Swastik Tv News Odisha

Odia Recip – ଥରେ ମାତ୍ର ମୋ ଷ୍ଟାଇଲରେ ବିନା ଚାଉଳ ବିରିରେ ଏକଦମ୍ ନୁଆଁ ପିଠା ବନେଇ ଖାଇ ଦେଖନ୍ତୁ… ଗ୍ୟାରେଣ୍ଟି ଦେଖିଲା ମାତ୍ରେ କରିବେ… ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଆପଣ ମାନେ ସବୁବେଳେ ସିମେଇ କୁ ଖିରି ବନେଇ ଖାଇଥାନ୍ତି କିନ୍ତୁ ଆଜି ଆମେ ସେଇ ସିମେଇ ରୁ ଗୋଟିଏ ନୂଆ ପ୍ରକାର ପିଠା ରେସିପି ଶିଖିବା । ଯାହାକୁ ବନେଇବା ବହୁତ ସହଜ ଅଟେ , ଖରେ ଖାଇଲେ ପୁଣି ଥରେ ଖାଇବା ପାଇଁ ଇଚ୍ଛା ହେବ । ତେବେ ଆସନ୍ତୁ ଜାଣିବା ସେହି ନୂଆ ରେସିପିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଗ୍ୟାସରେ ଏକ କଢେଇ ବସାନ୍ତୁ , କଢେଇ ହାଲକା ଗରମ ହେବା ପରେ ସେଥିରେ ଏକ କପ ସିମେଇ ଆଡ୍ କରନ୍ତୁ । ଏହାକୁ 1-2 ମିନିଟ ପର୍ଯ୍ୟନ୍ତ ରୋଷ୍ଟ କରି ନିଅନ୍ତୁ , ଏହାପରେ ଗୋଟେ ବଡ ଚାମଚରେ ରିଫାଇନ ଅଏଲ ୟୁଜ କରିପାରିବେ । ସିମେଇର କଲର ଚେଞ୍ଜ ହେବା ପର୍ଯ୍ୟନ୍ତ ଏହାକୁ ରୋଷ୍ଟ କରି ନିଅନ୍ତୁ । ଏହାପରେ ସେଥିରେ ଏଡ୍ କରନ୍ତୁ ହାପ୍ କପ ସୁଜି ଏହାକୁ ଅଳ୍ପ ସମୟ ପାଇଁ ଭାଜି ନିଅନ୍ତୁ । 2 -3 ମିନିଟ ପରେ ଏହା ଭଲସେ ଭାଜି ହୋଇ ଗଲାଣି , ବର୍ତ୍ତମାନ ତାହାକୁ ବାହାର କରି ନିଅନ୍ତୁ । ଏବେ ସେହି କଢେଇ ରେ ତିନି କପ କ୍ଷୀର ଦିଅନ୍ତୁ ଏବଂ ଏଥିରେ ହାପ କପ ଚିନି ଆଡ୍ କରନ୍ତୁ ।

ଏବେ ସେଥିରେ ଦୁଇ ତିନୋଟି ଅଳେଇଚ ଏଡ୍ କରନ୍ତୁ , କ୍ଷୀର ର ଫୁଟ ଆସିବା ପରେ ସେଥିରେ ରଖାଯାଇଥିବା ସୁଜି ସିମେଇକୁ ଏଡ୍ କରନ୍ତୁ । କିଛି ଟାଇମ ପାଇଁ ଏହାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ , ମଝିରେ ମଝିରେ ଗୋଳେଇ ଦିଅନ୍ତୁ । ବର୍ତ୍ତମାନ ସିମେଇ ଏବଂ ସୁଜି ଭଲ ଭାବରେ ଫୁଟି ଆସିଲାଣି , ଏହାକୁ ଡ୍ରାଏ ହେବା ପର୍ଯ୍ୟନ୍ତ କୁକ ହେବା ପାଇଁ ଛାଡିଦିଅନ୍ତୁ । ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଛି , ଗ୍ୟାସର ଫ୍ଲେମକୁ ବନ୍ଦକରି ଦିଅନ୍ତୁ । ଏବେ ଗୋଟିଏ କେଟିନ ନିଅନ୍ତୁ ସେଥିରେ ଅଳ୍ପ ତେଲ ଲଗେଇ ଦିଅନ୍ତୁ , ଏବେ ସେହି ଗରମ ଗରମ ସୁଜି ସିମେଇର ମିକ୍ସଚରକୁ ଟ୍ରାନ୍ସପର କରି ଦିଅନ୍ତୁ ।

ଏହାକୁ ଭଲ ଭାବରେ ସମାନ କରିନିଅନ୍ତୁ , ଯେମିତି ତା ମଧ୍ୟରେ ଫାଙ୍କା ରହି ନଯାଏ , ସିଜି ସିମେଇର ଡିସକୁ ସମାନ କରି ସାରିବା ପରେ କିଛି ସମୟ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହାପରେ ଏକ ପ୍ଲେଟ ଆଣି ତାହାକୁ ବାହାର କରି ନିଅନ୍ତୁ । ଏବେ ଏହାକୁ ଆପଣ ଛୁରୀ ରେ ପିସ ପିସ କରି କାଟି ଦିଅନ୍ତୁ । ଏଥିରେ ପାଣିର ଆଦୌ ୟୁଜ ହୋଇ ନାହିଁ , ଏଥିରେ ଯେଉଁ କ୍ଷୀର ୟୁଜ ହୋଇଛି ତାହାର ଟେଷ୍ଟତ ବହୁତି ଭଲ ଆସିଥାଏ ।

ଗୋଟିଏ ପ୍ଲେଟରେ ଅଳ୍ପ ସିମେଇ ନିଅନ୍ତୁ , ଏବେ ସେଇ ସୁଜି ସିମେଇ ର ମିକ୍ସଶ୍ଚରରୁ ଖଣ୍ଡେ ଖଣ୍ଡେ ନେଇ ସେଇ ସିମେଇରେ ଆଡ୍ କରନ୍ତୁ । ଯାହାଫଳରେ ପିଠା ଉପରେ କ୍ରିପନେସ୍ ଟି ଭଲ ଆସିବ ଦେଖିବା ପାଇଁ ମଧ୍ୟ ସୁନ୍ଦର ଆସିବ ଏବଂ ଖାଇବା ପାଇଁ ମଧ୍ୟ ଭଲ ଲାଗିବ । ଗ୍ୟସରେ ଏକ ପ୍ୟାନରେ ତେଲ ଗରମ କରି ନିଅନ୍ତୁ ,ଏବେ ଆପଣ ସେହି ପିଠାକୁ ଗୋଟେ ଗୋଟେ କରି ଏଡ୍ କରି କରନ୍ତୁ । ପିଠାର କଲର ଗଲଡେନ ହେବା ପରେ ତାହାକୁ ବାହାର କରି ନିଅନ୍ତୁ । ଆପଣ ଏହାକୁ ନିଶ୍ଚୟ ପ୍ରସ୍ତୁତ କରି ଖାଆନ୍ତୁ , ଦେଖିବା ସବୁ ପିଠା ଖାଇବା ଭୁଲିଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.