Swastik Tv News Odisha

Parents Tips – ଛୋଟ ପିଲାଙ୍କୁ School ଯିବା ପୂର୍ବରୁ କଣ ଶିଖାଇବେ , ପ୍ରତ୍ୟେକ ବାପା ମା’ ଥରୁଟିଏ ନିଶ୍ଚୟ ଦେଖନ୍ତୁ

2

ଛୋଟ ପିଲା ମାନଙ୍କ ଯତ୍ନ ନେବା, ସେମାନଙ୍କୁ ପାଠ ପଢ଼ାଇବା ଏବଂ ଉପଯୁକ୍ତ ପ୍ରକ୍ରିୟା ରେ ତାର ମାନସିକ ବିକାଶ କରିବା କ୍ଷେତ୍ରରେ ପ୍ରାୟ ସବୁ ବାପା ମାଆ ଚେଷ୍ଟିତ ରହିଥାନ୍ତି। ତେବେ ଏବେ ଛୋଟ ପିଲା ମାନଙ୍କ ଶିକ୍ଷା ପାଇଁ ପ୍ଲେ ସ୍କୁଲ୍ ର ପ୍ରଚଳନ ହେଲାଣି। ଯେଉଁଠି ପିଲା ମାନଙ୍କୁ ଖେଳ ମାଧ୍ଯମରେ ପାଠ ପଢା ଯାଇଥାଏ। ଖେଳ ମାଧ୍ଯମରେ ତାକୁ ସବୁ ଜିନିଷ ଶିଖାଯାଏ, ଯାହା ତାକୁ ମଜା ଲାଗିବ, ସେଥିରେ ସେ ହଜିଯିବ,ଆଉ ନୂଆ ନୂଆ କୁନି କୁନି ପିଲା ସାଙ୍ଗ ସେ ପାଇବ। ତେଣୁ ଏହା ଛୋଟ ପିଲା ମାନଙ୍କ ପାଇଁ ପ୍ରଭାବୀ ହୋଇଥାଏ। ପିଲାଙ୍କ ମାନସିକତା କୁ ଷ୍ଟଡି କରି ତାଙ୍କୁ ବିଭିନ୍ନ ପ୍ରକାରେ ବାନ୍ଧି ରଖିବା ପାଇଁ ବହୁତ୍ କିଛି ଏହି ସ୍କୁଲ୍ ମାନଙ୍କରେ କରା ଯାଇଥାଏ।

କିନ୍ତୁ ଆଜିକାଲି ବହୁତ୍ ଜାଗାରେ ଦେଖିବାକୁ ମିଳୁଛି ଯେ ଏହି ପ୍ଲେ ସ୍କୁଲ୍ ମାନଙ୍କରେ ବି ବହୁତ୍ ଅଳ୍ପ ବୟସରୁ ପିଲା ମାନଙ୍କୁ ପାଠର ଚାପ ଦିଆ ଯାଉଛି। ଯାହା ଆଦୌ ଉଚିତ୍ ନୁହଁ। ପିଲାମାନେ ଯେଉଁ ଜିନିଷକୁ ଅଧିକ ଭଲ ପାଆନ୍ତି ସେହି ଜିନିଷ ପ୍ରତି ତାଙ୍କର ଆଗ୍ରହ ଅଧିକ ବଢ଼ି ଯାଇଥାଏ। ଯେମିତି ସେମାନେ ଖେଳୁଥିବା ସମୟରେ ତାଙ୍କର ଧ୍ୟାନ ସମ୍ପୂର୍ଣ୍ଣ ଭାବରେ ଖେଳ ଉପରେ ହିଁ ଥାଏ। ପିଲାଙ୍କ ପାଇଁ ଖେଳର ଗୁରୁତ୍ବ ଅଧିକ ରହିଛି। ପ୍ରତିଦିନ ଦୁଇଘଣ୍ଟା ତାଙ୍କ ସହିତ ଖେଳିବା ରେ ସମୟ ଅତିବାହିତ କରିବା ଉଚିତ୍। ଏହାଦ୍ୱାରା ତାଙ୍କ ମାନସିକ ଏବଂ ଶାରିରୀକ ବିକାଶ ଘଟିଥାଏ। ପିଲାଙ୍କ ପାଇଁ ଇମାଜିନେଟିଭ ପ୍ଲେ ର ବେଶ୍ ପ୍ରଭାବ ରହିଛି।

