Swastik Tv News Odisha

Odia Recip – ଥରେ ମାତ୍ର ମୋ ଷ୍ଟାଇଲରେ ମାଂସପରି ବନେଇ ଖାଇ ଦେଖନ୍ତୁ ପଣସକଠା… ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ପଣସର ଅନେକ ପ୍ରକାର ଡିସ୍ ଖାଇଥିବେ କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ପଣସର ନୂଆ ଏକ ରେସିପି ବିଷୟରେ ଜଣେଇବୁ । ଯାହାକୁ ପ୍ରସ୍ତୁତ କରି ଆପଣ ମାନେ ସବୁଦିନ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିବେ । ତେବେ ଆସନ୍ତୁ ଜାଣିବା ପସଣର ଆଉ ଏକ ଟେଷ୍ଟୀ ତରକାରୀ ।

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଏକ ପ୍ରେସରକୁକର ରେ ଗୋଟିଏ କଟାଯାଇଥିବା ଆଳୁ ଓ 7 ଶହ ଗ୍ରାମର ଚୋପାଥିବା ପଣସ । ତା ସହିତ ଗୋଟିଏ ତେଜପତ୍ର ଓ ଗୋଟୋ ଅଳେଇଚ ଓ ଏକ ଖଣ୍ଡ ଡାଲଚିନି ଓ ସ୍ୱାଦ ଅନୁଯାୟୀ ଲୁଣ ଦେଇ ଏହାକୁ ମିଡିଅମ ଫ୍ଲେମରେ ସିଝିବା ପାଇଁ ଛାଡି ଦିଅନ୍ତୁ । ପଣସ ସିଝିସାରିବା ପରେ ତାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ମସଲା ପ୍ରସ୍ତୁତ କରିବା ପାଇଁ ଏକ ଗ୍ରାଇଣ୍ଡିଙ୍ଗ ଜଗ୍ ରେ 2ଟି ବଡ ସାଇଜ ର କଟା ଯାଇଥିବା ଟୋମାଟ ତା ସହିତ 10 ରୁ 12 ଟି କାଜୁ । ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ , ଏବେ ସିଝେଇ ରଖିଥିବା ପଣସର ଚୋପାକୁ ଛୁରୀ ସାହର୍ଯ୍ୟରେ ବାହାର କରି ନିଅନ୍ତୁ ।

ଏବେ ଗୋଟେ ମାସର ସାହାର୍ଯ୍ୟରେ ଭଲ ଭାବରେ ଚକଟି ନିଅନ୍ତୁ , ଏବେ ସେଥିରେ ଗୋଟେ ଛୋଟ ଚାମଚ ହଳଦୀ ଗୁଣ୍ଡ , ଗୋଟେ ଚାମଚ କାଶ୍ମୀର ରେଡ୍ ଚିଲ୍ଲୀ ତା ସହିତ ଗୋଟେ ଛୋଟ ଚାମଚ ଗରମ ମସଲା ଓ ସ୍ୱାଦ ଅନୁଯାୟୀ ଲୁଣ ଏଡ୍ କରନ୍ତୁ । ଗୋଟିଏ ବଡ ସାଇଜର କଟା ପିଆଜ ଓ 2-3 ଟି କଟା କଞ୍ଚାଲଙ୍କା ଓ କଟାଯାଇଥିବା କିଛି ଧନିଆ ପତ୍ର ତା ସହିତ 4 ବଡ ଚାମଚ ବେସନ ନିଅନ୍ତୁ । ଏଥିରେ ପାଣିର ବିଲକୁଲ ୟୁଜ କରନ୍ତୁ ନାହିଁ ସମସ୍ତ ସାମଗ୍ରୀଙ୍କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ବର୍ତ୍ତମାନ ହାତରେ ଅଳ୍ପ ତେଲ ନେଇ ପଣସର ମିକ୍ସଚରକୁ ବଲ ସଦୃଶ କରନ୍ତୁ ।

