Swastik Tv News Odisha

OMG ! ପ୍ରଥମ ଥର ଶାଢ଼ୀ ପିନ୍ଧି ଓଡ଼ିଶାର ବୋହୂ ଏମିତି Nonstop ଚଢିଲେ ଘୋଡା ( horse ) ଆପଣ ଦେଖିଲେ ହୋସ ଉଡିଯିବ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ଜାଣିଛନ୍ତି ଆଜିର ସମାଜରେ ନାରୀ ମାନେ କିପରି ଭାବରେ ଅନେକ କ୍ଷେତ୍ରରେ ତାଙ୍କର ବିଚକ୍ଷଣ ପ୍ରତିଭା ଦେଖାଇ ଅନେକ କିଛି ସଫଳତାକୁ ହାସଲ କରି ପାରୁଛନ୍ତି। ସଂପ୍ରତି ପରିସ୍ଥିତିରେ ନାରୀ ଆଉ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସହ ସମକକ୍ଷ ହୋଇ ଆତ୍ମନିର୍ଭଶୀଳ ହେବା ପାଇଁ ଚେଷ୍ଟା କରୁଛି। ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ପ୍ରୟାସ କରୁଛି। ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି। ତଥାପି ନାରୀ ଏ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଭାବରେ କାର୍ଯ୍ଯ କରୁଛି।

ପୁରୁଷ ସହିତ ସମକକ୍ଷ ହୋଇ ପାରିଛି ଆଜିର ନାରୀ ଏବଂ ଏହାର ପ୍ରମାଣ ମଧ୍ଯ ଅନେକ କ୍ଷେତ୍ରରେ ମିଳିଛି।ଭାରତର ସ୍ଵାଧୀନତା ନିମନ୍ତେ ବିଭିନ୍ନ ସମୟରେ ବୀରତ୍ଵର ସହିତ ସଂଗ୍ରାମ ଚଳାଇଥିବା ମହାୟସୀ ମହିଳାଙ୍କ ମଧ୍ୟରେ କିଟୁର ରାଣୀ ଚିନ୍ନାମା, ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ନାମ ମାନସପଟରେ ଝଲସି ଉଠେ। ଯେଉଁ ବୀରା ରମଣୀ ମାନେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ସେମାନଙ୍କ ମଧ୍ୟରେ ସରୋଜିନୀ ନାଇଡୁ, ଅରୁଣା ଆସଫ ଅଲ୍ଲୀ ଏବଂ ଓଡିଶାର ରମାଦେବୀ, ମାଳତୀ ଚୌଧୁରୀ, ସରଳା ଦେବୀ,ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ଅନ୍ୟତମ। ବାଙ୍କା ରାଣୀ ଶୁକଦେଇ ଜଣେ ବୀରା ରମଣୀ ଭାବେ ଓଡିଆ ଜାତି ନିକଟରେ ପ୍ରାତଃସ୍ମରଣୀୟ।

ଆଜିର ନାରୀ ବହୁ କ୍ଷେତ୍ରରେ ତାର ବଳିଷ୍ଠତା ଏବଂ ପରାକ୍ରମ ର ଉଦାହରଣ ଦେଉଛନ୍ତି। ତେବେ ଏକଥା ଆମେ କହିବାର ଆଉ ଏକ କାରଣ ହେଉଛି ଯେ,ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁ ଭିଡିଓ ରେ ଜଣେ ମହିଳା କିପରି ଭାବରେ ଘୋଡ଼ା ଉପରେ ଚଢି ଘୋଡ଼ା ଯାତ୍ରା କରୁଛନ୍ତି ତାହା ଦେଖିବାକୁ ମିଳିଛି। ସାହସିକତା ର ସହିତ ସେ ଯେଉଁଭଳି ଭାବରେ ଘୋଡ଼ା ଚଢ଼ି ଯାଉଛନ୍ତି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଖୁସି ମଜାର ସହିତ ମହିଳା ଜଣଙ୍କ ଏହି ଘୋଡ଼ା ଯାତ୍ରା କରୁଛନ୍ତି। ତାଙ୍କର ଏଭଳି ସାହସିକତା କୁ ଦେଖି ଅନେକ ଦେଖଣାହାରୀ ସାଜି ଯାଇଛନ୍ତି।

ଏବେ ଯେଉଁ ଭିଡିଓ ଭାଇରାଲ ହେଉଛି ତାକୁ ଆପଣ ଦେଖିଲେ ଭାବିବେ ଯେ କେତେ ଅଭ୍ୟାସ ଏବଂ ସାହସର ସହିତ ଏହି ମହିଳା ଜଣଙ୍କ ଘୋଡ଼ା ଉପରେ ବସି ଅନେକ ସ୍ଥାନ ଭ୍ରମଣ କରୁଛନ୍ତି। ଏହି ଦୃଶ୍ୟକୁ ଦେଖି ଅନେକ ଲୋକ ଅନେକ କିଛି ପ୍ରତିକ୍ରିୟା ଦେଇଛନ୍ତି ଏବଂ ମହିଳା ଜଣଙ୍କ ର ସାହସିକତା ଏବଂ ଏଭଳି କାର୍ଯ୍ଯ ପାଇଁ ତାଙ୍କୁ ସାବାଶି ଦେବା ସହିତ ପ୍ରଶଂସା ବି କରୁଛନ୍ତି। ତେବେ ଏହାକୁ ଦେଖି ଆପଣଙ୍କର ବି ବିଶ୍ୱାସ ବଢିଯିବ ଯେ ନାରୀ ଯେତେବେଳେ କିଛି ମନସ୍ଥ କରିନିଏ ଦୁନିଆର କୈାଣସି ଶକ୍ତି ଆଗରେ ସେ ହାର ମାନେନା।

 

Leave A Reply

Your email address will not be published.