କିନ୍ତୁ ଏହାକୁ ସବୁ ବାପା ମାଆ ଠିକ୍ ଭାବରେ କରି ପାରୁ ନଥିବା ଦେଖିବାକୁ ମିଳୁଛି। ଅନେକ କାର୍ଯ୍ଯ କଳାପ ଭିତରେ ପିଲାଙ୍କୁ କିଛି କଥା ଶିଖାଇ ଦିଆଯାଏ। ଯେମିତି କି କିଛି କହିବା ଏବଂ ଅଭିନୟ ଦେଖାଇବା ଏବଂ କାର୍ଯ୍ଯ କରିବା ସହିତ ସେ ବିଷୟରେ କହିବା ଦ୍ଵାରା ପିଲା ସେସବୁ ନୂଆ ଜିନିଷ ସଂସ୍ପର୍ଶରେ ଆସେ ଏବଂ ଏସବୁ କୁ ଶିଖିବାକୁ ଲାଗେ। ପିଲାଙ୍କୁ ଦେଖାଇବା ପାଇଁ କିଛି ତାଙ୍କ ମନକୁ ଛୁଇଁଲା ଭଳି ମଜାଦାର କାର୍ଯ୍ୟ କରିବା ଦରକାର। ଯାହା ଦ୍ଵାରା ସେମାନେ ବୋର୍ ନହୋଇ ସେଥିପ୍ରତି ତାଙ୍କର ଆଗ୍ରହ ବଢିବ ଏବଂ ଖୁସିରେ ସେମାନେ ପାଠ ମଧ୍ୟ ପଢ଼ି ପାରିବେ ଏବଂ ନୂଆ ଜିନିଷ ଶିଖିବେ।

ପିଲାଟି ତାର ସାଙ୍ଗସାଥୀ ଙ୍କ ସହ କିମ୍ୱା ତାର ବୟସର ଅନ୍ଯ ପିଲାଙ୍କ ସହ ଖେଳିବା କିମ୍ୱା ପଢ଼ିବା ଦ୍ଵାରା ତାର ଏକ ପ୍ରତିଯୋଗୀ ମନୋଭାବ ସୃଷ୍ଟି ହୋଇଥାଏ ଏବଂ ସେ ଆଗ୍ରହର ସହିତ ସବୁକିଛି କରିବାକୁ ଚେଷ୍ଟା କରିଥାଏ। ତେଣୁ ତାକୁ ସେହିଭଳି ଭାବରେ ପ୍ରସ୍ତୁତ କରିବାକୁ ହେଲେ ପିଲାକୁ ତାର ସାଙ୍ଗସାଥୀ ମାନଙ୍କ ସହିତ ମିଶିବାକୁ ଦିଅନ୍ତୁ। ଏହିଭଳି ଭାବରେ ପିଲାର ଯତ୍ନ ଏବଂ ଦାୟିତ୍ଵ ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

2 Comments
  1. Rajendra Swain says

    ଛୋଟ ପିଲା ସ୍କୁଲ ଯିବା ଆଗରୁ ତାକୁ ଦାନ୍ତ ଘଷିବା,ମିଠା ଜିନିଷ ର ବ୍ୟବହାର କମାଇବା, କାନ ପାଖରେ କମ ସମୟ ମୋବାଇଲ ଦ୍ବାରା ଶୁଣିବା। ରେ ଅଭ୍ୟାସ କରନ୍ତୁ।କାରଣ ଦାନ୍ତ କ୍ଷୀର ଦାନ୍ତ ପୋକ ଖାଇଲେ ସ୍ଥାୟୀ ଦାନ୍ତ ବାହାଡ଼ା ହୋଇଯାଇ ପାରେ।ବେଶୀ ସମୟ ମୋବାଇଲ ବ୍ୟବହାର କଲେ ଛୁ ଆ ର ମସ୍ତିଷ୍କ ଅର୍ବୁଦ ବା ବ୍ରେନ୍ କେନ୍ ସ ର ହୋଇପାରେ।

  2. Rajendra Swain says

    ଯେଉଁ ବନ୍ଧୁମାନେ ଦେଶ,ସମାଜ,ଶିକ୍ଷା,କୃଷି,ଚିକିତ୍ସା,ମାନବିକତା,ଅହିଂସା,ଧର୍ମ ନିରପେକ୍ଷ,ବିଶ୍ଵ ଭାତ୍ରୁ ଭାବ, ରାଜ୍ୟ ରାଜ୍ୟ ମଧ୍ୟରେ ସମ୍ପର୍କ ଯୋଡ଼ିବାକୁ ଚାହାନ୍ତି,ସେମାନେ ଏହି ୱେବ୍ ସାଇଡରେ ପୋଷ୍ଟିଂ କରିପାରିବେ।ଆଲୋଚନା କରିପାରିବେ

Leave A Reply

Your email address will not be published.