ଏହାକୁ ଫ୍ଲାଏ କରିବା ପାଇଁ କଢେଇରେ ତେଲ ଗରମ କରନ୍ତୁ , ପରେ ପଣସର ଯେଉଁ ବଲ ଗୁଡିକ ଆଣି ଗୋଟେ ପରେ ଗୋଟେ ପକାନ୍ତୁ । ଫ୍ଲେମକୁ ମିଡିଅମ ରଖି ଏହାକୁ ଫ୍ଲାଏ କରନ୍ତୁ , ଏହାକୁ ପୂରା ବ୍ରାଉନ କଲର ହେବା ପର୍ଯ୍ୟନ୍ତ ଫ୍ଲାଏ କରନ୍ତୁ । ବ୍ରାଉନ କଲର ଆସିବା ପରେ ଏହାକୁ କାଢି ଦିଅନ୍ତୁ । ବର୍ତ୍ତମାନ ଆଉ ଗୋଟିଏ କଢେଇ ନିଅନ୍ତୁ , ସେଥିରେ 4ରୁ 5 ବଡ ଚାମଚର ସୋରିଷ ତେଲ , ସେଥିରେ ଗୋଟେ ତେଜପତ୍ର ଖଣ୍ଡେ ଡାଲଚିନି , 4 ଟି ଲବଙ୍ଗ ଓ ଗୋଟିଏ ଗୁଜୁରାତି ଏଡ୍ କରନ୍ତୁ । ଏବେ ହାପ ଚାମର ଜିରା , ଜିରା ଫୁଟି ଆସିବା ପରେ 2 ଟି ବଡ ସାଇଜ ର ପିଆଜକୁ ଛୋଟ ଛୋଟ କରି ସେଥିରେ ଆଡ୍ କରନ୍ତୁ ।

ଏହାକୁ ଗଲଡେନ ହେବା ପର୍ଯ୍ୟନ୍ତ ଲୋ ଫ୍ଲେମରେ ଭାଜନ୍ତୁ , ଏବେ ସେଥିରେ 2 ଟି କଟାଯାଇଥିବା ଲଙ୍କା , ଏକ ଚାମଚ ଅଦା ରସୁଣ ପେଷ୍ଟ ପକାଇ ଲୋ ଫ୍ଲେମରେ ଭାଜି ନିଅନ୍ତୁ । ଏବେ ସେଥିରେ ଏକ ଚାମଚ କାଶ୍ମୀର ରେଡ୍ ଚିଲ୍ଲୀ , ହାପ ଚାମଚ ହଳଦୀ ଓ 2 ରୁ 3 ଚାମଚ ପାଣି ଦିଅନ୍ତୁ । ମସଲା ଭଲ ଭାବରେ ହେବା ପର୍ଯ୍ୟନ୍ତ ଗଳାନ୍ତୁ , ପରେ ସେଥିରେ ଟୋମାଟ ଓ କାଜୁର ପେଷ୍ଟକୁ ଆଡ୍ କରନ୍ତୁ । ତା ସହିତ ଗୋଟେ ଚାମଚ ଧନିଆ ଗୁଣ୍ଡ ,ଏକ ଚାମଚ ଗରମ ମସଲା , ଗୋଟେ ଚାମଚ ଜିରା ଗୁଣ୍ଡ ଓ ଏକ ଚାମଚ କସ୍ତୁରୀ ମେଥି ଏସବୁ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।

ଏବେ ମସଲାକୁ 3 ମିନିଟ ପର୍ଯ୍ୟନ୍ତ କଭର ଦେଇ ଘୋଡେଇ ରଖନ୍ତୁ ପରେ ସେଥିରେ 2 ଗ୍ଲାସ ପାଣି ଏଡ୍ କରି ପୁଣି 5 ମିନିଟ ପର୍ଯ୍ୟନ୍ତ କଭର ଦିଅନ୍ତୁ । ଏବେ ସେଥିରେ ଛାଣିରଖିଥିବା ବଲସ୍ ଗୁଡିକ ପକାଇ ଦିଅନ୍ତୁ ଏବଂ 3 ମିନିଟ କଭର ଦିଅନ୍ତୁ ବର୍ତ୍ତମାନ ଆମର ପଣସର ନ୍ୟୁ ରେସିପି ପ୍ରସ୍ତୁତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.