Swastik Tv News Odisha

Ollywood ଅଭିନେତା ମିହିର ଦାସଙ୍କ Lifestyle ଏବଂ ପରିବାର, ସ୍ତ୍ରୀ ଅଧା ବାଟରେ ହାତ ଛାଡ଼ିଦେବା ପରେ କିଭଳି ଏକ ବାପା ମା’ ର କର୍ତବ୍ୟ କରିଥିଲେ ଜାଣିଲେ ଆଖିରେ ଲୁହ ଆସିଯିବ..

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ତେବେ ବନ୍ଧୁଗଣ ଓଲିଉଡର ଅଭିନେତା ମିହିର ଦାସଙ୍କ ଜୀବନ ଶୈଳୀ ଓ ପରିବାର ବିଷୟରେ ଆସନ୍ତୁ ଜାଣିବା;

ସୂଚନା ଅନୁସାରେ, ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ମିହିର ଦାସଙ୍କୁ ଆପଣ ମାନେ ବେଶ ଭାବରେ ଜାଣିଥିବେ, ସେ ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ଅଭିନେତା ୧୯୬୬ ମସିହାରେ ଫେବୃୟାରୀ ୧୭ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ତାଙ୍କର ବୟସ ୫୫ ବର୍ଷ ହୋଇଛି। ତାଙ୍କର ପ୍ରକୃତ ନାମ ହେଉଛି ମିହିର କୁମାର ଦାସ। ସେ ପ୍ରଥମେ ୧୯୭୯ ମସିହାରେ ମଥୁରା ନାମକ ଫିଲ୍ମରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ।

ତେବେ ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ସେ ତାଙ୍କ ଅଭିନୟ ପାଇଁ ସେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସେ ଜବରଦସ୍ତ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନରେ ଘର କରି ରହିଛନ୍ତି। ଅଭିନେତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସଙ୍ଗୀତା ଦାସ କିନ୍ତୁ ତାଙ୍କର ବହୁ ବର୍ଷ ପୂର୍ବେ ମୃତ୍ୟୁ ହୋଇ ଯାଇଛି। ଅଭିନେତାଙ୍କର ଦୁଇ ପୁଅ ଓ ବୋହୂ ଘରେ ଅଛନ୍ତି। କିନ୍ତୁ ସେ ତାଙ୍କ ସ୍ତ୍ରୀ ଙ୍କ ମୃତ୍ୟୁ ପରେ ଘର ଓ ପରିବାରକୁ ବହୁତ ଭଲ ଭାବରେ ଚଳାଇଛନ୍ତି ଓ ତାଙ୍କ ପିଲା ମାନଙ୍କୁ ମଧ୍ୟ ମାଆ ଓ ବାପାର ସ୍ନେହ ଦେଇଛନ୍ତି।

ମିହିର ଦାସଙ୍କ ଯୋଗ୍ୟତା :– ସେ କଟକର ଏକ ସ୍କୁଲ କ୍ୟାରିୟର ଶେଷ କରିଥିଲେ ଓ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଛନ୍ତି।

ମିହିର ଦାସଙ୍କର ଶାରୀରିକ ତଥ୍ୟ :– ଅଭିନେତାଙ୍କ ଉଚ୍ଚତା ୫ ଫୁଟ ୫ ଇଞ୍ଚ ଓ ଓଜନ ୭୦ କିଲୋ ଅଟେ। ତାଙ୍କ ଚୁଟି ଓ ଆଖିର ରଙ୍ଗ କଳା ରଙ୍ଗର ଅଟେ ଓ ସେ ହିନ୍ଦୁ ଧର୍ମର ଅଟନ୍ତି।

ମିହିର ଦାସଙ୍କ ପସନ୍ଦ :- ସେ ଆମିଷ ଖାଇବାକୁ ବହୁତ ଭଲ ପାଇ ଥାଆନ୍ତି ଓ ଏଥି ସହିତ ଧଳା ଓ କଳା ରଙ୍ଗ ପ୍ରିୟ ରଙ୍ଗ ଅଟେ। କିନ୍ତୁ ତାଙ୍କର ଶରୀର ଖରାପ ଥିଲା ବୋଲି ଶୁଣିବା ପାଇଁ ମିଳିଥିଲା କିନ୍ତୁ ବର୍ତ୍ତମାନ ତାଙ୍କ ଶରୀର ଠିକ ଅଛି। ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପାର୍ଥନା କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.