ବନ୍ଧୁଗଣ ଜଣେ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା ଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ସାରା ଓଡ଼ିଶା ବାସୀଙ୍କୁ ମଧ୍ୟ ଏପରି ଏକ ଖବର ମର୍ମାହତ କରିଛି। ଆପଣ ଜାଣିଛନ୍ତି ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ଖଳନାୟକ ଚରିତ୍ରରେ ବେଶ୍ ଆକର୍ଷଣୀୟ ଅଭିନୟ ଦେଖାଉଥିଲେ ଏହି ଅଭିନେତା ଜଣଙ୍କ।ନିଜ ଅଭିନୟ ଯାଦୁରେ ଓଡିଶାର ଘରେ ଘରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ସେ।ଦୀର୍ଘ ୪ ଦଶନ୍ଧି ଧରି ଓଡିଆ ସିନେ ଜଗତରେ ସକ୍ରିୟ ରହିଥିବା ଏହି କଳାକାର ଦୀର୍ଘ ୩୫ ବର୍ଷ ଧରି ଅଭିନୟ ଜଗତରେ ରହି ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଥିଲେ।
ଏବେ ତାଙ୍କ ବିୟୋଗରେ ଓଡିଶା ସିନେ ଜଗତ ସ୍ତବ୍ଧ ହୋଇ ଯାଇଛି। ଆପଣଙ୍କୁ କହି ରଖୁଛୁ ଯେ ଗତକାଲି ପୂର୍ବାହ୍ନରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀ ପ୍ରାଚୀ ବିହାରସ୍ଥିତ ନିଜ ବାସଭବନରେ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରା ଯାଇଥିଲା। ତେବେ ରାଇମୋହନଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଦେଇଥିବା ବେଳେ ତାଙ୍କର ଏପରି ଆତ୍ମହତ୍ୟା ପଛର ରହସ୍ୟ ପାଇବାକୁ ପୋଲିସ ଖୋଳତାଡ଼ ମଧ୍ୟ ଆରମ୍ଭ କରିଛି। ତେବେ ପାରିବାରିକ ଅଶାନ୍ତିରୁ ରାଇମୋହନ ଏପରି ଚରମ ପଦକ୍ଷେପ ନେଇଥିବା ପୋଲିସ ସନ୍ଦେହ କରୁଛି।
ତେବେ ଆଜି ଆମେ ଆପଣଙ୍କୁ ଏହି ମହାନ୍ କଳାକାର ଙ୍କ ଜୀବନୀ ବିଷୟରେ କିଛି କହିବୁ ଯାହା ହୁଏତ ଆପଣ ଜାଣି ନଥିବେ।ଏହି ବରିଷ୍ଠ କଳାକାର ଜଣଙ୍କ ୧୦ ଜୁଲାଇ ୧୯୬୩ ମସିହାରେ କେଉଁଝର ରେ ଜନ୍ମଗ୍ରହଣ କରିଥିଲେ।ସେ ମୟୂରଭଞ୍ଜ ର କରଞ୍ଜିଆ କଲେଜ୍ ରୁ ପଢ଼ିବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ର ଥିଲେ। ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ରଞ୍ଜିତା ପରିଡ଼ା। ତାଙ୍କର ସନ୍ତାନ ସନ୍ତତି କଥା କହିବାକୁ ଗଲେ ତାଙ୍କର ଦୁଇଟି ଝିଅ ଅଛନ୍ତି। ତେବେ ତାଙ୍କର ପ୍ରଥମ ବେଙ୍ଗଲି ଫିଲ୍ମ୍ ଥିଲା ସାଗର ଏବଂ ଓଡ଼ିଆ ଫିଲ୍ମ୍ ଥିଲା ପକା କମ୍ବଳ ପୋତ ଛତା।୧୦୦ ରୁ ଉର୍ଦ୍ଧ୍ୱ ଓଡ଼ିଆ ଓ ବଙ୍ଗଳା ସିନେମାରେ ସେ ତାଙ୍କର ଚମତ୍କାର ଅଭିନୟ ଦେଖାଇଛନ୍ତି।
କିଛି ଲୋକପ୍ରିୟ ଓଡ଼ିଆ ଫିଲ୍ମ୍, ସିଂହ ବାହିନୀ, ସୁନା ଭାଉଜ, ମେଣ୍ଟାଲ ଆଦି ଅନେକ ସୁନ୍ଦର୍ ଚଳଚ୍ଚିତ୍ର ସବୁ କରି ସେ ଅନେକ ସଫଳତା ହାସଲ କରିଛନ୍ତି। ଅଭିନୟ ଜଗତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଷ୍ଟେଟ ଫିଲ୍ମ୍ ଆୱାର୍ଡ଼ ମଧ୍ୟ ମିଳିଛି।ସେ ଫିଲ୍ମ୍ ଏବଂ ଯାତ୍ରା ଜଗତରେ ବେଶ୍ ପରିଚିତ ଚେହେରା ଥିଲେ। ନେଗେଟିଭ ରୋଲ୍ ରେ ତାଙ୍କର ଅଭିନୟ ଦର୍ଶକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ରହିଥିଲା। ତାଙ୍କର ମୃତ୍ୟୁ ରେ ଓଡ଼ିଶା ବାସୀ ଗଭୀର ମର୍ମାହତ ହୋଇଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ରାଇମୋହନ ଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ବାଳ ଭଳିଆ ଲାଗିଲା