଝିରେ ମଝିରେ ହୋଇଥାଏ ଆଙ୍କରୀଙ୍ଗ। ଯାହାକୁ ଶୁଣି ହସି ହସି ଗଡି ଯାଆନ୍ତି ଦର୍ଶକ। ବହୁତ୍ ମଜାଦାର ଢଙ୍ଗରେ ଉଭୟ ମେଲ୍ ଏବଂ ଫିମେଲ ଆଙ୍କର ଏହାକୁ ଉପସ୍ଥାପନ କରିଥାନ୍ତି।ଏହାକୁ ଦେଖିବାକୁ ଏବଂ ମଜା ନେବାକୁ ବି ଦର୍ଶଙ୍କର ମନରେ ଏକ ଭିନ୍ନ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଥାଏ। ଆମେ ଆଜି ଆପଣଙ୍କୁ ଏହି ଯାତ୍ରାର ଏକ ମନୋରଂଜନ ପୂର୍ଣ୍ଣ ଅଂଶ ଆଙ୍କରିଙ୍ଗ ବିଷୟରେ କହିବୁ।ଆପଣ ଏଠାରେ ଏହି ଭିଡିଓ ରେ ଦେଖିବେ କିପରି ଉଭୟ ଲେଡି ଏବଂ ଜେଣ୍ଟସ ଆଙ୍କର ମଜାଦାର ଆଙ୍କରିଙ୍ଗ କରୁଛନ୍ତି।

ସାୟେରି ମାଧ୍ଯମରେ ପରସ୍ପର ପରସ୍ପରକୁ ମଜାଳିଆ ଢଙ୍ଗରେ ଆକ୍ଷେପ କରୁଛନ୍ତି। ପ୍ରଥମେ ଫିମେଲ୍ ଆଙ୍କର ଶାୟେରି ମାଧ୍ଯମରେ ପୁଅଙ୍କୁ କହିବା ପରେ ଏହାର ପ୍ରତି ଜବାବରେ ମେଲ୍ ଆଙ୍କର ଜଣଙ୍କ ମଧ୍ୟ ନାରୀ ମାନଙ୍କ ବିଷୟରେ ସାୟେରୀ ମାଧ୍ୟମରେ ଏହାକୁ କହୁଛନ୍ତି।କେହି କାହାକୁ ଯେମିତି କମ୍ ନୁହଁନ୍ତି। ତେବେ ସେମାନେ ଯେଉଁଭଳି ଡବଲ ମିନିଙ୍ଗ ର ଶାୟେରୀ ମଜାଦାର ଭାବରେ କହୁଛନ୍ତି ଏହାକୁ ଶୁଣିଲେ ଆପଣ ଯାତ୍ରା ବେଳର ସେହି ଆଙ୍କରିଙ୍ଗ ଦୃଶ୍ୟକୁ ମନେ ପକାଇ ନିଶ୍ଚିତ ଖୁସି ହେବେ।ଏହି ଭିଡ଼ିଓରେ ଆପଣ ଏହିଭଳି ଅନେକ ଆଙ୍କରିଂର ଦୃଶ୍ୟ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment