Swastik Tv News Odisha

Ollywood Khabar – ରାଇମୋହନ ଙ୍କ ମୁହଁ ରୁ ତାଙ୍କ ଲଭଷ୍ଟୋରୀ… କହିଲା ବେଳେ ଲାଜେଇ ଗଲେ ସ୍ତ୍ରୀ, ହସି ହସି ଗାଡ଼ିଯିବେ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଓଡିଶାର କିଛି ଏମିତି କଳାକାର ଅଛନ୍ତି ଯାହାଙ୍କୁ ଦର୍ଶକ ବହୁତ୍ ପସନ୍ଦ କରନ୍ତି, ବହୁତ୍ ଭଲ ପାଆନ୍ତି, ସେମାନଙ୍କ ମଧ୍ୟରୁ ଅଭିନେତା ରାଇମୋହନ ପରିଡା ଅନ୍ୟତମ।ଜଣେ ବର୍ଷୀୟାନ କଳାକାର ଭାବରେ ଅଭିନେତା ରାଇମୋହନ ତାଙ୍କର କଳାକାର ଜୀବନକୁ ବେଶ୍ ସଫଳତାର ସହ ଆଗେଇ ନେବାରେ ସଫଳ ହୋଇଛନ୍ତି। ତାଙ୍କର କଳା ଏବଂ ବ୍ୟକ୍ତିତ୍ଵ ରେ ସେ କଳଙ୍କ ର ଚିହ୍ନ କୁ ଲାଗିବାକୁ ଦେଇ ନାହାଁନ୍ତି। ବରଂ ପ୍ରତିଟି ଓଡ଼ିଆର ହୃଦୟରେ ରାଜ୍ କରୁଛନ୍ତି ସେ ତାଙ୍କର ଆକର୍ଷଣୀୟ ଅଭିନୟ ପାଇଁ। ଓଡିଶାର ପ୍ରତିଟି ଘରେ ଘରେ ସେ ସମସ୍ତଂକ ପ୍ରିୟର କଳାକାର। ଖଳନାୟକ ଚରିତ୍ରରେ ସେ ଅନେକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି।

ଅଭିନୟରେ ସେ ଖଳନାୟକ ର ଚରିତ୍ର କରିଥାନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ଜଣେ ହୃଦୟବାନ ମଣିଷ ଟିଏ।ତାଙ୍କର ଅଭିନୟ ବାସ୍ତବରେ ଅତୁଳନୀୟ। ଏହିଭଳି ଜଣେ କଳାକାର ଆମ ଓଡ଼ିଶାକୁ ବେଶ୍ ଗୌରବ ଆଣି ଦେଇଛନ୍ତି ତାଙ୍କର ଉଚ୍ଚ କୋଟୀର ଅଭିନୟ ପାଇଁ। ଏହି ଭେଟରାନ ଅଭିନେତା ଜଣଙ୍କ ତାଙ୍କର କଳାକାର ଜୀବନରେ ଅନେକଙ୍କ ହୃଦୟକୁ ଜିଣିବାରେ ସଫଳ ହୋଇଛନ୍ତି।ଓଡିଆ ଚଳଚ୍ଚିତ୍ର ଜଗତକୁ ତାଙ୍କ ଅବଦାନ ଅନେକ ରହିଛି। କାହିଁ କେତେ ବର୍ଷ ଧରି ସେ ତାଙ୍କର ଅଭିନୟର ଜଲୱା ଦେଖାଇ ଆସୁଛନ୍ତି। ସେ ଏପରି ଜଣେ କଳାକାର ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି।

କେବଳ ଫିଲ୍ମ୍ ଦୁନିଆରେ ନୁହେଁ ବରଂ ବିଗତ କିଛି ବର୍ଷ ହେବ ଯାତ୍ରା ଦୁନିଆରେ ମଧ୍ୟ ସେ ତାଙ୍କର ଅଭିନୟ ପାଇଁ ଜଣେ ବହୁ ପରିଚିତ ଚେହେରା ପାଲଟି ଛନ୍ତି। ତାଙ୍କୁ ଯାତ୍ରା ପେଣ୍ଡାଲ ରୁ ଅତି ପାଖରୁ ଦେଖି ଦର୍ଶକ ମାନେ ବହୁତ୍ ଖୁସି ହୋଇଥାନ୍ତି। ଏବେ ତାଙ୍କ ଘରକୁ ଯାଇଛନ୍ତି ଶ୍ରୀରାମ ଏବଂ ତାଙ୍କର ସାକ୍ଷାତକାର ନେଇଛନ୍ତି। ରାଇମୋହନ ବୁଲି ବୁଲି ତାଙ୍କ ଘର ଦେଖାଇଛନ୍ତି। ଏବଂ ତାଙ୍କର ଅନେକ କଥାକୁ ମଧ୍ଯ ସେ ସେୟାର କରିଛନ୍ତି। ତାଙ୍କର ପ୍ରେମ କାହାଣୀ ବିଷୟରେ ମଧ୍ଯ ସେ କହିଛନ୍ତି ଯେ କିପରି ସେ ତାଙ୍କ ଧର୍ମପତ୍ନୀ ଙ୍କୁ ପ୍ରେମ ବିବାହ କରିଥିଲେ। ପୂରା ପରିବାର ସହିତ ସେ ବହୁତ୍ ଖୁସି ନଜର ଆସିଛନ୍ତି।

ତାଙ୍କର ଏହି କଳାକାର ଜୀବନ କିପରି ଆରମ୍ଭ ହେଲା ଏବଂ ସେ କିପରି ଭାବରେ ପ୍ରଥମେ ନାଟକ ଶିଖିଲେ, ତାଙ୍କ ଗୁରୁ କିପରି ଭାବରେ ତାଙ୍କୁ ଶିକ୍ଷା ଦେଇଥିଲେ।ସେହି ନାଟକ ରୁ ସେ ତାଙ୍କର ସ୍ତ୍ରୀ ଙ୍କୁ ଭଲ ପାଇ ବସିଥିଲେ। ଆଉ ଏମିତି ସ୍ଥିତି ଆସିଥିଲା ଯେତେବେଳ ତାଙ୍କୁ ତାଙ୍କର ବାପା ମାଆଙ୍କ ହାତ ଛାଡି ଆସିବାକୁ ପଡ଼ିଥିଲା ଏବଂ ସେ ତାଙ୍କ ସ୍ତ୍ରୀ ଙ୍କ ହାତ ଧରିଥିଲେ, ଭଲପାଇ ବିବାହ କରିଥିଲେ। ତାପରେ ତାଙ୍କୁ ସିନେମା ରୁ ଅଫର୍ ଆସିଥିଲା ଏବଂ ଫିଲ୍ମ୍ ଦୁନିଆରେ ସେ ପାଦ ଦେଇଥିଲେ ବୋଲି ଏ ଭିଡିଓ ରେ କହୁଥିବା ଶୁଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.